• padmabati kund

ଏବେ ଫେସବୁକରେ ହେବ ଡେଟିଙ୍ଗ, ଗୋପନରେ


ଯୁବକଯୁବତୀମାନେ ଗୋପନରେ ମିଳାମିଶା କରିବା ପାଇଁ ଫେସବୁକ ଆଣିଛି ଏକ ନୂଆ ଫିଚର । ଫେସବୁକରେ ଡେଟିଙ୍ଗ ସୁବିଧା ଆରମ୍ଭ ହେବାକୁ ଯାଉଛି ବୋଲି ନିକଟରେ ଫେସବୁକର ସି.ଇ.ଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି।

ଏହି ଡେଟିଙ୍ଗ ସେବା ଟି ସମ୍ପୂର୍ଣ ଭାବରେ ଇଚ୍ଛାଧୀନ ରହିବ। ଫେସବୁକ ବ୍ୟବହାରକାରୀ ଯଦି ଏହି ଡେଟିଙ୍ଗ ସେବାଟିକୁ ବ୍ୟବହାର କରୁଛନ୍ତି ତେବେ ଏହା ସମ୍ପୂର୍ଣ ଗୋପନୀୟତା ସରକ୍ଷଣ କରିବ ଓ ନିଜର ଫେସବୁକ ଫ୍ରେଣ୍ଡଙ୍କ ପ୍ରୋଫାଇଲରେ ଏହା ଦେଖାଯିବ ନାହି ବୋଲି ମଧ୍ୟ ସେ ଜଣାଇଛନ୍ତି । ଫେସବୁକର ଏହି ନୂତନ ଫିଚରକୁ ଚଳିତ ବର୍ଷ ଶେଷ ଆଡକୁ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

ଗୋପନୀୟ ଫିଚର

ଆଗ୍ରହୀ ବ୍ୟବହାରକାରୀ ମାନେ ନିଜ ଫେସବୁକର ପ୍ରୋଫାଇଲକୁ ଯାଇ ,ଉପରେ ଥିବା ହାର୍ଟ ଚିହ୍ନକୁ କ୍ଲିକ କରି ଡେଟିଙ୍ଗ ପ୍ରୋଫାଇଲ ସେଟଅପ କରିପାରିବେ। ଏହି ପ୍ରୋଫାଇଲଟି ସେମାନଙ୍କ ଫେସବୁକ ପ୍ରୋଫାଇଲ ଠାରୁ ଭିନ୍ନ ରହିବ । ଏହି ପ୍ରୋଫାଇଲଟି ଫେସବୁକରେ ଥିବା ଫ୍ରେଣ୍ଡମାନଙ୍କୁ ଦେଖାଯିବ ନାହିଁ।

ଏହି ନୂଆ ଡେଟିଙ୍ଗ ପ୍ରୋଫାଇଲରେ ବ୍ୟବହାରକାରୀଙ୍କର ନାମର ପ୍ରଥମ ଅଂଶ ରହିବ । ଡେଟିଙ୍ଗ ଆପ୍ ର ବ୍ୟବହାର କରି ସେମାନେ ଆଖପାଖର ଘଟଣାବଳୀକୁ ବ୍ରାଉଜ କରିପାରିବେ, ଇଭେଣ୍ଟ ଆଟେଣ୍ଡ କରୁଥିବା ଅନ୍ୟାନ୍ୟ ବ୍ୟବହାରକାରୀଙ୍କର ପ୍ରୋଫାଇଲ ଚେକ କରିପାରିବେ ଓ ଆଗ୍ରହୀ ଥିବା ବ୍ୟକ୍ତି ବିଶେଷଙ୍କ ସହ ନିରୋଳାରେ ଚାଟିଙ୍ଗ କରିପାରିବେ।

ଫେସବୁକ ବର୍ତ୍ତମାନ ଲୋକମାନଙ୍କର ଦୈନଦିନ ଜୀବନର ଏକ ଅବିଭାଜିତ ଅଙ୍ଗ ହୋଇଯାଇଛି। ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଜୁକର୍‌ବର୍ଗ ଉଲ୍ଲେଖ କରିଥିଲେ ଯେ, ଫେସ୍‌ବୁକ୍‌ରେ ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦ କୋଟି ବ୍ୟକ୍ତି ଏକାକୀ ଥିବାର ଜଣାପଡ଼ିଛି। ଏହାଛଡ଼ା ଆମେରିକାର ପ୍ରତି ୩ଟି ବାହାଘରରୁ ଗୋଟିଏ ଅନ୍‌ଲାଇନ୍‌ରୁ ଆରମ୍ଭ ହୋଇଥାଏ। ତେଣୁ ଫେସବୁକର ଏହି ଡେଟିଙ୍ଗ ଫିଚର ଦ୍ଵାରା ଦୀର୍ଘସୂତ୍ରୀ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ସେ ଆଶା କରିଛନ୍ତି।

ବାସ୍ତବ ସମ୍ପର୍କ ସୃଷ୍ଟି ପାଇଁ ଲୋକଙ୍କୁ ସାହାର୍ଯ୍ୟ କରୁଥିବା ଫେସବୁକର ଏହି ନୂଆ ଡେଟିଙ୍ଗ ଫିଚର ବୋଧହୁଏ ସବୁଠାରୁ ବାସ୍ତବ ହେବ ବୋଲି ,ଫେସବୁକର ସି.ଇ.ଓ ମାର୍କ ଜୁକର ବର୍ଗ ଆଶା ରଖିଛନ୍ତି।

#dating #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon