• padmabati kund

କମ୍ବାଇନଡ ପୋଲିସ ସର୍ଭିସ-୨୦୧୫ର ମେନ ପରୀକ୍ଷା ତାରିଖ ପ୍ରକାଶିତ


ଗତ ୨୦୧୫ ମସିହାରେ ପୋଲିସ ସର୍ଭିସ ନିମନ୍ତେ ପ୍ରିଲିମ ପରୀକ୍ଷାରେ ସଫଳତା ଲାଭ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ତରଫରୁ କମ୍ବାଇନଡ ପୋଲିସ ସର୍ଭିସ ପରୀକ୍ଷା ୨୦୧୫ର ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

କମ୍ବାଇନଡ ପୋଲିସ ସର୍ଭିସରେ ଜଣେ ପ୍ରାର୍ଥୀ ମୁଖ୍ୟତଃ ସବ୍ଇନିସ୍ପେକ୍ଟର,ଆସିଷ୍ଟାଣ୍ଡ ଜେଲର ଓ ଫାୟାର ସର୍ଭିସର ଷ୍ଟେସନ ଅଫିସର ପ୍ରଭୃତି ପଦବୀ ପାଇଁ ପରୀକ୍ଷା ଦେଇଥାନ୍ତି ।ଏହି ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ମଇ ମାସ ୧୯ ତାରିଖ ଓ ୨୦ ତାରିଖ ଦିନ ହେବାକୁ ଯାଉଛି ।

୧୯ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାରେ ପ୍ରାର୍ଥୀମାନେ ଟେକ୍ନିକାଲ ପେପରର ପରୀକ୍ଷା ଦେବେ, ଯାହାକି ମୋଟ ୨୦୦ ମାର୍କ ବିଶିଷ୍ଟ ରହିବ ଓ ଏଥିଲାଗି ପରୀକ୍ଷାର୍ଥୀ ମାନଙ୍କୁ ତିନି ଘଣ୍ଟା (ଦିନ ୨ଟା ରୁ ସନ୍ଧ୍ୟା ୫ ଟା ପର୍ଯନ୍ତ ) ସମୟ ମିଳିବ।

ସେହିପରି ୨୦ ତାରିଖରେ ହେବାକୁ ଥିବା ପରୀକ୍ଷାରେ ତିନିଟି ବିଷୟରେ ପରୀକ୍ଷା ଦେବେ। ପ୍ରଥମେ ସକାଳ ୯.୩୦ ରୁ ଦିନ ୧୧.୩୦ ପର୍ଯ୍ୟନ୍ତ ୫୦ ମାର୍କ ବିଶିଷ୍ଟ ଇଂରାଜୀ ଯାହାକି ସବ୍ଜେକ୍ଟିଭ ରହିବ, ଦ୍ଵିତୀୟରେ ଦିନ ୧୧.୩୦ ରୁ ୧.୦୦ ପର୍ଯ୍ୟନ୍ତ ୫୦ ମାର୍କ ବିଶିଷ୍ଟ ଓଡିଆଭାଷା ଏହାମଧ୍ୟ ସବ୍ଜେକ୍ଟିଭ ରହିବ ଓ ତୃତୀୟରେ ଦିନ ୨.୦୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ୨୦୦ ମାର୍କ ବିଶିଷ୍ଟ ସାଧାରଣଜ୍ଞାନ ଯାହାକି ଅବ୍ଜେକ୍ଟିଭ ରହିବ।

ଯେଉଁ ପରୀକ୍ଷାର୍ଥୀ ମାନେ ଆଗରୁ ଫାୟାର ସର୍ଭିସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ହିଁ ଆସନ୍ତା ମେ’ ମାସ ୧୯ ଓ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଦେଇପାରିବେ।

ପରୀକ୍ଷାର୍ଥୀ ମାନଙ୍କୁ ଆସନ୍ତା ମେ’ ମାସ ୧୪ ତାରିଖ ଠାରୁ ପରୀକ୍ଷା ପାଇଁ ଏଡମିଟ କାର୍ଡ ossc ୱେବସାଇଟ ରୁ ଡାଉନଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରୀକ୍ଷା ବିଷୟରେ ଅଧିକ ବିବରଣୀ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ୱେବସାଇଟ www.ossc.gov.in ରେ ଲଗଇନ କରି ଏଥିରେ ଥିବା ‘ହ୍ଵାଟ ଇଜ ନିଉ’ ପେଜ୍ ରେ ଦେଖିପାରିବେ।

#jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon