- Bishnupriya Swain
ଉନ୍ନତି ପାଇଁ ସରସ୍ଵତୀ ପୂଜାରେ ପଢନ୍ତୁ ଏହି ମନ୍ତ୍ର

ମା ସରସ୍ଵତୀ ବୁଦ୍ଧି ବିଦ୍ୟାର ଭଣ୍ଡାର । ସେ ଏକ ହସ୍ତରେ ଉପଦେଶର ମୁଦ୍ରା, ଅନ୍ୟ ହସ୍ତରେ ବୀଣା ଓ ପୁସ୍ତକ ଧରିଛନ୍ତି। ସରସ୍ଵତୀ ହେଉଛନ୍ତି ଭଗବାନ ଶ୍ରୀହରିଙ୍କ ପ୍ରିୟ। ସେ ଚନ୍ଦନ, ଚନ୍ଦ୍ରମା, କୁମୁଦ ପରି ସମାନ କାନ୍ତିଯୁକ୍ତ ଅଟନ୍ତି। ଲୋକମାନଙ୍କର ମନୋବାଞ୍ଛା ପୂରଣ କରନ୍ତି। ସବୁବେଳେ ସେ ସିଦ୍ଧି ପ୍ରଦାନ କରନ୍ତି।
ଏହିଦିନ ସନ୍ଧ୍ୟାରେ “ଏଂ ହ୍ରେଂ ଶ୍ରୀଂ ନୀଳ ସରସତ୍ଵୟୀ ନମଃ” ୧୦୧ଥର ସରସ୍ଵତୀଙ୍କ ମନ୍ତ୍ର ଜପ କଲେ ଲୋକମାନଙ୍କୁ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ।ଏହିଦିନ ପୁସ୍ତକ ଓ ଲେଖାପଢାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିଛି ଶୁଭ କାର୍ଯ୍ୟ କରିବାର ଥିଲେ ବସନ୍ତ ପଞ୍ଚମୀରେ ଆରମ୍ଭ ହୋଇଥାଏ।
ବିଭିନ୍ନ ଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ବସନ୍ତ ପଞ୍ଚମୀ ଦିନ ଶିବ ମା’ ପାର୍ବତୀଙ୍କୁ ଧନ ଓ ସମ୍ପନ୍ନତା ଦେବୀର ବରଦାନ ଦେଇଥିଲେ । ସେଥିପାଇଁ ମା’ ପାର୍ବତୀଙ୍କୁ ନୀଳ ସରସ୍ଵତୀ ନାମରେ ସମ୍ବୋଧିତ କରାଯାଇଥାଏ । ଏକ କାମ କରିବାକୁ ଗଲେ ସର୍ବଦା ମା’ ସରସ୍ଵତୀଙ୍କ ନାମ ଉଚ୍ଚାରଣ କରାଯାଇଥାଏ।
ଏହିଦିନ ଯେ ଶୁଭ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳମୟ ହୋଇଥାଏ। ଏହି ଦିନ ତ୍ରିବୃତ ଯଜ୍ଞ ଆରମ୍ଭ ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ଯଜ୍ଞର ସବୁ ଜିନିଷ ଆୟୋଜନ କରାଯାଇଥାଏ ଓ ସଂଗୀତ, କଳା,ବିବାହ, ପଦଭାର, ଅଧ୍ୟୟନ ,ଗୃହ ପ୍ରବେଶ ଆଦି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ।
ସରସ୍ଵତୀ ପୂଜା ମାଘମାସ ପଞ୍ଚମୀରେ ପଡେ। ଏହାକୁ ଲୋକମାନେ ବସନ୍ତ ପଞ୍ଚମୀ ମଧ୍ୟ କୁହନ୍ତି।ଏହି ଦିନ କୁନି କୁନି ଶିଶୁମାନେ ନୂଆକରି ଖଡି ଛୁଆଁନ୍ତି। ଅକ୍ଷର ଲେଖିଲା ବେଳେ 'ଓଁ' ଓ 'ରାମ' ଲେଖାରୁ ଆରମ୍ଭ କରନ୍ତି । ଏହା ଆମ ଓଡିଆ ଘରର ପରମ୍ପରା ଏବଂ ପ୍ରତୀକ ଶିକ୍ଷାସଂସ୍କାର।
ଏହାର ପ୍ରତେକ ମନ୍ତ୍ର ‘ଓଁ’ ରେ ହିଁ ଆରମ୍ଭ ହେଇଥାଏ ।ଏହାର କାରଣ ହେଲା 'ଓଁ' କାର ଓ ଶ୍ରୀ ଗଣେଶଙ୍କ ଆକୃତି ସମାନ। । ଯେହେତୁ ବୁଦ୍ଧିଦାତା ବିନାୟକଙ୍କ ବିନା ସରସ୍ଵତୀଙ୍କ ପୂଜା ଅସମ୍ପୂର୍ଣ୍ଣ, ସେଥିପାଇଁ ବିଦ୍ୟାରମ୍ଭ ପୂଜା ପ୍ରତ୍ୟକ୍ଷ-ଅପ୍ରତ୍ୟକ୍ଷ ରୂପରେ ଉଭୟ ଗଣେଶ-ସରସ୍ଵତୀଙ୍କ ଆରାଧନା କରାଯାଇଥାଏ।
ସରସ୍ଵତୀ ପୂଜା ସବୁ ସ୍କୁଲ ,କଲେଜରେ ଅନୁଷ୍ଠିତ ହୋଇଥାଏ। ସରସ୍ବତୀଙ୍କର ଅନେକ ଗୁଡିଏ ନାମ ଅଛି। ସେଥି ମଧ୍ୟରୁ ଲୋକମାନେ ମା ସରସ୍ଵତୀଙ୍କୁ ଅନ୍ୟ ନାମରେ ଡାକନ୍ତି।ସେଗୁଡିକ ମଧ୍ୟରେ ବୀଣା,ଗୀତ, ଗିରା, ଭାଷା, ଶାରଦା, ବାଚା, ଧୀରବରି, ବାଗଶ୍ଵର, ବ୍ରହାମି, ସୋମଲତା ଓ ବାଗଦେବୀ ଅନ୍ୟତମ।