• ବେତାର ବ୍ୟୁରୋ

ବେତାର ରାଶିଫଳ : କେମିତି କଟିବ ଏ ସପ୍ତାହ


ମେଷ: ସୁଖ ଓ ସମୃଦ୍ଧିରେ ଦିନଗୁଡିକ ବିତିବ।ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । ଲୋକମାନଙ୍କ ସହ ଭଲ ବ୍ୟବହାର କରିବା ପାଇଁ ଚେଷ୍ଟା କରିବେ ଓ ଉଚିତ ଫଳ ପାଇବ। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତରର ସମ୍ଭାବନା ଅଛି।

ବୃଷ: ପ୍ରତ୍ୟକ କାର୍ଯ୍ୟ ପ୍ରସନ୍ନତାର ସହ କରିବେ। ଶାରିରୀକ ଦୁର୍ବଳତା ଦେଖାଦେଇପାରେ। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସହ ଯାନବାହାନ ଚଳାଚଳରେ ସାବଧାନ ରହିବେ।ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବା, ବିଦେଶ ଯାତ୍ରାର ସମ୍ଭାବନା ଅଛି।

ମିଥୁନ: କିଛି ନୂଆ କାର୍ଯ୍ୟ ଶିଖିବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ସଫଳତା ପାଇବେ।ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି। ଖର୍ଚ୍ଚ ବଢିବ ସହିତ ଆୟ ମଧ୍ୟ ବଢିବ।

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବା। ସରକାରୀ ଚାକିରୀ କ୍ଷେତ୍ରରେ ଲାଭବାନ ହୋଇପାରିବେ।ନିଜଘର ତିଆରି କରିବାକୁ ବିଚାର କରୁଥିଲେ ଏହା ଉଚିତ ସମୟ ଅଟେ। ବିଦ୍ୟାର୍ଥୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ସିଂହ: କାର୍ଯ୍ୟ କ୍ଷେତ୍ରରେ ସଫଳତା ସହ ପାରିବାରିକ ଶାନ୍ତି ମିଳିବ। ପିତାଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ ମନଭାବନା ଜାଗ୍ରତ ହେବ। ଦୂରଯାତ୍ରା ଫଳପ୍ରଦ ରହିବ। ଧନ ପ୍ରାପ୍ତିର ସୁଯୋଗ ରହିଛି।

କନ୍ୟା: ଘରପରିବାର ମଧ୍ୟରେ ସ୍ନେହ ଓ ଆଦର ବଢିବ ସହିତ ଅତିଥି ଆଗମନର ସମ୍ଭାବନା ରହିଛି। ଘରେ ଶୁଭ କାର୍ଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ହେବ । ନିଜ ଭାଷା ଉପରେ ନିୟନ୍ତ୍ରଣ ରଖିବେ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଶୁଭ ଫଳାଫଳ ପାଇବେ।

ତୁଳା: ନିଜ ନିର୍ଣ୍ଣୟ ପାଇଁ ପ୍ରସଂଶିତ ହେବେ,ଯାହା ଆପଣଙ୍କୁ ଆଗକୁ ବଢିବାକୁ ସହଯୋଗ କରିବେ। ସଫଳତା ପାଇଁ ଭୁଲ ବାଟନେବେ ନାହିଁ। ବିଦ୍ୟାର୍ଥୀମାନେ ପରିଶ୍ରମ କରିବେ, ପାରିବାରିକ କଳହ ଲାଗିରହିବ।

ବିଛା: ବିଦେଶ ଯାତ୍ରାର ସ୍ଵପ୍ନ ପୁରା ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବା। ସାହାସରେ ବୃଦ୍ଧି ଘଟିବ। ଯାତ୍ରାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସପ୍ତାହଟି ଭଲ । ଶତ୍ରୁ ଉପରେ ଜୟଲାଭ କରିବେ।

ଧନୁ: ନିଜ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଅତ୍ୟଧିକ କ୍ରୋଧ କରନ୍ତୁ ନାହିଁ। ଧନ ଲାଭର ସୁଯୋଗ ଅଛି। ସରକାରୀ ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ବିଦ୍ୟାର୍ଥୀମାନେ ପାଠପଢାରେ ମନଦେବେ।

ମକର : ସ୍ଵାସ୍ଥ୍ୟର ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ । ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ବିଦ୍ୟାର୍ଥୀ ମାନେ ସୁଫଳ ପାଇବେ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ବଦଳେଇବା ପାଇଁ ଚେଷ୍ଟା କରିବେ ଓ ସଫଳ ହେବେ।

କୁମ୍ଭ: ସପ୍ତାହଟି ସଂଘର୍ଷପୂର୍ଣ୍ଣ ରହିବ, ସଫଳତା ମଧ୍ୟ ପ୍ରାପ୍ତ କରିବେ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ତୀର୍ଥସ୍ଥାନ କୁ ଯାତ୍ରା କରିପାରନ୍ତି। ନୂତନ ଗାଡି ଓ ଘର କିଣିବାର ସୁଯୋଗ ରହିଛି।

ମୀନ : କାର୍ଯ୍ୟକ୍ଷେତ୍ରରେ ଝଗଡାରୁ ଦୂରେଇ ରୁହନ୍ତୁ। ଧନଲାଭର ସୁଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ ପରିଶ୍ରମ କରିବାକୁ ପଡିବ।

(ବି .ଦ୍ର. : ଏଥିରେ କେବଳ ରାଶି ଅନୁସାରେ ହେବାକୁଥିବା ଭବିଷ୍ୟତବାଣୀର ସୂଚନା ଦିଆଗଲା । କିନ୍ତୁ ବ୍ୟକ୍ତିଗତ ଦଶା ଓ ନକ୍ଷତ୍ର ଅନୁସାରେ ସମସ୍ତଙ୍କର ଭବିଷ୍ୟ ଫଳ ଅଲଗା ହେଇପାରେ । ଏଥିରେ ବର୍ଣ୍ଣିତ ରାଶିଫଳକୁ କେବଳ ପ୍ରାରମ୍ଭିକ ସୂଚନା ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #lifesty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon