- padmabati kund
ଘରେ କରନ୍ତୁ ହଳଦିଆ ଦାନ୍ତ ସଫା

ସୁନ୍ଦର ତଥା ଚମକୁଥିବା ଦାନ୍ତ ଆପଣଙ୍କ ଆତ୍ମବିଶ୍ଵାସ ବଢାଇଥାଏ । ମାତ୍ର ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡିଥାଏ ତେବେ ଆପଣ ଲୋକଙ୍କ ଆଗରେ ମନଖୋଲି ହସି ପାରି ନ ଥାନ୍ତି, ଯାହାକି ଆପଣଙ୍କର ଆତ୍ମବିଶ୍ଵାସକୁ ମଧ୍ୟ କମ କରିଦେଇଥାଏ। ଯଦି ଆପଣଙ୍କର ଦାନ୍ତ ମଧ୍ୟ ହଳଦିଆ ପଡିଯାଉଛି ବା ପାନ ଗୁଟଖା ଇତ୍ୟାଦି ଖାଇବା ଦ୍ଵାରା ଅପରିଷ୍କାର ଦେଖାଯାଉଛି ତେବେ ସହଜ ଘରୋଇ ଉପଚାର ମାଧ୍ୟମରେ ଆପଣ ବହୁତ କମ ଦିନ ଭିତରେ ଧଳା ଓ ଚମକଦାର ଦାନ୍ତ ପାଇ ପାରିବେ।
୧.ତୁଳସୀ : ତୁଳସୀ ପତ୍ରରେ ଦାନ୍ତକୁ ସଫା କରିବାର ଔଷଧୀୟ ଗୁଣ ରହିଛି।ଏହା ଆପଣଙ୍କ ଦାନ୍ତକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତୁଲସୀ ପତ୍ରକୁ ପ୍ରଥମେ ଖରାରେ ଶୁଖାଇ ଦିଅନ୍ତୁ। ଶୁଖିଲା ପତ୍ରରୁ ପାଉଡର ପ୍ରସ୍ତୁତ କରି ଆପଣ ନିଜେ ବ୍ୟବହାର କରୁଥବା ଯେ କୌଣସି ଟୁଥପେଷ୍ଟ ସହ ମିଶାଇ ବ୍ରଶ କରନ୍ତୁ।
୨.ଲୁଣ : ଶହ ଶହ ବର୍ଷ ପୂର୍ବରୁ ଲୁଣକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଉଛି। ହଳଦିଆ ଦାନ୍ତରୁ ରକ୍ଷା ପାଇବା ପାଇଁ ଲୁଣ ସହିତ ଚାରକୋଲ (କାଠକୋଇଲା)କୁ ମିଶାଇ ଦାନ୍ତରେ ଘଷନ୍ତୁ। ଆପଣ ଲୁଣ ସହିତ ସୋରିଷ ତେଲେ ମିଶାଇ ମଧ୍ୟ ପାନ,ଗୁଟଖା ଯୋଗୁଁ ମଇଳା ପଡିଥିବା ଦାନ୍ତ ସଫା କରିପାରିବେ ।
୩.କମଳା ଚୋପା : କମଳା ଚୋପା ଓ ତୁଲସୀ ପତ୍ରକୁ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ବ୍ରସ କରିସାରିବା ପରେ ଏହି ପାଉଡରକୁ ଦାନ୍ତରେ ମସାଜ କରନ୍ତୁ। କମଳା ଚୋପରେ ଥିବା ଭିଟାମିନ ସି ଓ କ୍ୟାଲସିୟମ ଦାନ୍ତରେ ମୋତି ପରି ଚମକ ଆଣିବାରେ ସାହାର୍ଯ୍ୟ କରିଥାଏ।
୪. ନିମ୍ବ: ଏହା ପ୍ରାଚୀନ କାଳରୁ ଦାନ୍ତ ସଫାରଖିବା ପାଇଁ ବ୍ୟବହାର କରାଯାଉଛି। ନିମ୍ବପତ୍ରରେ ଦାନ୍ତକୁ ହଳଦିଆ କରୁଥିବା ବ୍ୟକ୍ଟେରିଆ ନଷ୍ଟ କରିବାର କ୍ଷମତା ରହିଛି। ନିମ୍ବକାଠିକୁ ମଧ୍ୟ ଦାନ୍ତରେ ଘଷିଲେ ଦାନ୍ତରେ ରୋଗ ହୋଇନଥାଏ।
୫:ବେକିଙ୍ଗ ସୋଡା: ଦାନ୍ତଘଷି ସାରିବା ପରେ ଅଳ୍ପ ବେକିଙ୍ଗ ସୋଡା ନେଇ ଦାନ୍ତରେ ଘଷନ୍ତୁ,ଏହା ଧୀରେ ଧୀରେ ଦାନ୍ତରୁ ହଳଦିଆ ପରସ୍ତ ଛଡାଇଥାଏ। ବେକିଙ୍ଗ ସୋଡା ଓ ଲୁଣକୁ ମଧ୍ୟ ପେଷ୍ଟ ସହ ମିଶାଇ ବ୍ରସ କଲେ ସୁଫଳ ମିଳିଥାଏ।
୬.ଲେମ୍ବୁ: ଗୋଟେ ଚାମଚ ଲେମ୍ବୁରସ ସହିତ ଏକ ଚାମଚ ପାଣି ମିଶାଇ ଖାଇସାରିବା ପରେ କୁଳି କରନ୍ତୁ। ଏହା ଦ୍ଵାରା ଦାନ୍ତ ସଫା ରହିଥାଏ ଓ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।‘
୭. ଷ୍ଟ୍ରବେରୀ : ଏହାକୁ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରି ଏଥିରେ ଅଳ୍ପ ବେକିଙ୍ଗ ସୋଡା ମିଶାଇ ବ୍ରସ କରିସାରିବା ପରେ ଦାନ୍ତରେ ଘଷନ୍ତୁ। ଏଥିରେ ଥିବା ମଇଲିକ ଏସିଡ ଦାନ୍ତରେ ଚମକ ଆଣିବ।
୮.କଦଳୀ:ଗୋଟେ କଦଳୀକୁ ଗ୍ରାଇଣ୍ଡିଙ୍ଗ କରି ସବୁଦିନ ଦାନ୍ତରେ ମସାଜ କରନ୍ତୁ,ଦାନ୍ତରୁ ହଳଦିଆପଣ ଦୂର ହୋଇଥାଏ।
୯.ଭିନେଗାର: ଏକ ଚାମଚ ଅଲିଭ ଅଏଲ ସହିତ ଭିନେଗାର ମିଶାଇ ଦାନ୍ତରେ ଧୀରେ ଧୀରେ ଘଷନ୍ତୁ। ଦାନ୍ତରେ ଚମକ ଆସିଯିବ ।