• padmabati kund

ଇଦ୍ ଟକ୍କର : ସଲମାନଙ୍କ ‘ରେସ 3’କୁ ରଜନୀକାନ୍ତଙ୍କ ‘କାଲା’


ଏଥର ଆପଣଙ୍କର ଇଦ୍ (ଜୁନ ୧୫) ହେବ ମନୋରଞ୍ଜନରେ ଭରପୁର। କାରଣ ପରଦାକୁ ଆସିବ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ। ସଲମାନ ଖାନଙ୍କ ଅଭିନୀତ ‘ରେସ 3’ ଇଦ୍ ରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଏହାକୁ ଟକ୍କର ଦେବ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଚଳଚିତ୍ର ‘କାଲା’। ବର୍ତ୍ତମାନ ଉଭୟ ଫିଲ୍ମର ସୁଟିଙ୍ଗ ଚାଲୁ ରହିଥିବା ବେଳେ ,ଏହା ଇଦ୍ ରେ ରିଲିଜ ହେବ ବୋଲି ଉଭୟ ଫିଲ୍ମର ପ୍ରସ୍ତୁତକର୍ତ୍ତାଙ୍କ ତରଫରୁ ଘୋଷଣା କରାଯାଇଛି।

ରଜନୀକାନ୍ତଙ୍କ ଅଭିନୀତ ‘କାଲା’ ଏପ୍ରିଲ 27ରେ ରିଲିଜ ହେବା ପାଇଁ ଆଗରୁ ଠିକ କରାଯାଇଥିଲା,ମାତ୍ର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲୁ ରହିଥିବା ଷ୍ଟ୍ରାଇକକୁ ଆଖି ଆଗରେ ରଖି ରିଲିଜ ତାରିଖକୁ ଜୁନ 15 କୁ ଘୁଞ୍ଚାଇ ଦିଆଯାଇଛି। ଯାହାକି ଜୁନ 15 ରେ ରିଲିଜ ହେବାକୁ ଥିବା ସଲମାନ ଙ୍କ ‘ରେସ 3’ କୁ କଡା ଟକ୍କର ଦେବା ବୋଲି ଅନୁମାନ କରାଯାଉଛି।

ସଲମାନଙ୍କ ‘ରେସ 3’ ହେଉଛି ଟିପ୍ସ ଫିଲ୍ମସ ପ୍ରଯୋଜିତ ହିନ୍ଦୀ ଭାଷୀ ଆକ୍ସନ ଥ୍ରୀଲର ଫିଲ୍ମ, ଯାହାର ନିର୍ଦେଶନା ଦେଇଛନ୍ତି ରେମୋ ଡି’ସୁଜା । ଏଥିରେ ସଲମାନ ଖାନଙ୍କ ସହିତ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅନିଲ କପୁର, ବବି ଦେଓଲ , ଜ୍ୟାକଲିନ ଫର୍ନାଡିଶ, ଡେଜି ଶାହ , ସାକିମ ସାଲିମଙ୍କୁ ଦେଖିବାକୁ ମିଳିବ।ଏହି ଚଳଚିତ୍ରଟି ହେଉଛି 2008 ରେ ରିଲିଜ ହୋଇଥିବା ଫିଲ୍ମ ‘ରେସ୍’ ସିରିଜର ତୃତୀୟ ସଂସ୍କରଣ। ଏଥିରେ ଅନିଲ କପୁରଙ୍କୁ ସମଶେର ଭୂମିକାରେ ଦେଖିବାକୁ ମିଳିବ। ଅନିଲ କପୁରଙ୍କ ଚରିତ୍ରକୁ ରେମୋ କହିଛନ୍ତି ଯେ,’ ସମଶେର ହେଉଛି ସବୁ ରେଶର୍ ମାନଙ୍କର ବସ।‘

ସେହିପରି ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ ମୋଟ ଚାରିଟି ଭାଷାରେ ଯଥା ତାମିଲ, ତେଲୁଗୁ, ମାଲୟାଲମ ଓ ହିନ୍ଦୀରେ ରିଲିଜ ହେବ। ଫିଲ୍ମର ନିର୍ଦେଶନା ପି.ଏ ରଞ୍ଜିତ ଦେଇଥିବା ବେଳେ ନିର୍ଦେଶନା ଦେଇଛନ୍ତି ଧନୁଷ। ଫିଲ୍ମରେ ରଜନୀକାନ୍ତକୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ଓ ତାଙ୍କ ସହ ନାନା ପାଟେକର, ହୁମା କ୍ୟୁରେଶୀ ଓ ଐଶ୍ଵରି ରାଓ ଙ୍କୁ ଦେଖିବାକୁ ମିଳିବ। ନିର୍ଦେଶକ ରଞ୍ଜିଥଙ୍କ ସହ ରଜନୀକାନ୍ତଙ୍କର ଏହା ହେଉଛି ଦ୍ଵିତୀୟ ଫିଲ୍ମ, ପୂର୍ବରୁ ଦୁଇଜଣ ‘କବାଲି’ ରେ ଏକାଠି କାମ କରିଥିଲେ।

ଦୁଇଟିଯାକ ସୁପରଷ୍ଟାର ଫିଲ୍ମକୁ ଦର୍ଶକ ମାନେ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଦେଖାଯାଉ ଇଦ୍ ରେ ସଳମାନଙ୍କ ‘ରେସ 3’ ଓ ରଜନୀକାନ୍ତଙ୍କ ‘କାଲା’ ମଧ୍ୟରୁ କିଏ କାହାକୁ ଟକ୍କର ଦଉଛି।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon