• padmabati kund

ବିଜୁ ବାହିନୀରେ ଆବେଦନ ତାରିଖ ଘୁଞ୍ଚିଲା


‘ବିଜୁ ଯୁବ ବାହିନୀ’ ଅନ୍ତର୍ଗତ ଯୁବ ସ୍ଵେଚ୍ଛାସେବୀ ନିମନ୍ତେ ଗତ ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦରଖାସ୍ତ ପୂରଣ ପାଇଁ ନିର୍ଦ୍ଧାରିତ ଶେଷ ତାରିଖକୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରଯାଇଥିଲା।

ବିଜୁ ଯୁବ ବାହିନୀରେ ଯୋଗ ଦେବା ପାଇଁ ଯୁବକମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଯାଉଥିବା ବେଳେ କେତେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ଆବେଦନର ସଂଖ୍ୟା ବର୍ତ୍ତମାନ ଯାଏ ମଧ୍ୟ କମ ରହିଅଛି। ସମସ୍ତ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରୁ ଆବେଦନ ସଂଖ୍ୟା ବୃଦ୍ଧି କରିବା ପାଇଁ, ୧୫ ରୁ ୩୦ ବର୍ଷ ମଧ୍ୟରେ ଥିବା ସମସ୍ତ ଯୁବ ବର୍ଗଙ୍କ ଠାରୁ ସମସ୍ତ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ନିମନ୍ତେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ନୂତନ ଭାବରେ ଦରଖାସ୍ତ ଆହ୍ଵାନ କରାଯାଇଛି।

ଅନିର୍ଦ୍ଧିଷ୍ଟ କାଳ

ଏହି ନୂତନ ବିଜ୍ଞାପନରେ ଉଲ୍ଲେଖ ରହିଛି ଯେ ୧୦,୦୦୦ରୁ କମ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡ ଗୁଡିକ ନିମନ୍ତେ ଆବେଦନ ସଂଖ୍ୟା ୫୦ ହେବା ପର୍ଯ୍ୟନ୍ତ ଅନଲାଇନ ପୋର୍ଟାଲ ଖୋଲା ରହିବ। ସେହିପରି ୧୦,୦୦୦ ରୁ ଅଧିକ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତ ମାନଙ୍କ ନିମନ୍ତେ ଆବେଦନ ସଂଖ୍ୟା ୧୦୦ ହେବା ପର୍ଯ୍ୟନ୍ତ ଅନଲାଇନ ପୋର୍ଟାଲ ଖୋଲା ରହିବ। ଏଥି ନିମନ୍ତେ ପୂର୍ବରୁ ଧାର୍ଯ୍ୟ ଥିବା ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ବିଜ୍ଞାପନରେ ଉଲ୍ଲେଖ ରହିଛି।

ବିଜୁ ଯୁବ ବାହିନୀରେ ଅଧିକ ସଂଖ୍ୟାରେ ଯୁବକ ଯୁବତୀ ଯୋଗଦେବା ପାଇଁ ଚଳିତ ବର୍ଷ ବଜେଟରେ ୯୦ କୋଟି ଟଙ୍କାର ବ୍ୟୟ ବରାଦ ହେଇଛି । ଅବଶ୍ୟ ଏଥିରେ ଯୋଗ ଦେଉଥିବା କର୍ମକର୍ତ୍ତାମାନେ କେତେ ଦରମା କିମ୍ବା ଷ୍ଟାଇପେଣ୍ଡ ପାଇବେ ସେ ବିଷୟରେ ସରକାର ସ୍ପଷ୍ଟ କରି ନାହାନ୍ତି । ଏହି ବାହିନୀରେ ମିଶିବ ପାଇଁ ଇଚ୍ଛୁକ ଥିବା ଯୁବକଯୁବତୀମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟକଳାପ ଯଥା ଷ୍ଟ୍ରୀଟ ପ୍ଲେ, ବିଶେଷ ଦିବସ ତଥା ସଚେତନତା ଶିବିରରେ ଯୋଗ ଦେବେ।

ବିଜୁ ଯୁବ ବାହିନୀ ହେଉଛି ‘ବିଜୁ ସଶସ୍ତ୍ରୀକରଣ ଯୋଜନା’ର ଅନ୍ତର୍ଭୁକ୍ତ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି, ସମାଜରେ ଯୁବକ ମାନଙ୍କୁ ଏକାଠି କରିବା,ସେମାନଙ୍କ ମଧ୍ୟରେ ସେବା ମନୋବୃତ୍ତି, ସାହସିକତା ଉତ୍ପନ୍ନ କରିବା, ଯୁବକ ମାନଙ୍କର ଜାତୀୟ ଚରିତ୍ର ଓ ସେମାନଙ୍କର ବ୍ୟକ୍ତିତ୍ଵର ବିକାଶ କରିବା। ବିଜୁ ଯୁବ ବାହିନୀରେ ଯୋଗ ଦେଇଥିବା ଯୁବକ ମାନଙ୍କୁ ସେମାଙ୍କ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା :ରାସ୍ତାରେ ଲୋକନୃତ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ଓ ଦେଶର ପ୍ରମୁଖ ଦିବସ ଗୁଡିକୁ ପାଳନ କରିବା ପାଇଁ ପ୍ରେରଣା ଦିଆଯାଇଥାଏ। ଏହା ବ୍ୟତୀତ ଓଡିଶାର ଗାଁ ଗାଁ ରେ ଭାରି ରହିଥିବା କଳା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ମଧ୍ୟ ପଞ୍ଚାୟତ ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ମଧ୍ୟ କରାଇଥାନ୍ତି।

ବିଜୁ ଯୁବ ବାହିନୀରେ ଯୋଗ ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଦରଖାସ୍ତ ଆବେଦନ ପାଇଁ ଅନଲାଇନ ଫର୍ମ ,ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ୱେବସାଇଟ www.dsyodisha.gov.in ରେ ପାଇ ପାରିବେ।

#job #stipend

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon