• Suchitra Mishra

ଘରେ କରନ୍ତୁ ଏହି ଦୁଇ ଚଟପଟା ସ୍ନାକ


କଞ୍ଚା କଦଳୀରେ ପ୍ରସ୍ତୁତ ଚଟପଟା ଖାଦ୍ୟ(4 ଜଣଙ୍କ ପାଇଁ ) :-

ଆବଶ୍ୟକୀୟ ସାମଗ୍ରୀ :- ୨ ବଡ ଚାମଚ ଖାଇବା ତେଲ, ଛୋଟ ଛୋଟ କଟାହେଇଥିବା ୨ଟି ବଡ ପିଆଜ, ୪ଟି କଞ୍ଚା କଦଳୀ, ୪ଟି ସିଝା ଆଳୁ, ଦେଢ ଟି ବଡ ଚାମଚ ଅଦା ରସୁଣ ବଟା, ୨ ବଡ ଚାମଚ ଛୋଟ ଛୋଟ କଟାହେଇଥିବା ଧନିଆ ପତ୍ର, ଦୁଇ ବଡ ଚାମଚ ବେସନ, ଅଧ ଚାମୁଚ ଗୁଜୁରାତି ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ଵାଦ ଅନୁସାରେ ଲୁଣ, ଦୁଇଟି ମଧ୍ୟମଆକାରର ସିମିଳା ଲଙ୍କା,କିଛି ଘିଅ ।

ପ୍ରସ୍ତୁତି ପ୍ରଣାଳୀ :- ଗ୍ୟାସକୁ ମଧ୍ୟମ ଆଞ୍ଚରେ ବସାଇ କରେଇ ଗରମ କଋ ତେଲ ପକାନ୍ତୁ । ସେଥିରେ ପିଆଜ ପକାଇ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ ଓ ପରେ ତାକୁ କାଢି ଦିଅନ୍ତୁ । ଏହାପରେ ଅନ୍ୟ ଏକ ଜାଗାରେ ସିଝା ହେଇଥିବା ଆଳୁ ଆଉ କଦଳୀକୁ ଏକାଠି ଚକଟି ଦିଅନ୍ତୁ । ସେଥିରେ ପିଆଜ, ଅଦା ରସୁଣ ବଟା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ବେସନ, ଗୁଜୁରାତି ଗୁଣ୍ଡ ଓ ଲୁଣ ପକାନ୍ତୁ ଓ ସବୁକୁ ଏକାଠି ମିଶାଇ ଏକ ପୁର ପ୍ରସ୍ତୁତ କରନ୍ତୁ । ଏହାପରେ ସିମିଳା ଲଙ୍କା ଆଣି ସେଥିରୁ ମଞ୍ଜି କାଢି ଦିଅନ୍ତୁ ଓ ସେଥିରେ ଏହି ପୁରକୁ ଭର୍ତ୍ତି କରନ୍ତୁ ।

ପୁର ଦିଆଯାଇଥିବା ସିମଳା ଲଙ୍କାକୁ କରେଇରେ ଘିଅ ଗରମ କରନ୍ତୁ ଓ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଧ୍ୟାନ ରଖନ୍ତୁ ଯେପରି ପୁର ବାହାରି ନ ଯାଏ । ଏହାକୁ କୁରକୁରା ହେବ ପର୍ଯ୍ୟନ୍ତ ଭାଜନ୍ତୁ । ଶେଷରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ପୁଦିନା ଓ ଧନିଆ ଚଟଣୀ ସହିତ ଗରମ ଗରମ ପରସି ଦିଅନ୍ତୁ ।

ପାଳଙ୍ଗ ମୋମୋ (୪ ଜଣଙ୍କ ପାଇଁ ) :

ସାମଗ୍ରୀ : ୩ କପ ଛୋଟ ଛୋଟ କାଟ ପାଳଙ୍ଗ, ୩/୪ କପ ପନୀର, ୨ ଚିମୁଟା ଜାଇଫଳ ଗୁଣ୍ଡ, ୧/୨ ଛୋଟ ଚାମୁଚ ଛୋଟ କଟା କଞ୍ଚା ଲଙ୍କା, ୨ ଛୋଟ ଚାମୁଚ ମଇଦା, ଦୁଇ ଚିମୁଟା ବେକିଂ ପାଉଡର, ସ୍ଵାଦ ଅନୁସାରେ ଲୁଣ । ଗାର୍ନିସ ପାଇଁ : ଧନିଆ ପତ୍ର, ପନୀର ଗୁଣ୍ଡ ।

ମୋମୋ ସସ୍ ବନେଇବା ସାମଗ୍ରୀ: ୧-୧/୨ କପ ଟମାଟ ପେଷ୍ଟ, ୧ ଛୋଟ ଚାମୁଚ କଟା ଅଦା, ୨ଟା ଛୋଟ ଛୋଟ କଟା ପିଆଜ, ୧ ଛୋଟ ଚାମୁଚ ଲଙ୍କା ଗୁଣ୍ଡ, ୧ ଛୋଟ ଚାମୁଚ ଲଙ୍କା ବଟା, ୨ ଛୋଟ ଚାମୁଚ ଟମାଟ ରସ/ପ୍ୟୋରୀ, ୪ ଛୋଟ ଚାମୁଚ କ୍ଷୀର, ୨ ଛୋଟ ଚାମୁଚ ଅଲିଭ ତେଲ, ସ୍ଵାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ : ପାଳଙ୍ଗକୁ ୫ ମିନିଟ ପାଇଁ ବାମ୍ଫରେ ସିଝାନ୍ତୁ, ପରେ ପାଣି ଛାଣି ଅଲଗା କରି ଦିଅନ୍ତୁ । ସିଝି ଯାଇଥିବା ପାଳଙ୍ଗରେ ଉପରେ ବର୍ଣ୍ଣିତ ମଇଦା, ପନିର ଆଦି ସାମଗ୍ରୀ ମିଶାଇ ଗୁଳା ବନାନ୍ତୁ । ଏହା ପରେ ସେହି ଗୁଳାକୁ ୫ ମିନିଟ ପାଇଁ ସିଝାନ୍ତୁ ।

ମୋମୋ ସସ୍ ପ୍ରସ୍ତୁତି ପ୍ରଣାଳୀ : କରେଇରେ ଅଲିଭ ତେଲ ବା ଅନ୍ୟ କୌଣସି ଖାଇବା ତେଲ ଗରମ କରି ସେଥିରେ ଅଦା, କଞ୍ଚା ଲଙ୍କା ଓ ପିଆଜ ପକାଇ ଭାଜନ୍ତୁ । ଏଥିରେ ଟମାଟୋ ପେଷ୍ଟ ପକାଇ ସସ୍ ବହଳା ହେଲା ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ଲଙ୍କା ବଟା, ଟମାଟ ରସ/ପ୍ୟୋରୀ ଏବଂ ଲୁଣ ପକାଇ ଗୋଳାଇଦେଇ ଏଥିରେ ଦେଢ କପ ପଣି ଦେଇ ଘୋଡ଼େଇ ଦିଅନ୍ତୁ । କିଛି ସମୟପରେ ଏଥିରେ କ୍ଷୀର ପକେଇ ଦିଅନ୍ତୁ ।

ଏବେ ଗୋଟେ ପ୍ଲେଟରେ ତେଲ ମାରି ସେଥିରେ ମୋମୋଗୁଡିକୁ ରଖନ୍ତୁ । ଏହ ଉପରେ ଟମାଟ ସସ୍ ଓ ପନୀର ଗୁଣ୍ଡ ପକାଇ ୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରାରେ ଆଗରୁ ଗରମ ହୋଇଥିବା ଓଭାନରେ ୧୫ ମିନିଟ ପାଇଁ ସେକନ୍ତୁ । ଏହାପରେ ଏହାକୁ ପ୍ଳେଟ କୁ କାଢି ଧନିଆ ପତ୍ର ପକାଇ ପରଷନ୍ତୁ ।

#food #health #women

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon