• padmabati kund

ଆଶାରାମଙ୍କୁ ହୋଇପାରେ ୧୦ ବର୍ଷ ଜେଲ....


ଯୋଧପୁରର ବିଶେଷ ଅଦାଲତ ଆଜି ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ସନ୍ଥ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏଥି ସହିତ ଆଶାରାମଙ୍କ ଅନ୍ୟ ୪ଜଣ ସହଯୋଗୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛି। ଯଦିଓ ଦଣ୍ଡାଦେଶର ଅବଧି ଉପରେ ଏ ପର୍ଯ୍ୟନ୍ତ କୌଣସି ରାୟ ପ୍ରକାଶିତ ହେଇନାହିଁ, ତେବେ ଶିଶୁକନ୍ୟାଙ୍କ ବଳତ୍କାର ଆଇନରେ ହେଇଥିବା ସଂଶୋଧନ ଅନୁଯାୟୀ ଆଶାରାମଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ।

ନିଜ ଅନୁଗାମୀଙ୍କ ମଧ୍ୟରେ ଚମତ୍କାରୀ ଭଗବାନ ଭାବେ ଜଣାଶୁଣା ଆଶାରାମ ଗତ ୪ବର୍ଷ ହେବ ଯୋଧପୁରର ଜେଲରେ ଥିଲେ। ୨୦୧୩ ଅଗଷ୍ଟ ମାସରେ ଜଣେ ୧୬ ବର୍ଷର ଯୁବତୀ ଆଶରାମଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ସେ ତାଙ୍କ ଜୋଧପୁର ଆଶ୍ରମରେ ତାଙ୍କୁ ଯୌନ ଶୋଷଣ କରିଥିଲେ। ପୋଲିସ ତରଫରୁ ସମନ ପାଇବା ପରେ ମଧ୍ୟ ଆଶାରାମ ଥାନାରେ ହାଜିର ନହେବାରୁ ରାଜସ୍ଥାନ ପୋଲିସ ତାଙ୍କୁ ସେପ୍ଟେମ୍ବର ୧ ତାରିଖରେ ଇନ୍ଦୋରରେ ପ୍ରବଚନ ଦେଉଥିବା ସମୟରେ ଗିରଫ କରିଥିଲା।

ଅଦାଲତରେ ମକଦ୍ଦମା ଚାଲୁଥିବା ବେଳେ ତାଙ୍କର ବହୁ କଳାକରନାମା ଉପରୁ ପରଦା ଉଠିଥିଲା। ଏହି କଳାକରନାମାରେ ତାଙ୍କ ପୁଅ ନାରାୟଣ ସାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଆଶାରାମ ଜେଲରେ ଥାଇ ମଧ୍ୟ ପୀଡ଼ିତାଙ୍କ ପରିବାରକୁ କେସ ଉଠେଇ ନେବା ପାଇଁ ଧମକ ଆସୁଥିବା ବେଳେ ଓ ସାକ୍ଷୀ ମାନଙ୍କୁ ହତ୍ୟା ଧମକ ମଧ୍ୟ ଆସୁଥିଲା। ୨୦୧୪ରେ ମୁଖ୍ୟ ସାକ୍ଷୀ ମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗୁଳିମାରୀ ହତ୍ୟା କରାଯାଇଥିବା ବେଳେ ବହୁ ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଜେଲରୁ ମୁକୁଳିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଆଶାରାମ ଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା।

ପିଡୀତ ଓ ତାଙ୍କ ପରିବାର ବହୁ ପ୍ରତୀକ୍ଷା କରିବା ପରେ ଆଜି ତାଙ୍କୁ ଉଚିତ ନ୍ୟାୟ ମିଳିଛି ବୋଲି ପିଡୀତାଙ୍କ ପିତା କହିଛନ୍ତି। ଯେଉଁ ସାକ୍ଷୀ ମାନଙ୍କୁ ମରିଦିଆଯାଇଛି ସେମାନଙ୍କୁ ମଧ୍ୟ ନ୍ୟାୟ ମିଳୁ ବୋଲି କହିଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ନୂତନ ନିୟମ ଅନୁସାରେ ୧୬ ବର୍ଷରୁ କମ ନାବାଳିକାଙ୍କୁ ଦୁଷ୍କର୍ମ କଲେ ୧୦ ଜେଲ ଦଣ୍ଡ ଆଶାରାମଙ୍କ ଉପରେ ଲାଗୁହେବ ବୋଲି ଅନୁମାନ କରାଯାଉଛି।

ଆଶାରାମଙ୍କ ସମର୍ଥକ ମାନେ ଗଣ୍ଡଗୋଳ କରିବା ଆଶଙ୍କା ନେଇ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଶାରାମଙ୍କ ପରି ପୂର୍ବରୁ ବାବା ଗୁରମିତ ରାମ ରହୀମ ସିଂ, ସନ୍ଥ ରାମପାଳ, ସ୍ଵାମୀ ନିତ୍ୟାନନ୍ଦ, ନାରାୟଣ ସାଇ ଓ ନିର୍ମଳ ବାବା ମଧ୍ୟ ଦୁଷ୍କର୍ମ ମାମଲାରେ ପୋଲିସ ଦ୍ଵାରା ଗିରଫ ହୋଇସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ରାମା ରହୀମ ସିଂଙ୍କ ଦଣ୍ଡାଦେଶ ବେଳେ ତାଙ୍କ ସମର୍ଥକ ହରିୟାଣାରେ ବ୍ୟାପକ ହିଂସା କରିଥିଲେ।

#crime #asharam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon