- padmabati kund
ଶୋଇକି କମାନ୍ତୁ ଅଣ୍ଟାରୁ ଚର୍ବି

ଶୋଇବା ଦ୍ଵାରା ଆପଣଙ୍କ ଶରୀରରୁ ମୋଟାପଣ ଦୂରେଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଶରୀରରୁ ମୋଟାପଣ ବା ମେଦବହୁଳତା ଦୂର କରିବା ପାଇଁ ଲୋକମାନେ ଦିନରେ ବହୁତ ବ୍ୟାୟମ ଓ କସରତ କରିଥାନ୍ତି, କେହି କେହି ମଧ୍ୟ ଖାଇବା କମ କରିଦେଇଥାନ୍ତି। କିନ୍ତୁ ଶୋଇବା ସମୟରେ ନିଜର ଅଜାଣତରେ ମଧ୍ୟ ସେମାନେ ନିଜ ଶରୀରରେ ମୋଟପଣକୁ ବୃଦ୍ଧି କରିବାକୁ ଦେଇଥାନ୍ତି।
ଯଦି ଆପଣ ଶରୀରରୁ ମୋଟାପଣ ଦୂର କରିବାକୁ ଚାହୁଁଛନ୍ତି ତେବେ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ। ଏହା ଆପଣଙ୍କ ଶରୀରରେ କାର୍ଯ୍ୟ କରିବାର କ୍ଷମତାକୁ ବୃଦ୍ଧି କରିବା ସହିତ ଶରୀରରୁ ମେଦହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ମଧ୍ୟ ଆପଣଙ୍କ ହରମୋନ ଉପରେ ପ୍ରଭାବ ପକାଇଥାଏ ଓ ଆପଣଙ୍କୁ ଠିକ ସମୟରେ ଭୋକ କରେଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ଶରୀର ପାଇଁ ଠିକ ଭାବରେ ଶୋଇ କିପରି ଆପଣ ମେଦ ବହୁଳତାରୁ ରକ୍ଷା ପାଇପାରିବେ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ:
୧. ଯଦି ଆପଣ ଦିନ ଯାକ କଠିନ ପରିଶ୍ରମ କରୁଛନ୍ତି ଓ ରାତିରେ ମାତ୍ର ୬ ଘଣ୍ଟା ଶୋଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ରାତିରେ ଅତିକମରେ ୮ ଘଣ୍ଟା ଶୁଅନ୍ତୁ,ଏହା ଦ୍ଵାରା ଆପଣଙ୍କ ଶରୀରରେ ହରମୋନ ଉପରେ ପ୍ରଭାବ ପକାଇଥାଏ ଓ ମେଦ ରୁ ମଧ୍ୟ ଦୂରେଇ ରଖିଥାଏ।
୨.ଠିକ ଭାବରେ ନିଦ ଲାଗିବା ପାଇଁ ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ। ରାତିରେ ସବୁବେଳେ ହାଲକା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ରାତିରେ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ, କାରଣ ଏହାଦ୍ଵାରା ଭଲରେ ନିଦ ହୋଇନଥାଏ।ଖାଇସାରିବାର କିଛି ସମୟ ପରେ ଶୋଇବାକୁ ଯାଅନ୍ତୁ।
୩.ଶୋଇବାକୁ ଯିବା ପୂର୍ବରୁ ଲାଇଟ ବନ୍ଦ କରିଦିଅନ୍ତୁ। ଶୋଇବା ଘରେ ଥିବା ଟେଲିଭିଜନ, ମୋବାଇଲ, କମ୍ପ୍ୟୁଟର ଓ ଏଲିଡି ବଲ କୁ ଅଫ କରି ଶୁଅନ୍ତୁ।ଶୋଇବା ସମୟରେ ସବୁବେଳେ ରୁମ ଅନ୍ଧାର କରି ଶୁଅନ୍ତୁ।
ଶରୀରୁ ମୋଟାପଣ ଦୂର କରିବା ପାଇଁ ଠିକ ଭାବରେ ଓ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ସହିତ ଦିନକୁ ୩୦ରୁ ୩୫ ମିନିଟ ଯାଏ ବ୍ୟାୟମ କରନ୍ତୁ । ଏହାଦ୍ୱାରା ଆପଣ ଉପଯୁକ୍ତ ଫଳ ପାଇପାରିବେ।