• ବେତାର ବ୍ୟୁରୋ

ସବୁ ରାଜ୍ୟରେ ‘ପଦ୍ମାବତ୍’ ରିଲିଜ ହେବ : ସୁପ୍ରିମ କୋର୍ଟ


ସଞ୍ଜୟ ଲୀଳା ଭଁସାଲିଙ୍କ ନିର୍ଦ୍ଦେଶିତ ପଦ୍ମାବତ୍ ର ରିଲିଜ ଉପରେ ଭାରତର ଚାରି ରାଜ୍ୟ ଲଗାଇଥିବା ନିଷେଧାଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି ଯେ ଫିଲ୍ମଟିକୁ କେନ୍ଦ୍ରସରକାରଙ୍କ ସେନ୍ସର ବୋର୍ଡ ତରଫରୁ ସାର୍ଟିଫିକେଟ ମିଳିସାରିଥିବାରୁ ଏହାକୁ କୌଣସି ରାଜ୍ୟରେ ବ୍ୟାନ କରାଯାଇପାରିବ ନାହିଁ।

ଏହି ବିବାଦୀୟ ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ତରଫରୁ U/A ପ୍ରମାଣପତ୍ର ମିଳିଥିବା ଏବଂ ଏହା ସିନେମାଟୋଗ୍ରାଫୀ ଆକ୍ଟର କୌଣସି ନିୟମକୁ ଉଲ୍ଲଂଘନ କରୁ ନ ଥିବା କଥାକୁ କୋର୍ଟ ହୃଦୟଙ୍ଗମ କରିଥିଲେ । ବିଶେଷକରି ଏହି ଫିଲ୍ମର ରିଲିଜ ବନ୍ଦ କରାଇ ରାଜ୍ୟ ସରକାରମାନେ ଏହାର ନିର୍ମାତାଙ୍କ କଥା କହିବାର ମୌଳିକ ଅଧିକାରକୁ ହରଣ କରୁଛନ୍ତି ବୋଲି କୋର୍ଟ ଟିପ୍ପଣୀ କରିଥିଲେ ।

ରାଜ୍ୟମାନଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟା ଏହି ମାମଲାର ପରିଚାଳନା କରୁଥିଲେ । ସେ ଏହି ଫିଲ୍ମର ରିଲିଜ ବନ୍ଦ କରିବା ସପକ୍ଷରେ ଯୁକ୍ତି ବାଢି କହିଥିଲେ,”ଯଦି ଏହିପରି ଭାବେ ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦିଆଯାଏ, ତେବେ ଦିନ ଆସିବ, ମହାତ୍ମାଗନ୍ଧିଙ୍କୁ ମଦ ପିଉଥିବାର ଦୃଶ୍ୟ ସିନେମାରେ ଦେଖିବାକୁ ମିଳିବ। ଇତିହାସକୁ କଦର୍ଯ୍ୟ କରୁଥିବା କୌଣସି ଫିଲ୍ମକୁ ଦେଶ ସହ୍ୟ କରିପାରିବନି।“

ଏହି ଫିଲ୍ମରେ ହିରୋ ରଣବୀର ସିଂହ (ଆଲାଉଦ୍ଦୀନ ଖିଲଜି) ଓ ହିରୋଇନ ଦିଲିକା ଦୀପିକା ପାଦୁକୋନ (ରାଜସ୍ଥାନର ଯୋଦ୍ଧା ରାଣୀ ପଦ୍ମାବତୀ) ମଧ୍ୟରେ କାଳ୍ପନିକ ପ୍ରେମ ଦୃଶ୍ୟ ଉତ୍ତୋଳିତ କରିଥିବାର ଅନୁମାନ କରି କିଛି ରାଜପୁତ ସଂଗଠନ ଏହାର ବିରୋଧ କରୁଛନ୍ତି ।

ଫଳରେ ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶ ସରକାର ସେମାନଙ୍କ ରାଜ୍ୟରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଇପାରିବ ନାହିଁ ବୋଲି ଏକ ଆଦେଶ ଜାରି କରିଥିଲେ । ମଙ୍ଗଳବାର ଦିନ ହରିୟଣା ମଧ୍ୟ ଏହି ପରି ଏକ ଆଦେଶ ଜାରି କରିବାରୁ, ଫିଲ୍ମର ନିର୍ମାତାମାନେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଇଥିଲେ ।

ମାମଲାର ବିଚାରକରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଏହିସବୁ ନିଷେଧାଦେଶକୁ ଖାରଜ କରିଦେଇଛନ୍ତି ଓ କହିଛନ୍ତି ଯେ, ଚଳଚ୍ଚିତ୍ରର ପ୍ରଦର୍ଶନ ସମୟରେ ରାଜ୍ୟ ସରକାର ସିନେମା ହଲ ମାନଙ୍କରେ ସୁରକ୍ଷାର ବନ୍ଦୋବସ୍ତ କରନ୍ତୁ ।

ଏହି ଚଳଚ୍ଚିତ୍ରଟି ଜାନୁଆରୀ 25 ତାରିଖରେ ସମଗ୍ର ଭାରତରେ ମୁକ୍ତି ଲାଭ କରିବ । ଆଗରୁ ଏହାର ରିଲିଜ ତାରିଖ 2017 ଡିସେମ୍ବର 1 ରଖାଯାଇଥିଲା । ହେଲେ ବିବାଦ ଯୋଗୁଁ ଏହାକୁ ପରେ ଘୁଞ୍ଛା ଯାଇଥିଲା । ସେନ୍ସର ବୋର୍ଡର ଆଦେଶକ୍ରମେ ଏହାର ନାମକୁ ‘ପଦ୍ମାବତୀ’ରୁ ବଦଳା ଯାଇ ପଦ୍ମାବତ୍ କରାଯାଇଛି ।

#bollywood #cinema #entertainment #infotainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon