• padmabati kund

କାଶ୍ମିରୀ ଗୁପ୍ତଚର ପାଇଁ ଆଲିଆ ‘ରାଜି’


ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା 'ରାଜି'ରେ ବଲିଉଡର ଚୁଲୁବୁଲି ହିରୋଇନ୍‌ ତଥା ମହେଶ ତନୟା ଆଲିଆ ଭଟ୍ଟଙ୍କୁ ଜଣେ କାଶ୍ମିରୀ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିବ ।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ଗୀତିକାର ଗୁଲଜାର ଓ ରାକ୍ଷୀ ଗୁଲଜାରଙ୍କ କନ୍ୟା ମେଘନା ଗୁଲଜାର୍‌। ଆସନ୍ତା ମଇ ୧୧ତାରିଖରେ "ରାଜି' ରିଲିଜ୍‌ ହେବାକୁ ଯାଉଛି ।

ଯୁଦ୍ଧ କାହାଣୀ

କରନ ଜୋହରଙ୍କ ଧର୍ମା ପ୍ରଡ଼କ୍ସନରେ ନିର୍ମିତ ଏହି ଚଳଚିତ୍ରଟି ହେଉଛି ଆଲିଆଙ୍କର ପ୍ରଥମ ପିରିଅଡ୍‌ ଫିଲ୍ମ, ଅର୍ଥାତ ଚଳଚ୍ଚିତ୍ରଟି ଏକ ଦୀର୍ଘ ସମୟସୀମାର କାହାଣୀ ଉପରେ ଆଧାରିତ। ଏଥିରେ ଆଲିଆଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଭିକି କୌଶଲ । ହାରୀନ୍ଦର ସିକାଙ୍କ ଲିଖିତ ଏକ ଉପନ୍ନ୍ୟାସ ‘ସେହମତ‘ରୁ ଏହି କାହାଣୀ କୁ ଅଣାଯାଇଛି, ଯାହାକି ଭାରତ ପାକିସ୍ଥାନ ଯୁଦ୍ଧ ସମୟରେ ଜଣେ କାଶ୍ମିରୀ ଗୁପ୍ତଚରଙ୍କ ପାକିସ୍ତାନୀ ସୈନିକ ସହ ବିବାହ ଉପରେ ଆଧାରିତ।

ତେବେ ଏହି ଫିଲ୍ମରେ ଅଭିନୟ କରିବା ଏତେଟା ସହଜ କଥା ନ ଥିଲା । ‘ରାଜି’ ରେ କାମ କରିବା ପୂର୍ବରୁ ହଟ୍‌ ହିରୋଇନ୍‌ ଆଲିଆ ଭଟ୍ଟଙ୍କୁ ଟେକ୍‌ନିକାଲ ଟ୍ରେନିଂ ନେବାକୁ ପଡ଼ିଥିଲା। ଆର୍ମି ଅଫିସରମାନେ ଯେଉଁ କୋଡ୍‌ ଲାଙ୍ଗୁଏଜ୍‌ରେ କଥା ହୁଅନ୍ତି, ଆଲିଆଙ୍କୁ ତାହା ମଧ୍ୟ ଶିଖିବାକୁ ପଡ଼ିଥିଲା । ଏହାଛଡ଼ା ତାଙ୍କୁ ଟ୍ରକ ଭଳି ଭାରି ଗାଡି ଚାଳନା ବି ଶିଖିବାକୁ ପଡିଥିଲା। ସୁଟିଂ ସେଟ୍‌ରେ ତାଙ୍କୁ ପ୍ରତିଦିନ ଟ୍ରକ ଚଳାଇବାକୁ ପଡିଥିଲା ବୋଲି କହିଛନ୍ତି ଆଲିଆ ଭଟ୍ଟ। ପୂର୍ବରୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଆଲିଆଙ୍କୁ ଏଭଳି ଚରିତ୍ରରେ ଅଭିନୟ ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।

ଇତିମଧ୍ୟରେ ‘ରାଜି’ର ଟ୍ରେଲର ଓ ପ୍ରଥମ ପୋଷ୍ଟର ପରଦାକୁ ଆସି ସାରିଛି। ଟ୍ରେଲରରେ ଆଲିଆଙ୍କ ଅଭିନୟକୁ ବଲିଉଡର ଅନ୍ୟାନ୍ୟ କଳାକାର ଓ ଦର୍ଶକ ମାନେ ଖୁବ ପ୍ରଶଂସା କରିଛନ୍ତି। ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଏକ ନୂଆ ଗୀତ ଲଞ୍ଚ ହୋଇଥିଲା । ଏହି ଅବସରରେ ଷ୍ଟାରକାଷ୍ଟଙ୍କ ସହିତ ମେଘନା ବି ନଜର ଆସିଥିଲେ। ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ଆଲିଆ କହିଥିଲେ ଯେ ସେ ଏବେ ଆର୍ମି ଜଏନ୍‌ କରିପାରିବେ।

ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ର ‘ହିନ୍ଦୁସ୍ତାନ୍‌ କି କସମ୍‌’ ରେ ପ୍ରିୟା ରାଜବଂଶ କରିଥିବା ଭୂମିକା ସହିତ ସମାନ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏକଥାକୁ ସ୍ୱୀକାର କରି ନାହାନ୍ତି ନିର୍ଦ୍ଦେଶକ ମେଘନା ଗୁଲଜାର। ପୂର୍ବରୁ ମେଘନା ଜଷ୍ଟ ମାରିଡ (2007) ଓ ଦିଲ୍ଲୀର ଆରୁଷି ହତ୍ୟାକାଣ୍ଡ ଉପରେ ନିର୍ମିତ ‘ତଲୱାର” ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇସାରିଛନ୍ତି ।

#bollywood #cinema #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon