- padmabati kund
ପ୍ରେମ ପାଇଁ ବାହାବେଦୀରେ ବାଇକରେ ଏଣ୍ଟ୍ରି ମାରିଲା ଯୁବକ

ବାହାଘର ବେଦୀରୁ ବରର ଆଖି ଆଗରେ କନ୍ୟାକୁ ତାର ପ୍ରେମିକ ବରମାଳା ପିନ୍ଧେଇବାର ଘଟଣା ତ ଆଗରୁ ଆପଣ ବହୁତ ଥର ସିନେମାରେ ଦେଖିଥିବେ। ହେଲେ ବାସ୍ତବରେ ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୋର ଅଞ୍ଚଳର ନଗିନାରେ । ବାହାଘର ବେଦୀ ଉପରେ ବର ସାମ୍ନାରେ, ସମସ୍ତ ଅତିଥିଙ୍କ ଉପସ୍ଥିତିରେକ ନ୍ୟାର ପ୍ରେମିକ ବାଇକରେ ବଲିଉଡ ଷ୍ଟାଇଲରେ ଏଣ୍ଟ୍ରି ମାରି କନ୍ୟାକୁ ମାଳ ପିନ୍ଧେଇଥିଲା।
ଏମିତିକା ଫିଲ୍ମି ଘଟଣା କଥା ଶୁଣିଲେ ମନେପଡେ ବଲିଉଡ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ ର ଶେଷ ଦୃଶ୍ୟ କଥା, ଯେତେବେଳେ ଶାହରୁଖ ଖାନ ଟ୍ରେନରେ ଥାଇ କାଜଲ ଙ୍କୁ ହାତ ବଢେଇଥାନ୍ତି ଆଉ କାଜଲ ବି ବିଲକୁଲ ଫିଲ୍ମୀ ଷ୍ଟାଇଲିରେ ଦଉଡି ଦଉଡି ଟ୍ରେନ ଛାଡିବା ଆଗରୁ ଶାହରୁଖଙ୍କ ହାତ ଧରି ନିଅନ୍ତି । ସେମିତି 3 ଇଡିଅଟ ଚଳଚ୍ଚିତ୍ରରେ କରିନା କପୁରଙ୍କୁ ବିବାହ ବେଦୀରୁ ଉଠାଇ ନେଇ ଅମିର ଖାନଙ୍କ ସହିତ ବିବାହ କରେଇବା ଦୃଶ୍ୟ ବି ଆପଣଙ୍କ ମନେଥିବ ।
ଘଟଣାଟି ଏହିପରି ଘଟିଥିଲା । ଉତ୍ତରପ୍ରଦେଶରେ ନଗିନା ଅଞ୍ଚଳରେ ଜଣେ ୨୪ ବର୍ଷୀୟ ବାଳକ ଯେକି ଜଣେ ଗ୍ରାଜୁଏଟ, ସେ ଜଣେ ଏମ.ଏ ପଢୁଥିବା ଛାତ୍ରୀଙ୍କୁ ଭଲ ପାଉଥିଲେ। ଝିଅଟି ଜଣେ ଦଳିତ ଓ ପୁଅଟି ଉଚ୍ଚ ଜାତିର ହୋଇଥିବାରୁ ଉଭୟଙ୍କ ପରିବାର ଲୋକ ବାହାଘର ପାଇଁ ରାଜି ହୋଇନଥିଲେ। ଝିଅର ପରିବାର ଅନ୍ୟ ଜାଗାରେ ବାହାଘର ଠିକ କରେଇଦେଇଥିଲେ।
ଠିକ ବାହାଘର ଦିନ ବାର ଉକ୍ତ କନ୍ୟାଙ୍କୁ ବରମାଳ ପିନ୍ଧେଇବା ସମୟରେ ବାହାଘର ମଣ୍ଡପନିକଟରେ ପୁଅଟି ବାଇକି ଚଳାଇ ବଲିଉଡ ଷ୍ଟାଇଲରେ ଏଣ୍ଟ୍ରି ମାରିଥିଲା। ଝିଅଟି ପୁଅକୁ ଦେଖିବା ପରେ ଇସାରା ଇସାରାରେ କିଛି କଥା ହେଇଥିଲେ। ତାପରେ ପୁଅଟି ଗୋଟେ ହାତରେ ମାଳ ଧରି କନ୍ୟା ଆଡକୁ ଫୋପଡିଥିଲା,ଯାହାକି ଠିକ ଝିଅଟିର ବେକରେ ଯାଇ ପଡିଥିଲା। କନ୍ୟା ପାଖରେ ଠିଆ ହୋଇଥିବା ବର ଓ ଉପସ୍ଥିତ ଅତିଥିମାନେ କିଛି ବୁଝିବା ଆଗରୁ ହିଁ ଏସବୁ ଘଟି ଯାଇଥିଲା।
ଏସବୁ ପରେ ସବୁ ଫିଲ୍ମରେ ଯେମତି ଘଟିଥାଏ ତାହା ହେଇଥିଲା । ବାହାଘରେ ଉପସ୍ଥିତ ଥିବା ଲୋକମାନେ ପୁଅଟିକୁ ଧରି ଖୁବ ମାରପିଟ କରିଥିଲେ। ପରେ ସେ ଜାଗାରେ ପୋଲିସ ପହଞ୍ଚି ପୁଅଟିକୁ ଉଦ୍ଧାର କରିଥିଲେ।
ହେଲେ ଡ୍ରାମା ଏତିକିରେ ସରିନଥିଲା,ଏସବୁ ପରେ ଫିଲ୍ମର କାହାଣୀ ପରି ଉକ୍ତ କନ୍ୟା ପାଇଁ ଠିକ ହେଇଥିବା ବର ବାହାଘର ଭାଙ୍ଗିଦେଇଥିଲା ଓ ବରଯାତ୍ରୀଙ୍କୁ ଧରି ସେ ଜାଗାରୁ ପଳେଇଥିଲା।