• padmabati kund

ସୁନ୍ଦର କେଶ ପାଇଁ ସାମ୍ପୋ ସହ ଲଗାନ୍ତୁ ଏହିସବୁ ଜିନିଷ


ସୁନ୍ଦର କେଶ ନାରୀର ସୌନ୍ଦର୍ଯକୁ ଦୁଇଗୁଣ କରିଥାଏ । କେଶକୁ ସୁସ୍ଥ,ସୁନ୍ଦର ଓ ମଜଭୁତ ରଖିବା ପାଇଁ ଓ ନିଜ ନିଜର କେଶର ଆବଶ୍ୟକତା ଅନୁଯାୟୀ ଭିନ୍ନ ଭିନ୍ନ ସମ୍ପୋ ବ୍ୟବହାର କରିଥାନ୍ତି ।ସାମ୍ପୋ ର ବ୍ୟବହାର ସମୟରେ ଏହି ୬ ଟି ସାମଗ୍ରୀ ମିଶାନ୍ତୁ ଯାହାକି ଆପଣଙ୍କ ଘରେ ଆପଣ ସହଜରେ ପାଇପାରିବେ ଓ କେଶକୁ ଆହୁରି ସୁନ୍ଦର ମଧ୍ୟ କରିପାରିବେ।

ଲେମ୍ବୁ ରସ: କେଶର ମୂଳ କୁ ଭଲ ଭାବରେ ସଫା ରଖିବା ପାଇଁ ସାମ୍ପୋ ଲଗାଇବା ସମୟରେ ଏକ ଚାମଚ ଲେମ୍ବୁ ରସ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହା କେଶମୂଳକୁ ସଫା ରଖିବା ସହିତ ମଜଭୁତ ମଧ୍ୟ ରଖିଥାଏ। ଓ କେଶ ମୂଳର ପିଏଚ ସ୍ତର ସୁରକ୍ଷିତ ରଖିଥାଏ ।

ଗୋଲାପ ଜଳ : ପ୍ରତିଦିନ ସାମ୍ପୋ ସହିତ ଗୋଲାପ ଜଳର ବ୍ୟବହାର କେଶରେ ଆଣିଥାଏ ସୁନ୍ଦର ଚମକ । ସାମ୍ପୋ ସହିତ ଗୋଟିଏ କପ ଗୋଲାପ ଜଳ ମିଶାଇ ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କ କେଶମୂଳ କୁଣ୍ଡାଇ ହେବା ସମସ୍ୟା ଦୂର କରିଥାଏ।

ମହୁ: ରୁକ୍ଷକେଶ ପାଇଁ ମହୁ ଅତ୍ୟନ୍ତ ଉପଯୋଗୀ। ସାମ୍ପୋ ସହ ଗୋଟିଏ ଚାମଚ ମହୁର ବ୍ୟବହାର କେଶରେ ସୁନ୍ଦର ଚମକ ଆଣିଥାଏ। କେଶମୂଳର କୀଟାଣୁ ମଧ୍ୟ ମରିଥାଏ । ମହୁର ବ୍ୟବହାର ପରେ କେଶକୁ ଭଲ ଭାବରେ ଧୋଇବାକୁ ଭୁଲିବେ ନାହିଁ, ଯେପରି ମହୁର ଅଠାଳିଆ ଅଂଶ କେଶରେ ଲାଗି ନରୁହେ।

ଆଲୋଭେରା ଜେଲ : ଏହି ଜେଲର ଉପକାରିତା ସମସ୍ତଙ୍କୁ ଜଣା । ସାମ୍ପୋ ସହ ଏହି ଜେଲ କୁ ମିଶାଇ ବ୍ୟବହାର କରିବା ଦ୍ଵାରା କେଶକୁ ନମନୀୟ ରଖିବା ସହ କେଶକୁ ଦୋମୁହାଁ ହେବାରୁ ମଧ୍ୟ ରୋକିଥାଏ ଓ କେଶକୁ ଜଲ୍ଦି ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଅଁଳା ରସ : ଶୁଷ୍କ କେଶ ପାଇଁ ଅଁଳା ରସ ଅତ୍ୟନ୍ତ ଉପକାରୀ। ସାମ୍ପୋ ସହ ଗୋଟେ ଚାମଚ ଅଁଳା ରସ ମିଶାଇ କେଶରେ ଲଗାଇଲେ କେଶ କଳା ହେବା ସହ ଶୀଘ୍ର ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭଲ ଫଳାଫଳ ପାଇଁ ଏହାର ନିୟମିତ ବ୍ୟବହାର କରନ୍ତୁ।

ଟି’ ଟ୍ରି ତେଲ (ଚା ଗଛର ତେଲ ): ଏହା ଅତ୍ୟନ୍ତ ଉପକାରୀ ତେଲ। ଯାହା ଆପଣ ସାମ୍ପୋ ସହ ବ୍ୟବହାର କରିପାରିବେ। ଏହା କେଶରୁ ରୂପୀ ସମସ୍ୟା ଦୂର କରିଥାଏ। ପ୍ରତି ସପ୍ତାହରେ ଏହାର ବ୍ୟବହାର କରିବା ଦ୍ଵାରା ଆପଣ ସମ୍ପୂର୍ଣ ରୁପିମୁକ୍ତ କେଶ ପାଇପାରିବେ।

#hair #fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon