• padmabati kund

ମାଟ୍ରିକପାସଙ୍କ ପାଇଁ ଭାରତୀୟ ନୌବାହିନୀରେ ବାହାରିଲା ଏହି ପଦବୀ


ଦଶମ ପାସ କରିଥିବା ପିଲାଙ୍କ ପାଇଁ ଭାରତୀୟ ନୌବାହିନୀ ସେବା (ଇଣ୍ଡିଆନ ନ୍ୟାଭି) ତରଫରୁ ନୌବାହିନୀରେ ଫାୟାରମ୍ୟାନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକପ୍ରାର୍ଥୀ ମାନେ ଚଳିତ ମାସ ୧୯ ତାରିଖ ମଧ୍ୟରେ ଆବେଦନ କରି ପାରିବେ। ଚାକିରି କରିବା ସ୍ଥାନ ମୁମ୍ବାଇ ଅଟେ ।

ଏହି ପଦପାଇଁ ଚୟନ ପ୍ରକ୍ରିୟା ଭାରତୀୟ ନୌବାହିନୀର ବେଞ୍ଚମାର୍କ କିମ୍ବା ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତ ମାଧ୍ୟମରେ କରାଯିବ। ଉପଯୁକ୍ତ ପ୍ରାର୍ଥୀ ଚୟନ ହେଲାପରେ ସେମାନଙ୍କୁ ମାସିକ ଟ୧୯,୯୦୦ ରୁ ଟ୬୩,୨୦୦ ମଧ୍ୟରେ ଦରମା ପ୍ରଦାନ କରାଯିବ।

ଭାରତୀୟ ନୌବାହିନୀ ମୋଟ ୯୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ହୋଇଥିବା ଦରକାର। ଏହି ଫାୟାର ମ୍ୟାନ ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ମଧ୍ୟରେ ହୋଇଥିବା ଆବଶ୍ୟକ।

ଏଥିପାଇଁ କୌଣସି ଅଭିଜ୍ଞତା ଦରକାର ନାହି ଓ ସଦ୍ୟ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

କିପରି ଆବେଦନ କରିବେ

ଅନଲାଇନରେ ପ୍ରାର୍ଥୀପତ୍ର ଆବେଦନ କରିବା ପାଇଁ ଭାରତୀୟ ନୌବାହିନୀର ଅଫିସିଆଲ ୱେବସାଇଟ www.bhartiseva.com ରେ ହୋମପେଜ୍ କୁ ଯାଇ ଫାୟାରମ୍ୟାନ ଅପ୍ସନ ଉପରେ କ୍ଲିକ କରିପାରିବେ।

ଏହାପରେ online registrationକୁ କ୍ଲିକ କରନ୍ତୁ ଓ ନିଜ ପ୍ରୋଫାଇଲ ରେଜିଷ୍ଟର କରନ୍ତୁ । ଏହାବାଦ ନିଜ ରେଜିଷ୍ଟର ହେଇଥିବା ପ୍ରୋଫାଇଲକୁ ଯାଇ ସେଥିରେ ଆବଶ୍ୟକୀୟ ତଥ୍ୟ ପୂରଣ କରନ୍ତୁ ଓ ନିଜର ଆବେଦନ ପ୍ରକ୍ରିୟା ସମାପ୍ତ କରନ୍ତୁ।

ଅନଲାଇନରେ ଆବେଦନ ସମୟରେ ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର , ଇ-ମେଲ ଆଇଡି, କଣ୍ଟାକ୍ଟ ନମ୍ବର ଓ ନିଜର ସମ୍ପୂର୍ଣ ପୋଷ୍ଟାଲ ଠିକଣାକୁ ସଠିକ ଭାବରେ ଉଲ୍ଲେଖ କରିବେ। କାରଣ ବଛାଯାଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକର ପାଇଁ ସେମାନଙ୍କ ଇ-ମେଲ କିମ୍ବା କଣ୍ଟାକ୍ଟ ନମ୍ବର ମାଧ୍ୟମରେ ଜଣାଇଦିଆଯିବ ।

ଭବିଷ୍ୟତରେ କାମରେ ଆସିବା ପାଇଁ ଆପଣଙ୍କ ଅନଲାଇନ ଆବେଦନ ପତ୍ରର ଏକ ପ୍ରିଣ୍ଟ କପି କାଢି ନିଅନ୍ତୁ ।

#job #governmentjob #indiannavy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon