• padmabati kund

ଏବେଠୁ ସବୁ ରେଳ ବିଭାଗ ପରୀକ୍ଷା ଅନଲାଇନ


ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ରେଳବାଇ ନିଯୁକ୍ତି ବୋର୍ଡ ତରଫରୁ ହେଉଥିବା ସମସ୍ତ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲ ଘୋଷଣା କରିଛନ୍ତି।

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ଟ୍ଵିଟ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ, “ରେଳବାଇ ଭର୍ତ୍ତି ପରୀକ୍ଷାରେ ପାରଦର୍ଶିତା ଓ ସ୍ବଚ୍ଛତା ଆଣିବା ପାଇଁ ଭାରତୀୟ ରେଳ ବିଭାଗ ଏହାର ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଅନଲାଇନ କରିବାକୁ ଯାଉଛି । ପରୀକ୍ଷାର୍ଥୀମାନେ ଏଥିପାଇଁ କେବଳ ରେଳବାଇ ନିଯୁକ୍ତି ବୋର୍ଡର ୱେବସାଇଟକୁ ଯାଇ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ। "

ସବୁଠୁ ବଡ ଅନଲାଇନ ପରୀକ୍ଷା

ଭାରତ ସରକାରଙ୍କ ପ୍ରେସ ଇନଫରମେସନ ବ୍ୟୁରୋ କହିଛି ଯେ ଏହା ପୃଥିବୀର ସବୁଠାରୁ ବଡ ଅନଲାଇନ ପରୀକ୍ଷା ହେବ ।

ଚଳିତ ବର୍ଷ ଭାରତୀୟ ରେଳବିଭାଗରେ ଗ୍ରୁପ-ସି ଏବଂ ଗ୍ରୁପ-ଡି ପାଇଁ ପ୍ରାୟ ୨.୪ କୋଟି ପ୍ରାର୍ଥୀ ଆବେଦନ କରିଛନ୍ତି । ରେଳବିଭାଗ ତାର ଭିନ୍ନ ଭିନ୍ନ ବିଭାଗ ପାଇଁ ପ୍ରାୟ ଏକ ଲକ୍ଷ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିବାବେଳେ କେବଳ ମାର୍ଚ୍ଚ ମାସରେ ପାଖାପାଖି ୫୦ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି। ଏଥି ମଧ୍ୟରେ ଲୋକପାଇଲଟ ଓ ଟେକନିସିଆନ ପାଇଁ ୨୬,୫୦୨ ପଦବୀ ବାହାରିଥିବା ବେଳେ ଗ୍ରୁଫ-ଡି ପାଇଁ ୬୨,୯୦୭ ଟି ପଦବୀ ବାହାରିଥିଲା।

ଲକ୍ଷାଧିକ ସଂଖ୍ୟାରେ ପ୍ରାର୍ଥୀମାନେ ଦେବାକୁ ଯାଉଥିବା ଏହି ପରୀକ୍ଷାକୁ ସହଜ ଓ ସରଳ କରିବା ପାଇଁ ରେଳବିଭାଗ ତରଫରୁ ନିଆଯାଇଥିବା ଅନଲାଇନ ପରୀକ୍ଷା ପ୍ରଣାଳୀ ସ୍ଵାଗତଯୋଗ୍ୟ ଅଟେ। ଏହାଦ୍ବାରା ଆଗରୁ ବ୍ୟବହୃତ ହେଉଥିବା ବହୁଭାଷୀ ତଥା ଓଜନିଆ ପ୍ରଶ୍ନପତ୍ର ମଧ୍ୟ ଦେଖିବାକୁ ମିଳିବ ନାହିଁ।

ଆଗରୁ ସାରା ଭାରତରେ ବହୁ ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ଭାଷାରେ ଏହି ପରୀକ୍ଷା ଦେଉଥିବାରୁ ପ୍ରଶ୍ନପତ୍ର ଗୁଡିକ ଓଜନିଆ ଓ ବହୁ ପୃଷ୍ଠା ବିଶିଷ୍ଟ ହେଉଥିଲା । ଏହି ପରୀକ୍ଷାରେ ପ୍ରଶ୍ନପତ୍ର ମୋଟ ୧୫ଟି ଭାଷା ଯଥା:- ହିନ୍ଦୀ, ଇଂରାଜୀ, ଉର୍ଦ୍ଧୁ, ବେଙ୍ଗଲି,ପଞ୍ଜାବୀ, ଗୁଜୁରାଟୀ, କାନାଡା, କୋଂକଣୀ, ଆସାମୀ, ମାଲୟାଲମ, ମଣିପୁରୀ, ମରାଠୀ, ଓଡିଆ, ତାମିଲ ଓ ତେଲୁଗୁରେ ପ୍ରକାଶିତ ହେଇଥାଏ। ଏଣିକି ତାହା ପରୀକ୍ଷାର୍ଥୀଙ୍କ ନିଜ ଭାଷା ଚୟନ ଅନୁସାରେ ସେହି ଭାଷାରେ ଅନଲାଇନରେ ଦେଖାଯିବ ।

କେବଳ ଏତିକି ନୁହେଁ ଏହା ଦ୍ଵାରା ପ୍ରାୟ ୧୦ ଲକ୍ଷ ଗଛ କଟାଯିବାରୁ ମଧ୍ୟ ବଞ୍ଚିଯିବେ ବୋଲି କୁହାଯାଉଛି। କାରଣ ପ୍ରତ୍ୟେକ ବର୍ଷ ରେଳବିଭାଗର ପରୀକ୍ଷା ପାଇଁ ୭.୫ କୋଟି ପେପର ଆବଶ୍ୟକ ହୋଇଥାଏ ଓ ଏଥିପାଇଁ ପ୍ରାୟ ଦଶ ଲକ୍ଷ ଗଛ କଟାଯାଇଥାଏ।

ଏହା ବ୍ୟତୀତ ରେଳବିଭାଗରେ ଅନୁକମ୍ପା ମୂଳକ ଚାକିରିରେ ମଧ୍ୟ ଏକ ନୂତନ ନିୟମ ଅଣାଯାଇଛି । ରେଳ ବିଭାଗରେ ଚାକିରୀ କରୁଥିବା କର୍ମଚାରୀଙ୍କ ମୃତ୍ୟୁରେ କିମ୍ବା କୌଣସି ଡାକ୍ତରୀ ଚିକିସ୍ଛା କାରଣରୁ ଯଦି ଚାକିରି ଛାଡନ୍ତି ତେବେ ତାଙ୍କ ପତ୍ନୀ କିମ୍ବା ବିଧବାଙ୍କୁ ଦିଆଯାଉଥିବା ଅନୁକମ୍ପା ମୂଳକ ଚାକିରୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ୟ କମ କରିଦିଆଯାଇଛି।

#job #online

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon