• Suchitra Mishra

ଶୀତଦିନେ ସେଲିବ୍ରେଟିଙ୍କ ପରି ତ୍ଵଚା ପାଇବାକୁ ଚାହୁଛନ୍ତି? ପଢନ୍ତୁ କିଛି ଟିପ୍ସ


କେବେ ଭାବିଛନ୍ତି କି ଶୀତତାପ ନିୟନ୍ତ୍ରିତ ଷ୍ଟୂଡିଓ ବା ଘରେ କାମ କରି ମଧ୍ୟ ଦୀପିକା ପାଦୁକୋନଙ୍କ ଭଳି ତାରକାମାନଙ୍କର ମୁହଁ ଦାଗହୀନ ହୋଇଥିବାବେଳେ ଶୀତଦିନେ ଆମମାନଙ୍କ ତ୍ଵଚା ଶୁଷ୍କ ହୋଇ ଫାଟିଯାଏ କାହିଁକି ? ଏହାର କାରଣ ହେଉଛି ଋତୁ ଅନୁଯାୟୀ ଆମକୁ ଆମ ତ୍ଵଚାର ଯତ୍ନ ନେବାକୁ ହେବ। ଆସନ୍ତୁ ଜାଣିବା ସେହିପରି କିଛି ଟିପ୍ସ।

ଶୁଷ୍କ ତ୍ଵଚା

ଦିଲ୍ଲୀର କୋକୂନା ସେଣ୍ଟର ଅଫ ଏସ୍ଥେଟିକ ଟ୍ରାନ୍ସଫରମେସନର ମୁଖ୍ୟ ସୌନ୍ଦର୍ଯ୍ୟ ବିଷାରଦ ଡାଃ ରୀମା ଅରୋରାଙ୍କ କହିବା ଅନୁସାରେ, “ଯେତେବେଳେ ବାହାର ଜଳବାଯୁ ଶୀତଳ ଓ ଶୁଷ୍କ ହୋଇଥାଏ, ସେତେବେଳେ ଆମ ଶରୀରରେ ଥିବା ଜଳ ଶୀଘ୍ର ବାଷ୍ପ ହୋଇଯାଏ,ଯେଉଁଥିପାଇଁ ଆମ ତ୍ଵଚା ଶୁଷ୍କ ଓ ଶକ୍ତ ହୋଇଯାଏ ଏବଂ ଫାଟିବାକୁ ଆରମ୍ଭ କରେ । ଶୀତ ଦିନେ ଆମ ତ୍ଵଚା ୨୫ ପ୍ରତିଶତ ନମନୀୟତା ହରାଇଦିଏ । ତେଣୁ ଶୀତଦିନେ ଶରୀରର ଯତ୍ନନେବା ଉଚିତ।“

ଗରମ ପାଣି

ଦିଲ୍ଲୀର ବଲନୀ ସ୍କିନ ଆଣ୍ଡ ହେୟାର ଏସ୍ଥେଟିକର ଡାଃ ଇନ୍ଦୁ ବଲନୀଙ୍କ ମତ ଅନୁସାରେ, “ଶୀତଦିନେ ଅତ୍ୟଧିକ ଗରମ ପାଣିରେ ଗାଧେଇବା ଅନୁଚିତ । କାରଣ ଏହାଦ୍ବାରା ତ୍ଵଚା ଅଧିକ ଶୁଷ୍କ ହୋଇଯାଏ । ଗରମ ପାଣି ବଦଳରେ ଆମେ ନଖ ଉଷୁମ ପାଣି ବ୍ୟବହାର କରିବା ଉଚିତ ଏବଂ ଆମେ ଏଥିସହ ଗ୍ଲିସେରିନ ଯୁକ୍ତ ସାବୁନ, ପିଏଚ ବ୍ଯାଲାନ୍ସ ବଡି ୱାଶ ଓ କ୍ଳିନଜର ବ୍ୟବହାର କରିପାରିବା ।“

ଖାଦ୍ୟାଭାସ

ସେଲିବ୍ରିଟି କସମେଟିକ ଡରମାଟୋଲୋଜିଷ୍ଟ, କୋଷମାଡରମା କ୍ଲିନିକର ଡାଃ ଚିତ୍ରା ଭି ଆନନ୍ଦଙ୍କ ମତରେ, “ଓମେଗା ୩ ଫ୍ୟାଟୀ ଏସିଡ ଯୁକ୍ତ ଖାଦ୍ୟ ଓ ଭିଟାମିନ-ଇ ଯୁକ୍ତ ଚୀନାବାଦାମ ଖାଇବାଦ୍ଵାରା ଶୀତଦିନେ ଆମ ଶରୀରକୁ ପୁଷ୍ଟି ମିଳିବା ସହ ଆମ ତ୍ଵଚାକୁ ସୁରକ୍ଷା ମଧ୍ୟ ଦେଇଥାଏ । ପ୍ରତିଦିନ ଜଳଖିଆ ହିସାବରେ କିଛି କାଜୁ ଓ ବାଦାମ ଖାଇବା ଉଚିତ ଏବଂ ଖାଦ୍ୟରେ କିଛି ପରିମାଣର ଘିଅ ଓ ତେଲ ଥିଲେ ଆହୁରି ଭଲ।“

ପିଇବା ପାଣି

ଡାଃ ଚିତ୍ରା ଭି ଆନନ୍ଦଙ୍କ ମତରେ, “ଶରୀର ଯଦି ଅଧିକ ନମନୀୟତା ହରାଏ ତେବେ ତ୍ଵଚା ଶୁଷ୍କ ହୋଇଯାଏ । ତେଣୁ ଶୀତଦିନେ ପ୍ରଚୁର ପାଣି ପିଇବା ଉଚିତ ।“

ମଶୃଣତା ଡାଃ ଆନନ୍ଦଙ୍କ ଉପଦେଶ ଅନୁସାରେ, “ଗାଧେଇସାରିବା ପରେ ଶରୀରରେ ଅଲିଭ ତେଲ ବା ବାଦାମ ତେଲ ବ୍ୟବହାର କରିବା ଉଚିତ ।“ ଏହା ଏକ ଭଲ ମଶ୍ଚାରାଇଜରର କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ତ୍ଵଚା ଅଧକ ଶୁଷ୍କ ଅଟେ ତେବେ ଆପଣ ୟୁରିଆ, ଲାକଟିକ ଅମ୍ଳ, ଯୁକ୍ତ ମଶ୍ଚାରାଇଜର ଦିନକୁ ଦୁଇଥର ଲଗେଇବା ଉଚିତ । ଅମୃତଭଣ୍ଡା ଓ ସପୁରୀରେ ନିର୍ମିତ ସ୍କ୍ରବରେ ସପ୍ତାହକୁ ଥରେ ଘଷିହେବା ଉଚିତ୍ କିନ୍ତୁ ନିଶ୍ଚିତ କରନ୍ତୁକି ଏହା କୌଣସି ଧାତୁ ନିର୍ମିତ ନହେବ, କାରଣ ଏହାଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ ।“

ମୁହଁର ଯତ୍ନ

ଶୀତଦିନେ ତ୍ଵଚାକୁ ଏକ ଭଲ ଫେସୱାସ ଦ୍ଵାରା ସଫା କରିବା ନିହାତି ଜରୁରୀ । ଡାଃ ବଳନୀ ବଲନୀଙ୍କ ମତରେ “ତେଲିଆ ଚର୍ମ ଯୁକ୍ତ ଲୋକମାନେ ଗୋଲାପ ଜଳକୁ ଟୋନର ହିସାବରେ ବ୍ୟବହାର କରିପାରିବେ । ତେବେ ଆଲକହଲଯୁକ୍ତ ପ୍ରସାଧନ ସାମଗ୍ରୀ ଠାରୁ ଦୂରେଇ ରହିବା ଉଚିତ ଏବଂ ବାରମ୍ବାର ଓଦାକରି ମୁହଁ ପୋଛିବା ଅନୁଚିତ । ନଡିଆ ତେଲକୁ ମଶ୍ଚାରାଇଜର ରୂପେ ବ୍ୟବହାର କରିବା ବହୁତ ଭଲ । ସେ ଆଊ ମଧ୍ୟ କହିଛନ୍ତି ମହୁ, ଦହି ମଧ୍ୟ ଏକ ଭଲ ଘରୋଇ ମଶ୍ଚରାଇଜର ଅଟେ ।“

#health #skin #women

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon