• Suchitra Mishra

ହଲିଉଡ କଳାକାରଙ୍କୁ ପଛରେ ପକାଇ ହ୍ରିତିକ ବିଶ୍ଵର ସବୁଠୁ ହାଣ୍ଡସମ


ପ୍ରସିଦ୍ଧ ଇଂରାଜୀ ଚଳଚ୍ଚିତ୍ର Twilightରୁ ଖ୍ୟାତିଲାଭ କରିଥିବା ହଲିଉଡ ଅଭିନେତା ରବର୍ଟ ପ୍ୟାଟିନସନ, ତାଇୱାନ କଳାକାର ଗଡଫ୍ରେ ଗାଓ, କ୍ରିଶ ଇଭାନ, ଡ଼େଭିଡ ବୋରେଅନଜ, କାନାଡା ତାରକା ନୋହ ମିଲ୍ସ, ହେନେରୀ କାଭିଲ,ଟମ ହିଡ୍ଲେଷ୍ଟନ ଓ ସାମ ହେଗାନଙ୍କୁ ହରାଇ ହ୍ରିତିକ ରୋଶନ 2018 ମସିହାର ବିଶ୍ଵର ସବୁଠାରୁ ହାଣ୍ଡସମ କଳାକାର ରୂପେ ବିବେଚିତ ହୋଇଛନ୍ତି ।

ବିଶ୍ଵର ନାମିଦାମୀ କଳାକାରମାନଙ୍କର ପ୍ରଶଂସକ ସଂଖ୍ୟା, ଚେହେରା, ଅଭିନୟ ଶୈଳୀ ଓ ତାଙ୍କ ଅଭିନୀତ ଚଳଚିତ୍ରର ବଜାର ଚାହିଦା ଆଧାରରେ ସେମାନଙ୍କୁ ଏହି ତାଲିକାଭୁକ୍ତ କରାଯାଇଥାଏ ।

ହ୍ରିତିକ ରୋଶନ ଆରମ୍ଭରୁ ହିଁ ଏସିଆର ସବୁଠାରୁ ସୁନ୍ଦର, ଚାର୍ମିଙ୍ଗ ଅଭିନେତା ରୂପେ ପରିଚିତ । ନିକଟରେ ତାଙ୍କୁ ବଲିଉଡର ଗ୍ରୀକଗଡ ରୂପେ ଆଖ୍ୟା ଦିଆଯାଇଛି ।

ଟ୍ଵିଟରରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ, ହ୍ରିତିକ ରୋଶନଙ୍କ 44ତମ ଜନ୍ମଦିନରେ ତାଙ୍କ ବାପା ରାକେଶ ରୋଶନ ଏହା ଘୋଷଣା କରିଛନ୍ତି ଯେ ୨୦୨୦ ବଡଦିନରେ କ୍ରିଶ4 ଉନ୍ମୋଚନ ହେବ ।

ରାକେଶ ରୋଶନ ଟ୍ଵିଟରରେ ପୋଷ୍ଟ କରିଛନ୍ତି ଯେ, “ଆଜି ବୋଧେ ସବୁଠାରୁ ଭଲ ଦିନ । କ୍ରିଶ4 ମୁକ୍ତିଲାଭ ତାରିଖ ଘୋଷଣା ପାଇଁ ଏହା ସଠିକ ସମୟ । ୨୦୨୦ କ୍ରିସମାସରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ଏହା ତୁମ ପାଇଁ ଜନ୍ମଦିନ ଉପହାର । ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ।“

ହ୍ରିତିକ କ୍ରିଶର ତିନୋଟି ପାର୍ଟରେ ଅଭିନୟ କରିଛନ୍ତି । ଏହା ୨୦୦୬ ମସିହାରେ ଏକ ମହାକାଶ ବିଜ୍ଞାନକୌଶଳ କଥା ଉପରେ ଆଧାରିତ ଏକ ସୁପର ହୀରୋର କାହାଣୀକୁ ନେଇ ଆରମ୍ଭ ହୋଇଥିଲା ଏବଂ ଏହା ରାକେଶ ରୋଶନଙ୍କ ଦ୍ଵାରା ପ୍ରୋଯୋଜନା, ନିର୍ଦେଶନା ଓ ଲେଖା ଯାଇଥିଲା । ଏଥିରେ ପ୍ରିୟଙ୍କା ଚୋପ୍ରା, ରେଖା, ଓ ନସୀରୁଦ୍ଦିନ ଶାହ ଅଭିନୟ କରିଥିଲେ ।

କ୍ରିଶର ସଫଳ ଯାତ୍ରା ବ୍ଲକ୍କବଷ୍ଟର ଚଳଚିତ୍ର କୋଇ... ମିଲ ଗୟା (୨୦୦୩) ରୁ ଆରମ୍ଭ ହୋଇଥିଲା ଯେଉଁଥିରେ ହ୍ରିତିକଙ୍କୁ ଏକ ଏଲିଅନର ବନ୍ଧୁ ହବାକୁ ଏକ ବଡ ଆହ୍ଵାନ ମିଳିଥିଲା ।

ବର୍ତ୍ତମାନ ହ୍ରିତିକ ଏକ ବିଶିଷ୍ଟ ଗଣିତଜ୍ଞ ଅନନ୍ଦ କୁମାରଙ୍କ ଜୀବନୀ ଉପରେ ଅକଧାରିତ ଏକ ଚଳଚିତ୍ର ସୁପର30 ପାଇଁ ପ୍ରସ୍ତୁତ ହେଉଛନ୍ତି ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon