• padmabati kund

ଏବେଠୁ ଗୁଗୁଲରେ ଖୋଜନ୍ତୁ ଚାକିରି


ଗୁଗୁଲରେ ଫଟୋ, ମ୍ୟାପ ବା ଅନ୍ୟ କିଛି ଖୋଜିଲା ଭଳି ଆପଣ ଏବେ ସହଜରେ ଚାକିରି ମଧ୍ୟ ଖୋଜି ପାରିବେ । ଦେଶରେ ବଢୁଥିବା ଚାକିରି ଆଶାୟୀଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଭାରତରେ ଗୁଗୁଲ ଏକ ନୂଆ ସର୍ଚ୍ଚ ଇଣ୍ଟରଫେସ ଲଞ୍ଚ କରିଛି। ଏହି ନୂଆ ସର୍ଚ୍ଚ ଇଣ୍ଟରଫେସ ସହ ଚାକିରୀ ଆଶାୟୀ ପ୍ରାର୍ଥୀମାନେ ଲୋକପ୍ରିୟ ୱେବ୍ସାଇଟ ଓ କମ୍ପାନୀରେ ଖାଲି ଥିବା ପଦବୀ ଗୁଡିକ ବିଷୟରେ ଜାଣି ପାରିବେ।

ଗୋଟେ ଭଲ ଚାକିରି ପାଇବା ଯେ କେତେ କଷ୍ଟ, ଯିଏ ଖୋଜିଛି ସିଏ ଜାଣିଛି। ଚାକିରି ଖୋଜିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ପରିପ୍ରେକ୍ଷୀରେ ଗୁଗୁଲର ଏହି ନୂଆ ସର୍ଚ୍ଚ ଇଣ୍ଟରଫେସ ଚାକିରି ଖୋଜୁଥିବା ପ୍ରାର୍ଥୀ ମାନଙ୍କୁ ସହାୟ ହୋଇପାରିବ ବୋଲି ଆଶା କରାଯାଉଛି। ଏଥିପାଇଁ କମ୍ପାନୀ ଅନେକ ଜବ୍ ଏଜେନ୍ସି ଓ ୱେବସାଇଟ ଯଥା କ୍ଵିକର ଜବସ,ଟାଇମ୍ସ ଜବସ,ସାଇନ ଡଟ୍ କମ ଓ ଟି-ଜବସ ସହ ଭାଗୀଦାରୀ କରିଛି।

ଗୁଗଲର ନୂଆ ସେବା ଅନୁସାରେ ଏଥିରେ ଚାକିରି ଖୋଜିବା ଛଡା ଯେଉଁ କମ୍ପାନୀମାନଙ୍କ କର୍ମଚାରୀ ଆବଶ୍ୟକ ସେମାନେ ମଧ୍ୟ ଉପକୃତ ହେବେ । ଏବେ ଆପଣ ଗୁଗଲ ସର୍ଚ୍ଚରେ Jobs near me ଓ Jobs for fresher ପରି ସାଇଟ୍‌ରେ କିଛି ଖୋଜିଲେ ଗୁଗଲରେ ଏକ ନୂଆ ଡାସବୋର୍ଡ଼ ଖୋଲିବ। ସେଠାରେ ଚାକିରି ତାଲିକା ଦେଖାଯିବ। ଯେ କୌଣସି ଚାକିରି ବିଷୟରେ ସର୍ଚ୍ଚ କଲେ ଆପଣଙ୍କ ସାମ୍ନାରେ ଅନେକ ଅପ୍ସନ ଦେଖାଯିବ। ସର୍ବପ୍ରଥମେ ଆପଣଙ୍କୁ ସେଠାରେ ଚାକିରି ବିଷୟରେ ଲେଖିବା ପାଇଁ ପଡ଼ିବ। ଏହା ବ୍ୟତୀତ ଆପଣ ଚାକିରି ଖୋଜିବା ସମୟରେ ପ୍ରିଫରେନ୍‌ସ ମଧ୍ୟ ସେଟ୍‌ କରିପାରିବେ, ଯେମିତିକି ଚାକିରି ସ୍ଥାନ, ଦରମା ଇତ୍ୟାଦି । ଏହା ବ୍ୟତୀତ ପାର୍ଟ ଟାଇମ ଓ ଫୁଲ ଟାଇବ ଜବ ପାଇଁ ମଧ୍ୟ ଆବେଦନ କରିପାରିବେ।

କମ୍ପାନୀ ଏଥିରେ ଏକ ସ୍ମାର୍ଟ ଫିଲଟର ଦେଇଛି, ଯେଉଁଠି ସର୍ଚ୍ଚକୁ ରିଫାଇନ୍‌ କରିବ। ଏଥିରେ ଆଲର୍ଟ ଫିଚର ମଧ୍ୟ ରହିଛି। ଯଦ୍ୱାରା ନୋଟିଫିକେସନ ଜରିଆରେ ଇମେଲରେ ଆପଣଙ୍କୁ ଚାକିରି ସୁଯୋଗ ବିଷୟରେ ସୂଚନା ମିଳିଯିବ।

ଗୁଗୁଲ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟଙ୍କ ମତରେ, ଗତବର୍ଷ ଗୁଗୁଲରେ ଚାକିରି ଖୋଜୁଥିବା ଆଶାୟୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧିକୁ ଗୁରୁତ୍ଵ ଦେଇ ଗୁଗୁଲ ଏପରି ନୂଆ ପଦକ୍ଷେପ ନେଇଛି।ଯଦ୍ଦ୍ଵାରା ଚାକିରୀ ଖୋଜୁଥିବା ଆଶାୟୀ ପ୍ରାର୍ଥୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

#jobs #onlinejob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon