- Jyotishree Mohapatra
ନିଜକୁ ଖୁସି ରଖିବା ପାଇଁ ପଢନ୍ତୁ ଏହି 5ଟି ଉପାୟ

ନିଜକୁ ନିଜେ ଚିହ୍ନନ୍ତୁ
ଅନାବଶ୍ୟକ ଭାବେ ଅନ୍ୟ କାହାସହ ନିଜକୁ ତୁଳନା କରନ୍ତୁ ନାହିଁ । ତୁମର ମନ ଓ ଶରୀର ଯାହା ଚାହୁଁଛି ସେୟା ପଢନ୍ତୁ, ଯେତିକି ଆବଶ୍ୟକ ସେତିକି ଖାଆନ୍ତୁ । ଆପଣ କାହିଁକି ଖାଦ୍ୟ ଖାଆନ୍ତି ? ଖାଦ୍ୟ ଆପଣଙ୍କ ପାଖରେ ଅଛି ବୋଲି, ନା ଆପଣ ଭୋକିଲା ଥାଆନ୍ତି ବୋଲି । ସେଇ ଖାଦ୍ୟ ଆପଣଙ୍କ ପାଇଁ ଭଲ ଯାହା ଭୋକ ଲାଗିଲା ବେଳେ ପାଖରେ ଥିବ । ଯଦି ଆପଣ ବୟସ ଅନୁଯାୟୀ ନିଜକୁ ଫିଟ ରଖିବା ପାଇଁ ଚାହୁଁଥାଆନ୍ତି ତେବେ ସତେଜ ଖାଦ୍ୟ ଖାଆନ୍ତୁ, ଅଧିକ ପାଣି ପିଅନ୍ତୁ ଓ ମଦ୍ୟ ପାନ ଠାରୁ ଦୂରେଇ ରୁହନ୍ତୁ ।
ନିଜକୁ ଶକ୍ତ କରନ୍ତୁ
ସବୁବେଳେ କର୍ମଠ ରୁହନ୍ତୁ । ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କିପରି ସବୁ କିଛି ଠିକ ଭାବେ କରିପାରିବେ ।ଏଥିପାଇଁ ଅଧିକ ବ୍ୟାୟମ କଲେ ହେବ ନାହିଁ କି ଅଧିକ ଶୋଇ ରହିଲେ ହେବ ନାହିଁ । କର୍ମମୟ ଓ ବ୍ୟସ୍ତ ଜୀବନ ଭିତରେ ଆପଣଙ୍କୁ ନିଜ ଶରୀର ଆଉ ମନକୁ ସତେଜ ତଥା ଜାଗ୍ରତ ରଖିବାକୁ ପଡିବ।
ସବୁବେଳେ ହସ ହସ ମୁହଁ ରଖନ୍ତୁ
ଏହା ଜରୁରୀ ନୁହେଁ ଯେ ସବୁବେଳେ ହସିବା ପାଇଁ ଆପଣଙ୍କୁ କିଛି ଗୋଟେ କାରଣ ଦରକାର । ସବୁବେଳେ ହସିବା ଦ୍ଵାରା ଆମ ମନ ପ୍ରଫୁଲ ରହିଥାଏ । ହସିବା ଗୋଟେ ଭଲ ଅଭ୍ୟାସ ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଯଦି ଅପରିଷ୍କାର ଓ ଅବହେଳିତ ଦାନ୍ତ ପାଇଁ ଆପଣ ଅନ୍ୟମାନଙ୍କ ପାଖରେ ହସିବା ପାଇଁ କୁଣ୍ଠାବୋଧ କରୁଛନ୍ତି ତେବେ ଦାନ୍ତ ବିଶେଷଞ୍ଜଙ୍କ ସହ ପରାମର୍ଶ କରନ୍ତୁ । ଏଥିପାଇଁ ଚିନି ଓ ମିଠା ଠାରୁ ଦୂରେଇ ରୁହନ୍ତୁ,ସବୁଦିନ ବ୍ରଶ କରନ୍ତୁ ଓ ଖାଦ୍ୟ ଓ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ।
ଇଣ୍ଟରନେଟଠାରୁ ଦୂରେଇ ରୁହନ୍ତୁ
ମୋବାଇଲ ବା ଲାପଟପରେ ଇଣ୍ଟରନେଟକୁ ସବୁବେଳେ ଚାହିଁ ରହିଲେ ଆପଣଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ। ଯଦି ଆପଣଙ୍କଠାରେ କ୍ୟାନ୍ସରର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତାଙ୍କ ପରାମର୍ଶ ଅନୁଯାୟୀ ନିଜର ଯତ୍ନ ନିଅନ୍ତୁ ।
ନିଜ ଖୁସିର କାରଣ ନିଜେ ସ୍ଥିର କରନ୍ତୁ
ଲୋକମାନେ ସାଧାରଣତଃ ଅଳସୁଆ ,ବୋକା, ରାଗୀ ଏବଂ ହିଂସ୍ର ସ୍ଵଭାବର ହେଇଥାନ୍ତି । ଯଦିଓ ଆପଣ ତାଙ୍କୁ ଭଲପା’ନ୍ତି କିନ୍ତୁ ସେମାନେ ଆପଣଙ୍କ ପ୍ରତି ବିପରୀତ ମନଭାବ ପୋଷଣ କରନ୍ତି । ଆପଣ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ସେମାନଙ୍କ ପ୍ରକୃତିକୁ ବଦଳେଇ ପାରିବେ ନାହିଁ ।