• Jyotishree Mohapatra

ମାନସିକ ଚାପକୁ ଦକ୍ଷତାରେ କେମିତି ବଦଳେଇବେ


କର୍ମମୟ ଜୀବନ ଭିତରେ ଆମ ସମସ୍ତଙ୍କର କିଛି ନା କିଛି ଚାପ ରହିଛି ଏବଂ ଆଗକୁ ରହିବ ମଧ୍ୟ । ତେବେ ଏହା ଆମ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ସମସ୍ତେ ଭାବନ୍ତି ଅବସାଦକୁ କିପରି ନିଜଠାରୁ ଦୂରେଇବେ ? ଏକଥା ଜାଣିବା ଜରୁରୀ ଯେ ଅବସାଦ ବା ଚାପ ଆମର ଶତ୍ରୁ ନୁହଁ । ଆସନ୍ତୁ ଜାଣିବା ଏମିତି କିଛି କଥା ଯାହାଫଳରେ ଚାପଗ୍ରସ୍ତ ହେଇ ବା ଷ୍ଟ୍ରେସରେ ରହି ଆମେ ନିଜର ଉନ୍ନତି କରିପାରିବ ।

ଷ୍ଟ୍ରେସ ଆମକୁ ଶକ୍ତି ଦିଏ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ

ଟିକେ ନଜର ଦେଇ ଦେଖିଲେ ଆପଣ ଜାଣିପାରିବେ, ଯେତେବେଳେ କିଛି ଗୋଟେ ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାର ସମୟ ଆସେ, ସେତେବେଳେ କଣ କରିବେ କିଛି ଠିକ କରି ନପାରି ଅନେକ ମାନସିକ ଅବସାଦରେ ସମୟ କଟାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ସେହିଭଳି ବ୍ୟକ୍ତିମାନେ ଠିକ ନିଷ୍ପତ୍ତି ନେଇଥାନ୍ତି । ମାନସିକ ଚାପ ଆମ ମାଂସପେଶୀକୁ ଶକ୍ତ ରଖେ, ଏକାଗ୍ରତା ବଢାଏ ଓ ରକ୍ତଶର୍କରାର ପରିମାଣ ବଢାଇଥାଏ, ଯାହା ନିଷ୍ପତ୍ତି ନେବାରେ ମସ୍ତିସ୍କକୁ ସାହାଯ୍ୟ କରିଥାଏ ।

ନୂଆ ବାଟ ଦେଖାଏ

ଆପଣ ଯେତେବେଳେ ଷ୍ଟ୍ରେସରେ ଥା’ନ୍ତି ସେତେବେଳେ ଦୁନିଆ ଆପଣଙ୍କ ବିଷୟରେ କଣ ଭାବୁଛି କିମ୍ବା ଆପଣଙ୍କୁ ଦୁନିଆ କେଉଁ ନଜରରେ ଦେଖୁଛି ସେ କଥା ଭାବିବା ପାଇଁ ଆପଣଙ୍କ ପାଖେ ସମୟ ନ ଥାଏ । ବରଂ ଷ୍ଟ୍ରେସ ଆପଣଙ୍କୁ ଏମିତି ଏକ ସମୟର ଦୋ ଛକି ରେ ଆଣି ଠିଆ କରେ ଯେ ଆପଣ ନିଜ ଭିତରେ ଥିବା ଦକ୍ଷତା ଓ ସାମର୍ଥ୍ୟକୁ ଖୋଜି ପାଇଥାନ୍ତି। ଷ୍ଟ୍ରେସ ଆପଣଙ୍କର ଆତ୍ମବିଶ୍ଵାସ ବଢାଇବା ସହିତ ଅଳସୁଆ ଜୀବନ ଛାଡି କର୍ମଠ ହେବାର ପ୍ରେରଣା ଦେଇଥାଏ ।

ନିଜକୁ ବଦଳେଇବା ଶିଖାଏ ଷ୍ଟ୍ରେସ ଆପଣଙ୍କ ଜୀବନରେ ଏପରି ଏକ ସ୍ଥାନ ଅଧିକାର କରିନିଏ ଯାହାକି ଆପଣଙ୍କ ଚାକିରି ହଉ ବା କୌଣସି ବ୍ୟକ୍ତିଗତ ସମ୍ପର୍କ, ଆପଣଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଅପରାଧୀଭାବେ ସଜେଇ ଦେଇଥାଏ । ଏମିତି ବି ହେଇପାରେ ଯେ ଆପଣ ନିଜ ଭାବନାଠାରୁ କିଛି ଅଧିକ କହି ଦେଇଥାନ୍ତି, ଯାହାଫଳରେ ଆପଣ ବହୁତ ଷ୍ଟ୍ରେସରେ ଥାନ୍ତି । ତେବେ ଆପଣ ଚାହିଁଲେ ସେ ସବୁକୁ ବଦଳେଇ ପାରିବେ ।

ଅଧିକ କର୍ମଠ କରାଏ

ଅଧିକାଂଶ ଲୋକ ଷ୍ଟ୍ରେସ କମାଇବା ପାଇଁ ବ୍ୟାୟମ କରିଥାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପୁଣି ଷ୍ଟ୍ରେସରେ ରହିଥାନ୍ତି । ଚାପରେ ରହିଲେ ଲୋକମାନେ ଦ୍ରୁତଗତିରେ କାମ ସାରିବାକୁ ଚେଷ୍ଟା କରନ୍ତି । ଏବେ ଆଗକୁ କେବେ ଅଫିସରେ କାର୍ଯ୍ୟଭାର ଚାପ ବଢିଲେ, ଏକ ଅଫିସିଆଲ ମିଟିଂ ବା ଅଫିସ ଫୋନ କଲ ଚାଲିଚାଲି କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ବ୍ୟାୟମ ହେବା ସହିତ, ଚାପଜନିତ ଅବସାଦ ଦୂରେଇଯିବ ।

ମନ କଥା ପଢିବା ଶିଖାଏ ଷ୍ଟ୍ରେସ ଆମକୁ ଏତେ ଚାଲାକ କରିଦିଏ ଯେ ଆମେ ଆମ ନିଜର ମନକୁ ବୁଝିବା ସହ ଆମର ଚାରି ପାଖରେ ଥିବା ସବୁଲୋକଙ୍କ ମନର ଭାବନାକୁ ଅଳ୍ପବହୁତେ ଜାଣିପାରୁ । କର୍ମ କ୍ଷେତ୍ରରେ ସଙ୍ଘରଶ ସଂଘର୍ଷ ହେଉଥିଲେ ପେଟ ମାଂସପେଶୀ ଦୃଢ ହେବା, ଅଧିକ କରମ୍ଭରରେ କାନ୍ଧ ଶକ୍ତ ହେବା କିମ୍ବା ଅବସ୍ଥା ଶୟତା ଖାପଖୁଆଇ ନ ପାରିଲେ ବେକ ମାଂସପେଶୀ ଟାଣ ହେଇଯିବା ଭଳି କିଛି ଶାରୀରିକ କ୍ରିୟା ଆମ ସହିତ ହେଇଥାଏ, ଯାହା ଷ୍ଟ୍ରେସର ଚିହ୍ନ। ଏହିସବୁ ଲକ୍ଷଣ ଦେଖିଲେ ଆପଣ କେଉଁଥି ପାଇଁ ଚାପ ନେଉଛନ୍ତି, ସେକଥା ବୁଝିପାରିବେ ଓ ସେହି ହିସାବରେ କାମ କରିବେ ।

#health #lifehack #lifesty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon