• Jyotishree Mohapatra

ହୀନା ସବୁବେଳେ ହଇରାଣ କରୁଥିଲେ: ବିଗବସ ବିଜେତା ଶିଳ୍ପା


ବିଗବାସ 11ର ବିଜୟୀ ହେବାପରେ ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପା କହିଛନ୍ତି କି ଘର ଭିତରେ ସବୁବେଳେ ତାଙ୍କୁ ହଇରାଣ କରାଯାଉଥିଲା ।

ତାଙ୍କୁ ଘର ଭିତରେ ଅଧିକ ହଇରାଣ କରାଯାଉଥିବାର ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି –ହଁ ମତେ ବେଳେବେଳେ ବହୁତ ଏକୁଟିଆ ମନେ ହେଉଥିଲା କିନ୍ତୁ ଯେବେବି ଏହିପରି ପରିସ୍ଥିତି ଆସୁଥିଲା ମୁଁ ମୋ ମନକୁ ସେତେବେଳେ ବହୁତ ସୁଦୃଢ କରି ଦେଇଥିଲି । ମୋର ବିଶ୍ଵାସ ଯେ ଭଲ କାମ କଲେ ଭଲ ହୁଏ ।

ସେ ହୀନା ଖାନଙ୍କ ସମ୍ପର୍କରେ କହିଛନ୍ତି ଯେ ହୀନା ଖାନ ତାଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ହୀନା ଖାନ କେବେ ବି ରୋଷେଇ କରିବା ପାଇଁ ଚାହିଁ ନଥିଲେ । ଯେତେବେଳେ ସେ (ଶିଳ୍ପା) ରୋଷେଇ ଆରମ୍ଭ କରିଥିଲେ ସେତେବେଳେ ହୀନା ସେଥିପାଇଁ ଅସୁବିଧା ର ସମୂଖୀନ ହେଇଥିଲେ ।

ଏକ ଇଂରାଜି ମଗାଜିନକୁ ସାକ୍ଷାତ କରି ଶିଳ୍ପା ସିନ୍ଧେ କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକକୁ ବିଶ୍ଵାସ କରନ୍ତି କାରଣ ସେମାନେ ହିଁ ତାଙ୍କୁ ତିଆରି କରିଛନ୍ତି । ସେ କହିଛନ୍ତି ଯେ ବାରଟା ଯାକ ୱିକେଣ୍ଡ ଅଧ୍ୟାୟରେ ସଲମନ ଖାନ ତାଙ୍କୁ ସହଯୋଗ କରିଛନ୍ତି ।

ବିଗବସ ଘରେ ପ୍ରବେଶ କରିବା ମାତ୍ରେ ହିଁ ସେ ବୁଝି ଯାଇଥିଲେ ଯେ ଅନ୍ୟମାନେ କିପରି ତାଙ୍କୁ ଗ୍ରହଣ କରିବେ । ଯେତେବେଳେ ସେ କିଛି ଭୁଲ କରୁଥିଲେ ସେତେବେଳେ ସଲମାନ ଖାନ ତାଙ୍କ ସମସ୍ୟାଗୁଡିକ ସମାଧାନ କରିବା ପାଇଁ ବାଟ ଦେଖାଉଥିଲେ।

ବିଗବସରେ ରହିବା ପରେ ଏବେ ଶିଳ୍ପା ଆଉ ବିକାଶଙ୍କ ଭିତରେ ଥିବା ତିକ୍ତତା ଆଉ ନ ଥିବାରୁ ସେମାନେ ଏକାଠି କାମ କରିବାକୁ ପ୍ରସ୍ତୁତ ପାଇଁ ଯୋଜନା ବିଷୟରେ ଶିଳ୍ପା ସିଣ୍ଡେ ଇଙ୍ଗିତ କରିଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେଇ ଶିଳ୍ପା କହିଥିଲେ କି ସେମାନେ ଗୋଟେ ଆଗକୁ ୱେବ ସିରିଜି ରେ ଏକାଠି କାମ କରିବାର ଯୋଜନା ରହିଛି ।

ବିଗବସ ବିଜୟୀ ହେବା ପରେ ଆଗକୁ ଆଉ କେଉଁ ପ୍ରୋଜେକ୍ଟରେ କାମ କରିବେ କି ବିଷୟରେ ସେ କହିଥିଲେ ଯେ କି ପ୍ରକୃତରେ ସେଭଳି କିଛି ଯୋଜନା ନହିଁ । ତେବେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଗୋଟେ ଭଲ ଫିଲ୍ମ କରିବେ ବୋଲି ଆଶା ରଖିଛନ୍ତି ।

ଟୁଇଟରରେ ଶିଳ୍ପାଙ୍କ ବଏଫ୍ରେଣ୍ଡ ରୋମୀତ ରାଜ ଦାବି କରିଥିଲେ ଶିଳ୍ପା ହିଁ ବିଗବସ ଜିତିବେ । ଏ ସମ୍ପର୍କରେ ଶିଳ୍ପା କହିଛନ୍ତି ଟ୍ରଫି ଜିତିଲାବେଳେ ସଲମାନ ଖାନ ବି ସେଇ କଥା ତାଙ୍କୁ କହିଥିଲେ ।

#entertainment #infotainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon