• Suchitra Mishra

ବିଗବସରେ ଜିତିଥିବା ପୁରସ୍କାର ଅର୍ଥକୁ ବାଣ୍ଟିବେ ବିକାଶ ଗୁପ୍ତା


ବିକାଶ ଗୁପ୍ତା ହେଉଛନ୍ତି କଲର୍ସ ଚାନେଲର ବିଗବସ ସୀଜନ ୧୧ ର ତୃତୀୟ ବିଜୟୀ ପ୍ରତିଯୋଗୀ । ଯଦିଓ ବିଗବସ ସୀଜନ ୧୧ର ମାଷ୍ଟରମାଇଣ୍ଡ ରୂପେ ବିକାଶ ଗୁପ୍ତା ପରିଚିତ ତଥାପି ସେ ଏକ ସ୍ନେହୀ ଓ ଆବେଗପ୍ରବଣ ବ୍ୟକ୍ତି ମଧ୍ୟ ଅଟନ୍ତି ।

ସେ ଏହି ଶୋ’ ରେ ଅନେକ ବନ୍ଧୁ କରିଛନ୍ତି । ବିଗବସ ଘରେ ରହିବା ସମୟରେ ତାଙ୍କର ଜ୍ୟୋତି କୁମାରୀ ଓ ଅର୍ଶୀ ଖାନଙ୍କ ସହ ନିବିଡ ବନ୍ଧୁତା ସ୍ଥାପନ ହୋଇଥିଲା । ବିଗବସ ଘରୁ ବାହାରିବା ପରେ ପୁରସ୍କାର ସ୍ୱରୂପ ପାଇଥିବା ୬ଲକ୍ଷ ଟଙ୍କା ସେ ଅର୍ଶୀ ଓ ଜ୍ୟୋତିଙ୍କ ଭିତରେ ସମାନ ଭାବେ ବାଣ୍ଟିଦେବେ ବୋଲି କହିଛନ୍ତି । ବିକାଶ ବିଗବସରେ ଦିଆଯାଇଥିବା ଏକ ଟାସ୍କରେ ଶିଳ୍ପା ଓ ପୁନୀଷଙ୍କୁ ହରାଇ ସମୁଦାୟ ପୁରସ୍କାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଏହି ୬ଲକ୍ଷ ଟଙ୍କା ଜିତିଥିଲେ ।

ସେ କହିଛନ୍ତି ,“ମୁଁ ଅର୍ଶୀ ଓ ଜ୍ୟୋତି ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ଦେବାକୁ ଚାହୁଁଛି । ଯେତେବେଳେ ଘରର ସମସ୍ତ ସଦସ୍ୟ ମୋ ବିରୁଦ୍ଧ ହୋଇଯାଇଥିଲେ ସେହି ଅସମୟରେ ଏକମାତ୍ର ଜ୍ୟୋତି ଥିଲେ ଯିଏକି ମୋ ସପକ୍ଷରେ ବାହାରିଥିଲେ ଏବଂ କହିଥିଲେ ଯେ କେହି ମୋ ବିକାଶ ଭାଇକୁ କିଛି କହି ପାରିବେ ନାହିଁ । ମୁଁ ସେହି ସମୟରେ ସେ ୨୦ବର୍ଷ ଝିଅଠାରୁ ସାହସ ପାଇଥିଲି, ଯିଏ କି ବିହାରର ଏକ ଛୋଟ ସହରରୁ ଆସିଥିଲା । ସେ ଘଟଣା ମତେ ଘରେ ରହିବାକୁ ବହୁତ ସାହସ ଦେଇଥିଲା ।

ଏହାଛଡା ବିଗବସରେ ଅର୍ଶୀ ମଧ୍ୟ ମୋତେ ବହୁତ ସାହାଯ୍ୟ କରିଛନ୍ତି । ସେ ସବୁବେଳେ ମୋତେ ସମର୍ଥନ କରୁଥିଲେ । ସେଥିପାଇଁ ମୁଁ ମୋର ଏହି ଦୁଇଜଣ ବନ୍ଧୁମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିଦେବାକୁ ଚାହୁଁଛି ।“

ବିଗବସର ଶେଷ ଟାସ୍କରେ ବିକାଶ ଏକ ଏକଛତ୍ରବାଦୀ ଶାସକ ହୋଇଥିଲେ । ଏହି ଟାସ୍କର ନିୟମ ଅନୁସାରେ ବିକାଶଙ୍କ ନିର୍ଦ୍ଧେଶ ଅନୁସାରେ ଶିଳ୍ପା, ପୁନୀଷ ଓ ହୀନାଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଥିଲା । ଟାସ୍କର ସର୍ତ୍ତ ଅନୁସାରେ ଯଦି ଏହି ତିନିଜଣ ବିକାଶଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅସମର୍ଥ ହୁଅନ୍ତି, ତେବେ ସେମାନଙ୍କୁ ଦିଆଯାଇଥିବା ଏକ ବଜର ଦବେଇବାକୁ କୁହାଯାଇଥିଲା ଓ ବଜର ଦବେଇବା ପରେ ପ୍ରତି ବଜର ପିଛା ବିଜୟ ଟଙ୍କାରୁ ୩ଲକ୍ଷ ଟଙ୍କା କଟିଯିବାର ନିୟମ କରଯାଇଥିଲା ।

ଏହି କାର୍ଯ୍ୟଟିରେ ପୁନୀଷ ଓ ଶିଳ୍ପା ହାରମାନି ବଜର ବଜେଇଥିବା ବେଳେ ହୀନା କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ହାର ମାନି ନଥିଲେ । ତେଣୁ ଦୁଇଥର ବଜର ବାଜିଥିବା ଯୋଗୁଁ ୩ ଲାକ୍ଷ ଟଙ୍କା ହିସାବରେ ବିକାଶ ଏହି କାର୍ଯ୍ୟଟିରୁ ୬ଲକ୍ଷ ଟଙ୍କା ଜିତିଥିଲେ ଏବଂ ବିଜୟୀ ଶିଳ୍ପା ସିନ୍ଧେ ୪୪ ଲକ୍ଷ ଟଙ୍କା ପାଇଥିଲେ ।

#entertainment #bollywood #infotainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon