• padmabati kund

ବିଗବସର ନୂଆ ଟ୍ଵିଷ୍ଟ :ଏଥର କେବଳ 'ଯୋଡ଼ି'


ଟେଲିଭିଜନ ଦୁନିଆର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ’ର ୧୨ତମ ସଂସ୍କରଣ ଟିଭି ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଶୋ’ ର ପ୍ରସ୍ତୁତକର୍ତ୍ତା । ଆଉ କିଛି ମାସ ମଧ୍ୟରେ ଏହା ଟିଭି ପରଦାକୁ ଆସିଯିବ । ତେବେ ଏଥର ବିଗବସରେ ରହିଛି ଏକ ନୂଆ ଟ୍ଵିଷ୍ଟ । ଏହି ସଂସ୍କରଣରେ ପ୍ରତିଯୋଗୀମାନେ କେବଳ ଯୋଡି ହିସାବରେ ଭାଗ ନେଇ ପାରିବେ ବୋଲି ଶୋ’ ପ୍ରସ୍ତୁତକର୍ତ୍ତାମାନେ କହିଛନ୍ତି ।

‘ବିଗବସ’ ରିଆଲିଟି ଶୋ’ ର ପ୍ରସାରଣକାରୀ ଚାନେଲ କଲରସ୍ ଏହାର ଆଧିକାରୀକ ଟ୍ଵିଟର ଆକାଉଣ୍ଟରେ ଉଲ୍ଲେଖ କରିଛି ଯେ, ଚଳିତ ବର୍ଷ ଶୋ’ରେ ଡବଲ ଧମାଲ ପାଇଁ ପ୍ରତିଯୋଗୀମାନଙ୍କୁ ଯୋଡି ଆକାରରେ ‘ବିଗବସ’ର ଘର ଭିତରକୁ ପ୍ରବେଶ କରିବାକୁ ପଡିବ । ଏଥିପାଇଁ ଅଡିଶନ (ସାକ୍ଷାତକାର) ଆରମ୍ଭ ହୋଇସାରିଲାଣି ବୋଲି ଚାନେଲ କର୍ତ୍ତୃପକ୍ଷ ଲେଖିଥିଲେ।

ଅବଶ୍ୟ ପୂର୍ବରୁ ବିଗବସରେ ଅନେକ ସ୍ଵାମୀ-ସ୍ତ୍ରୀ ତଥା ବଏଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ ଯୋଡି ଭାଗ ନେଇ ସାରିଛନ୍ତି । ତେବେ ‘ବିଗବସ’ର ଏହି ନୂତନ ସଂସ୍କରଣରେ ପ୍ରତିଯୋଗୀମାନେ ପାଇଁ ଯୋଡି ଆକାରରେ ନିଜ ଭାଇ, ଭଉଣୀ, ଅଭିଭାବକ,ସାଙ୍ଗସାଥୀ କିମ୍ବା ସହକର୍ମୀ ମାନଙ୍କ ମଧ୍ୟ ସହ ଆସିପାରିବେ।

ଗତ ଦୁଇଟି ସଂସ୍କରଣରେ ଲୋକପ୍ରିୟ କଳାକାର (ସେଲିବ୍ରେଟି)ଙ୍କ ସହିତ ସାଧାରଣ ଲୋକମାନଙ୍କୁ ବିଗବସରେ ଭାଗ ନେବାକୁ ସୁଯୋଗ ଦେଇ ଏହା ସାଧାରଣ ଲୋକଙ୍କ ଗହଣରେ ଅଧିକ ଲୋକପ୍ରିୟ ହୋଇ ପାରିଛି । ଏହି ଲୋକପ୍ରିୟ ରିଆଲିଟି ଶୋ’ ରେ ସେଲିବ୍ରିଟି ମାନଙ୍କ ରୋମାନ୍ସ ,ଡ୍ରାମା,ଗଣ୍ଡଗୋଳ ,ବିଚ୍ଛେଦ ଇତ୍ୟାଦି ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ଏହି ଶୋ’ ସାଧାରଣ ଲୋକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇ ଶୋ’ କୁ ଅଧିକ ଲୋକପ୍ରିୟ କରିବାକୁ ଲାଗିପଡିଛି।

ବିଗବସକୁ ନେଇ ଅନ୍ୟ ଏକ ବଡ ଖବର ଶୁଣିବାକୁ ମିଳୁଛି ଯେ, ହୁଏତ ଏଥର ଶୋ’ର ହୋଷ୍ଟ ଭାବରେ ସଲମାନ ଖାନଙ୍କୁ ଦେଖିବାକୁ ନ ମିଳିପାରେ । ଗତ ଆଠଟି ସଂସ୍କରଣକୁ ଲଗାତାର ଭାବରେ ହୋଷ୍ଟ କରିଆସୁଥିବା ସଲମାନ ଖାନ ନିଜର ନୂଆ ଫିଲ୍ମ ଓ ସୋନି ଚ୍ୟାନେଲ ର ‘ଦଶ କା ଦମ’ କାର୍ଯକ୍ରମ ପାଇଁ ବ୍ୟସ୍ତ ରହିବେ। ସେଥିପାଇଁ ସଲମାନ ଖାନଙ୍କ ଜାଗାରେ ବଲିଉଡ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହା ଉପରେ ଚୁଡାନ୍ତ ନିଷ୍ପତ୍ତି ଉଭୟ ସଲମାନ ଓ ଶୋ’ ପ୍ରସ୍ତୁତକାରୀ ସଂସ୍ଥା ଏଣ୍ଡେମୋଲ ନେବେ ।

‘ବିଗବସ’ର ଏହି ଯୋଡି କନ୍ସେପ୍ଟ ଶୁଣିବାକୁ ତ ମଜାଦାର ଲାଗୁଛି, ଦେଖାଯାଉ ଦର୍ଶକ ମହଲରେ ଏହା କେତେ ଧମାଲ କରୁଛି ।

#entertainment #tv #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon