• Jyotishree Mohapatra

ଉଜ୍ଜଳ ତ୍ଵଚା ପାଇବା ପାଇଁ ଘରେ କରନ୍ତୁ ଏହି ଉପାୟ


ଆପଣମାନେ ଜାଣିଛନ୍ତି କି ଆଜିକାଲିର ପ୍ରଦୂଷିତ ପରିବେଶ ପାଇଁ ଆପଣମାନଙ୍କ ତ୍ଵଚାରେ ସାଧାରଣତଃ ବ୍ରଣ, କଳାଦାଗ ଇତ୍ୟାଦି ସୃଷ୍ଟି ହେଇଥାଏ, ଯାହା ଫଳରେ ତ୍ଵଚାର ଉଜ୍ଜଳତା କମିଯାଏ । ଏହାଛଡା ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ତ୍ଵଚାର ଯତ୍ନ ନବା ପାଇଁ ଆମ ପାଖରେ ସମୟ ନଥାଏ । ସେଥିପାଇଁ ତ୍ଵଚାର ଏପରି ଯତ୍ନ ନେବା ଆବଶ୍ୟକ ଯାହା ଦ୍ଵାରା ତ୍ଵଚାର ଉଜ୍ଜ୍ଵଳତା କ୍ଷୟ ହେବା ନାହିଁ ।

ଏଥିପାଇଁ ଏପରି କିଛି ଘରୋଇ ଉପଚାର ଅଛି ଯାହାକୁ ବ୍ୟବହାର କରି ଆପଣ କମ ସମୟ ଭିତରେ ସହଜରେ ନିଜ ତ୍ଵଚାକୁ ସଫା ଓ ଉଜ୍ଜଳ କରି ପାରିବେ। 1- ସପ୍ତାହକୁ ଅତି କମରେ ଗୋଟିଏ ଥର ପାଇଁ ସ୍କ୍ରବ କରନ୍ତୁ, ଯାହା ଦ୍ଵାରା ଡେଡସ୍କିନକୁ ଅତି ସହଜରେ ମୁହଁରୁ ବାହାର କରିପାରିବେ ଏବଂ ତ୍ଵଚାକୁ ନମନୀୟ ଓ ଉଜ୍ଜଳ କରିପାରିବେ। 2- ଗୋଟେ ପାତ୍ରରେ କିଛି କ୍ଷୀର କ୍ରିମ ବା ମଲେଇ, ଆବଶ୍ୟକ ଅନୁସାରେ ଲେମ୍ବୁରସ ଓ ଅଳ୍ପକିଛି ହଳଦୀ ଗୁଣ୍ଡକୁ ମିଶାଇ ବେକ, ହାତ, ମୁହଁ ଓ ବେକରେ ଭଲ ଭାବେ ଲଗାଇବା ପରେ 5 ରୁ 10 ମିନିଟି ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଅଳ୍ପ ପାଣି ନେଇ ଭଲ ଭାବେ ସ୍କ୍ରବ କରିବେ । ଆପଣ ଚାହିଁଲେ ପାଣି ବଦଳରେ ଗୋଲାପ ଜଳ ବ୍ୟବହାର କରିପାରନ୍ତି । 3- ଆଖିର କଳା ଦାଗ ଦୂର କରିବା ପାଇଁ କିଛି ଲୁଣ ନେଇ ଆଖିର ଚାରିପଟେ ଲଗାଇ ରଖି କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଛଡା ଆପଣ ଆଳୁକୁ ଗୋଲ ଗୋଲ କରି କାଟି ଆଖି ଉପରେ ପାଞ୍ଚରୁ ଦଶ ମିନିଟି ଯାଏଁ ରଖି ପାରିବେ । ଆଳୁ ବଦଳରେ ଆପଣ କାକୁଡି ବ୍ୟବହାର କରିପାରନ୍ତି । ଏହିପରି ଭାବେ ଆପଣ 15 ଦିନ ପର୍ଯ୍ୟନ୍ତ କଲେ ଆଖିର କଳା ଦାଗ ଦୂର ହୋଇ ଯିବ । 4- ପ୍ରତି ଦିନ ମଶ୍ଚିରାଇଜର କ୍ରିମ ଲଗାନ୍ତୁ । ଏହାଦ୍ଵାରା ଆପଣଙ୍କ ତ୍ଵଚା ନମନୀୟ ହେବା ସହ ତ୍ଵଚା କଳା ପଡି ନ ଥାଏ । 5- ସୁନ୍ଦର ଓ ଉଜ୍ଜଳ ତ୍ଵଚା ପାଇବା ପାଇଁ ଠିକ ସମୟରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ । ଶୋଇବା ଦ୍ଵାରା ଆଖିରେ କଳା ଦାଗ ପଡି ନ ଥାଏ।

#fashion #beauty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon