• Jyotishree Mohapatra

2017ରେ ଅଧିକ ଡାଉନଲୋଡ ହେଇଥିବା ଫିଲ୍ମ


ଜର୍ମାନୀର ଟେକସିପିଓ ନାମକ ଏକ କମ୍ପାନୀ 2017ରେ କେଉଁ ହିନ୍ଦୀ ଫିଲ୍ମ କେତେ ଡାଉନଲୋଡ ବା ଶେୟାର ହେଇଛି ତା'ର ଏକ ତାଲିକା ପ୍ରସ୍ତୁତ କରିଛି ।

ଗତବର୍ଷ ସୁପରଷ୍ଟାର ଶାହରୁଖ ଖାନଙ୍କ ରଇସ ଚଳଚିତ୍ର ଓ ହ୍ରୀତିକ ରୋଷନଙ୍କ କାବିଲ ଚଳଚିତ୍ର ଗୋଟିଏ ତାରିଖ ଜାନୁୟାରୀ 25ରେ ମୁକ୍ତିଲାଭ କରିଥିଲା। ଟେକସିପିଓ ଦ୍ଵାରା ପ୍ରସ୍ତୁତ ତାଲିକା ଅନୁସାରେ ଏହି ଦୁଇଟି ଚଳଚିତ୍ର ବେଶ ଲୋକଦୃତ ହୋଇଛି ଓ ଏହା ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଅନ୍ୟ ଚଳଚିତ୍ର ଗୁଡିକ ମଧ୍ୟରେ ଜଲି ଏଲଏଲବି2, ଟଏଲେଟ- ଏକ୍ ପ୍ରେମ କଥା, ହାଫ ଗର୍ଲ ଫ୍ରେନ୍ଡ ଆଦି ତୃତୀୟ, ଚତୃଥ ଓ ପଞ୍ଚମ ସ୍ଥାନରେ ରହିଛି ।

ଏହି ତାଲିକା ଅନୁସାରେ ରଇଶ 61 ଲକ୍ଷ 87 ହଜାର ଥର, କାବିଲ 52 ଲକ୍ଷ 63 ହଜାର ଥର ଓ ଜଲି ଏଲଏଲବି2 44 ଲକ୍ଷ 35 ହଜାର ଥର ଡାଉନଲୋଡ ହେଇଛି ।

ଅନ୍ୟାନ୍ୟ ଫିଲ୍ମଗୁଡିକ ମଧ୍ୟରେ ବଦ୍ରିନାଥ କି ଦୁଲହନିଆ, ଗୋଲମାଲ ଏଗେନ, ଓକେ ଜାନୁ, ଘାଜି ଆଟାକ ଜୁଡୁୱା2 ଏହି ତାଲିକାରେ ସ୍ଥାନ ପାଇଛି ।

ଏହି ଚଳଚିତ୍ର ଗୁଡିକ ଭାରତ ତଥା ଆମ ପଡୋଶୀ ଦେଶ ପାକିସ୍ତାନରେ ବହୁତ ଜନାଦୃତ ହୋଇପାରିଛି । ଏହାର ଅଧିକାଂଶ ପ୍ରଶଂସକ ଭାରତର ଦିଲ୍ଲୀ ,କୋଲକାତା ଓ ମୁମ୍ବାଇ ସହରରେ ଅଛନ୍ତି । ତେବେ ପାକିସ୍ତାନ--ଯେଉଁଠି ଅଧିକ ସଂଖ୍ୟାରେ ଫିଲ୍ମ ଡାଉନଲୋଡ ହେଇଥାଏ ଏବଂ ଏହି 10ଟି ଭାରତୀୟ ଚଳଚ୍ଚିତ୍ର ଆଦୃତ ହେଇଛି—ଏହି ଡାଉନଲୋଡ ସଂଖ୍ୟାରେ ଦ୍ଵିତୀୟ ସ୍ଥାନରେ ଥିଲେ ବି ଭାରତ ଠାରୁ ବହୁତ ପଛରେ ଅଛି ।

ତଥ୍ୟାବଳୀରୁ ତୁଳନା କରିବା ପରେ ଜଣାପଡିଛି ଯେ, ସମଗ୍ର ବିଶ୍ଵରେ ହିନ୍ଦୀ ଫିଲ୍ମ ଡାଉନଲୋଡ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା 60%। ହିନ୍ଦୀ ଫିଲ୍ମ ଡାଉନଲୋଡ କରୁଥିବା ପାକିସ୍ତାନୀଙ୍କ ସଂଖ୍ୟା ମାତ୍ର 16% ଓ ଏହାର ଲାହୋର ସହରରେ ସର୍ବାଧିକ ଡାଉନଲୋଡ ହେଇଥାଏ ।

ମିଡିଆ କନସଲ୍ଟିଂ ଫାର୍ମ ଅରମାକ୍ସର ସିଇଓ ଶୈଲେଶ କପୁର କହିଛନ୍ତି ଟାଇଗର ଜିନ୍ଦା ହେ ଚଳଚିତ୍ର ଟି ଅଧିକ ଡାଉନଲୋଡ ହେଇ ନ ଥିବା ତାଲିକାରେ କାହିଁକି ନାହିଁ ତାହା ଅନୁମେୟ । କାରଣ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ତିନି ରୁ ଚାରିମାସ ପରେ ଏହାର ଡାଉନଲୋଡ ସଂଖ୍ୟା ବଢିଥାଏ । ଯେହେତୁ ଟାଇଗର ଜିନ୍ଦା ହେ ଏହା ବର୍ଷର ଶେଷ ଆଡକୁ ମୁକ୍ତିଲାଭ କରିଥିଲା, ସେଥିପାଇଁ ଏହା ତାଲିକା ମଧ୍ୟରେ ରହି ନାହିଁ ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon