• Bishnupriya Swain

ପଦ୍ମାବତ୍ ପାଇଁ ଅକ୍ଷୟ କୁମାରଙ୍କ ପ୍ୟାଡମାନ ଫିଲ୍ମ ଘୁଞ୍ଚିଲା


ଅକ୍ଷୟ କୁମାରଙ୍କ ପ୍ୟାଡମାନ ଓ ଦୀପିକା ପାଦୁକୋନଙ୍କ ପଦ୍ମାବତ୍ ଫିଲ୍ମ, ଯାହା ଏକ ସଙ୍ଗେ ଜାନୁଆରୀ 25 ତାରିଖରେ ରିଲିଜ ହେଇଥାନ୍ତା, ଏବେ ଏହାର ତାରିଖ ବଦଳିଯାଇଛି । ପଦ୍ମାବତ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଜାନୁଆରୀ 25 ରେ ରିଲିଜ ହେଉଥିଲା ବେଳେ ପ୍ୟାଡମାନ ଫେବ୍ରୁଆରି 9ରେ ରିଲିଜ ହେବ।

ଅକ୍ଷୟ ଶୁକ୍ରବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଦୁଇଟିଯାକ ଫିଲ୍ମ ଏକ ସାଙ୍ଗରେ ରିଲିଜ ହେଊ ଏକଥା ମୁଁ ଚାହୁଁ ନ ଥିଲି । ସେଥିପାଇଁ ପ୍ୟାଡମାନର ରିଲିଜ ଘୁଞ୍ଚେଇ ଦିଆଗଲା । ସେହି ସାମ୍ବାଦିକ ସମ୍ମିଳନୀରେ ପଦ୍ମାବତର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁସାଲି ଉପସ୍ଥିତ ଥିଲେ । ସେ କହିଥିଲେ ରଣବିର ସିଂହ ,ଦୀପିକା ପାଦୁକୋନ ଓ ସାହିଦ କପୁରଙ୍କ ଦ୍ଵାରା ଅଭିନୀତ ପଦ୍ମାବତ ଜାନୁଆରୀ 25ରେ ରିଲିଜ ହେବ।

ଅକ୍ଷୟ କୁମାର କହିଲେ, “ଫିଲ୍ମ ଦୁଇଟି ଗୋଟିଏ ତାରିଖରେ ରିଲିଜ ହେବାରେ କାହାର କିଛି ଆପତ୍ତି ନାହିଁ। ତେବେ ଭଁସାଲିଙ୍କ ପାଇଁ ଏଇ ଫିଲ୍ମ ବହୁତ ଜରୁରୀ ଥିଲା । କାରଣ ଏହି ଫିଲ୍ମ ଉପରେ ବହୁତ କିଛି ନିର୍ଭର କରୁଛି । ସେମାନେ ଏହି ଫିଲ୍ମ ଶୀଘ୍ର ରିଲିଜ କରେଇବା ଆବଶ୍ୟକ । ସେଥିପାଇଁ ମୁଁ ଚାହୁଁ ନ ଥିଲି ଏଇ ଫିଲ୍ମ ଦୁଇଟି ଗୋଟିଏ ତାରିଖରେ ରିଲିଜ ହେଉ । ମୁ ଫେବୃଆରେ ୯ରେ ପ୍ୟାଡମାନ ରିଲିଜ କରେଇବା ପାଇଁ ସହମତ । ସେ (ଭଁସାଲି) ମୋର ବହୁତ ଭଲ ସାଙ୍ଗ, ସେଥିପାଇ ମୁଁ ଏହି ନିଷ୍ପତ୍ତି ନେଲି । ଏହି ନିଷ୍ପତ୍ତିରେ ସହଯୋଗ କରିଥିବା ପାଇଁ ମୁଁ ପ୍ୟାଡମାନର ନିର୍ମାତା ତଥା ନିର୍ଦେଶକଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି।“

ଅକ୍ଷୟଙ୍କ ଏହି ଘୋଷଣା ପରେ ସଞ୍ଜୟ ଲୀଳା ଭଁସାଲି କହିଥିଲେ, “ଅକ୍ଷୟ ଯାହା ନିଷ୍ପତ୍ତି ନେଲେ ତାହାର ପ୍ରଶଂସା କରିବା କଥା । ବହୁତ ଅସୁବିଧାର ସମୁଖୀନ ହେଇ ଆମେ ପଦ୍ମାବତ ତିଆରି କରିଛୁ । ଏହି ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବାର ଅଛି । ଅକ୍ଷୟଙ୍କ ପ୍ୟାଡମାନ ଫିଲ୍ମ ସେହିଦିନ ରିଲିଜ ହେବା ନିମନ୍ତେ ସ୍ଥିର ହେଇଥିବାରୁ ତାଙ୍କ ଫିଲ୍ମର ତାରିଖ ବଦଳେଇବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି ଓ ସେ ଏଥିପାଇଁ ରାଜି ହୋଇଥିଲେ।“

ପଦ୍ମାବତ ଫିଲ୍ମରେ ହିରୋ ରଣବୀର ସିଂହ (ଆଲାଉଦ୍ଦୀନ ଖିଲଜି) ଓ ହିରୋଇନ ଦିଲିକା ଦୀପିକା ପାଦୁକୋନ (ରାଜସ୍ଥାନର ଯୋଦ୍ଧା ରାଣୀ ପଦ୍ମାବତୀ) ମଧ୍ୟରେ କାଳ୍ପନିକ ପ୍ରେମ ଦୃଶ୍ୟ ଉତ୍ତୋଳିତ କରିଥିବାର ଅନୁମାନ କରି କିଛି ରାଜପୁତ ସଂଗଠନ ଏହାର ବିରୋଧ କରୁଛନ୍ତି । ଦେଶର କିଛି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଏହାର ରିଲିଜ ତାରିଖ ଡିସେମ୍ବର ୧ ରୁ ଘୁଞ୍ଚା ଯାଇ ଜାନୁଆରୀ ୨୬ ତାରିଖ ନିର୍ଦ୍ଧାରିତ କରାଯାଇଥିଲା ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon