• padmabati kund

ଫିଲମି ଫ୍ରାଇଡ଼େ : ଅମିତାଭଙ୍କ କମେଡି ଓ ଆତଙ୍କବାଦୀର କାହାଣୀ


ଆଜି ବଲିଉଡର ଫ୍ରାଇଡେ ରିଲିଜରେ ଆସିଛି ଅମିତାଭ ବଚ୍ଚନ ଓ ରିଷି କପୁରଙ୍କ ଏକ ଫିଲ୍ମ ଓ ତା ସହିତ ଏକ ସତ ଆତଙ୍କବାଦୀ ଉପରେ ଆଧାରିତ ଫିଲ୍ମ । ଗୋଟିଏ ‘102 ନଟ ଆଉଟ’ ଏବଂ ‘ଓମେର୍ତା’। ଗୋଟିଏ ଫିଲ୍ମରେ ରହିଛି ଡ୍ରାମା ,କମେଡି ଓ ଅନ୍ୟଟି କ୍ରାଇମ ଓ ବାସ୍ତବ ଜୀବନୀ ଉପରେ ଆଧାରିତ ।

ଅମିତାଭ ବଚ୍ଚନ ଓ ରିଷି କପୁରଙ୍କୁ ନେଇ ନିର୍ମିତ ହୋଇଥିବା ଚଳଚିତ୍ର ‘102 ନାଟ ଆଉଟ’ ରେ ନା ରହିଛି ହିରୋଇନ, ନାଚ ଗୀତ , ନା ରହିଛି କୌଣସି ଫାଇଟିଙ୍ଗ ସୀନ । 60 ବର୍ଷରୁ ଉର୍ଦ୍ଧ୍ଵ ଦୁଇ ଜଣ ବ୍ୟକ୍ତିତ୍ବ କୁ କେନ୍ଦ୍ର କରି ନିର୍ମିତ ହୋଇଛି ଚଳଚିତ୍ରଟି । ‘102 ନଟ ଆଉଟ’ର ନିର୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଲା। ଏହି ଚଳଚିତ୍ରରେ ଅମିତାଭ ବଚ୍ଚନ ଜଣେ 102 ବର୍ଷର ବୃଦ୍ଧଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯାହାର ନାମ ରହିଛି ଦତ୍ତାତ୍ରେୟ ବଖାରିୟା, ରିଷି କପୁର ଜଣେ 75 ବର୍ଷ ବୃଦ୍ଧଙ୍କର ଭୂମିକାରେ ଅଭିନୟ କରିଛନ୍ତି ଯାହାର ନାମ ରହିଛି ବାବୁଲାଲ ବଖାରିୟା। ଉଭୟଙ୍କ ଚରିତ୍ର ଭିନ୍ନ ଭିନ୍ନ ।

ବାବୁଲାଲ ବଖାରିୟା ନିଜ ଜୀବନକୁ ଘଣ୍ଟା କଣ୍ଟା ଓ ମିନିଟ କଣ୍ଟା ପରି ନୀତି ନିୟମରେ ବାନ୍ଧି ରଖିଥିବା ବେଳେ ଦତ୍ତାତ୍ରେୟ ବଖରିୟଙ୍କ ଚରିତ୍ର ବିଲକୁଲ ଭିନ୍ନ। ଜଣେ 102 ବର୍ଷର ଯୁବକ ପରି ସେ ବଞ୍ଚୁଥିଲେ। ଦତ୍ତାତ୍ରେୟ ନିଜ ପୁଅ ବାବୁଲାଲର ଜୀବନଶୈଳୀ ଓ ଭାବନାକୁ କିପରି ବଦଳାଇଛନ୍ତି ଓ କାହିଁକି ବଦଳେଇବାକୁ ଚାହିଞ୍ଛନ୍ତି , ଏହାକୁ କେନ୍ଦ୍ର କରି କାହାଣୀଟି ଆଗକୁ ଆଗେଇଛି।

ଉଚ୍ଚ ପ୍ରଶଂସିତ

ଅନ୍ୟ ଫିଲ୍ମ ‘’ଓମେର୍ତା’ରେ ମୁଖ୍ୟ ଭୂମିକାରେ ରାଗିଣୀ MMS (ପାର୍ଟ ୧)ରେ ମନ ଜିତିଥିବା ରାଜକୁମାର ରାଓ ଓ ନିର୍ଦେଶନା ଦେଇଛନ୍ତି ହଂସଲ ମେହେତା। ଭାରତରେ ରିଲିଜ ହେବା ଆଗରୁ ଫିଲ୍ମଟି ଅନେକ ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ବହୁ ପ୍ରଶଂସିତ ହେଇସାରିଛି ।

ଫିଲ୍ମଟିର କାହାଣୀ 2002 ମସିହାରେ ବ୍ରିଟିଶ ପତ୍ରକାର ଡାନିଏଲ ପର୍ଲଙ୍କୁ ପାକିସ୍ତାନରେ ଅତ୍ୟନ୍ତ ନିର୍ଦୟ ଭାବରେ ହତ୍ୟା କରିଥିବା ଆତଙ୍କବାଦୀ ଅହମ୍ମଦ ଓମାର ସଇଦ ଶେଖଙ୍କର ଜୀବନୀ ଉପରେ ଆଧାରିତ। ଫିଲ୍ମଟି କେବଳ ଜଣେ ଆତଙ୍କବଦୀର ଜୀବନୀକୁ ନେଇ ପ୍ରସ୍ତୁତ ହୋଇନାହିଁ ,ଆଜିକାଲିର ଯୁବପିଢି ମାନେ କାହିଁକି ଆତଙ୍କବଦୀ ସଂଗଠନ ଆଡକୁ ଆକର୍ଷିତ ହେଉଛନ୍ତି ଏହାହିଁ ହେଉଛି ଫିଲ୍ମଟିର ମୁଖ୍ୟ ବିଷୟବସ୍ତୁ।

ଦୁଇଟି ଯାକ ଫିଲ୍ମର କାହାଣୀ ଦର୍ଶକ ମାନଙ୍କୁ ନିଶ୍ଚିନ୍ତ ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ପ୍ରସ୍ତୁତକର୍ତ୍ତା ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon