- padmabati kund
ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ

ସକାଳ ସମୟ ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ। ସକାଳଟି ଯେପରି ଭାବରେ କଟିଥାଏ ସମ୍ପୂର୍ଣ ଦିନଟି ଆପଣଙ୍କର ସେହିପରି ଭାବରେ କଟିଥାଏ ।ଯଦି ଆପଣ ଦିନର ଆରମ୍ଭ ଭୁଲଭାବରେ କରୁଛନ୍ତି ତେବେ ଆପଣଙ୍କର ପୁରାଦିନ ଖରାପ ଭାବରେ କଟିଥାଏ।ନିଜ ଅଜାଣତରେ ମଧ୍ୟ ଆପଣଙ୍କର କିଛି ଖରାପ ଅଭ୍ୟାସ ଯୋଗୁ ଆପଣଙ୍କର ଦିନଟି ଖରାପ ହୋଇଯାଇଥାଏ।ଯଦି ଆପଣଙ୍କର ପାଖରେ ଏମିତି କିଛି ଖରାପ ଅଭ୍ୟାସ ଅଛି ତେବେ ଆଜି ହିଁ ସେହି ଅଭ୍ୟାସ ବଦଳାନ୍ତୁ।
୧.ଆଲାରାମ ବନ୍ଦ କରି ପୁଣି ଶୋଇବା: ସକାଳୁ ଠିକ ସମୟରେ ଉଠିବା ପାଇଁ ଆପଣ ଅଲାରାମର ବ୍ୟବହାର କରିଥାନ୍ତି । କିନ୍ତୁ ଆଲାରାମ ବାଜିଲା ପରେ ମଧ୍ୟ ଆପଣ ନଉଠି ଏହାକୁ ସ୍ନୁଜ କରି ପୁଣି ଶୋଇପଡିଥାନ୍ତି। ଅଳ୍ପ କିଛି ସମୟ ଶୋଇବାପାଇଁ ଆଲାରାମକୁ ବନ୍ଦ କରି ଆପଣ ବହୁତ ସମୟ ଶୋଇଥାନ୍ତି ଯାହାଦ୍ୱାରା ଆପଣଙ୍କର ସମ୍ପୂର୍ଣ ଦିନର କାର୍ଯ୍ୟ କରିବାରେ ବିଳମ୍ବ ହୋଇଥାଏ।ତେଣୁ ଶୋଇବା ଆଗରୁ ଆପଣ ଠିକ କରି ଶୁଅନ୍ତୁ ଯେ କେତେବେଳେ ଉଠିବେ ଏହାଦ୍ୱାରାସକାଳୁ ଠିକ ସମୟରେ ଉଠିପରିବେ।
୨.ସକାଳୁ ହଠାତ କରି ଉଠିବା : ବହୁତ ଥର ଆପଣ ଯେତେବେଳେ ସକାଳୁ ଉଠିଥାନ୍ତି ଓ ଦେଖନ୍ତିକି ଉଠିବାରେ ବିଳମ୍ବ ହୋଇଗଲାଣି ସେତେବେଳେ ଆପଣ ହଠାତ କରି ଉଠିଥାନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ଠିକ ନୁହେ। ସକାଳୁ ଉଠିବା ପରେ ନିଜ ବିଛଣା ଉପରେ ଦୁଇ ମିନିଟ ଯାଏ ବସି ଯାଆନ୍ତୁ ତାପରେ ଅନ୍ୟ କୌଣସି କାମ କରନ୍ତୁ।
୩.ସକାଳୁ ଉଠିବା ମାତ୍ରେ ଚା’ କିମ୍ବା କଫିର ସେବନ: ବହୁତ ଲୋକଙ୍କର ଏହି ଖରାପ ଅଭ୍ୟାସ ଥାଏ।ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଏସିଡିଟିର ସମସ୍ୟା ଦେଖାଦେଇଥାଏ। ତେଣୁ ସକାଳୁ ଉଠି ଖାଲି ପେଟରେ ଉଷୁମ ପଣି କିମ୍ବା ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ଵାରା ଆପଣଙ୍କ ପେଟସଫା ହେବା ସହିତ ଅତିରିକ୍ତ କ୍ୟାଲୋରୀ ମଧ୍ୟ ନଷ୍ଟ ହୋଇଥାଏ।
୪.ଦିନଯାକ କାର୍ଯ୍ୟର ପ୍ଲାନିଂ ନକରିବା: ବହୁତ ଥର ଏମିତି ହୋଇଥାଏ କି ଆପଣ ନିଜର ଦୈନିକ କାର୍ଯ୍ୟ କରିଦେଇଥାନ୍ତି କିନ୍ତୁ ଜାଣିନଥାନ୍ତି ଯେ ଦିନ ମଧ୍ୟରେ ଆପଣଙ୍କୁ କଣ କଣ କରିବାର ଅଛି। ତେଣୁ ସବୁଦିନ ସକାଳୁ ଉଠିବ ମାତ୍ରେ ଦିନ ଯାକର କାର୍ଯ୍ୟର ଏକ ସୂଚୀ କରନ୍ତୁ ।ଯାହାଦ୍ୱାରା ଆପଣଙ୍କର ସବୁ କାର୍ଯ୍ୟ ସହଜରେ ହୋଇଯିବ।
୫.ବ୍ରେକଫାଷ୍ଟ ନ କରିବା: ଯଦି ଆପଣ ସକାଳୁ ବ୍ରେକଫାଷ୍ଟ କରୁନାହାନ୍ତି ତେବେ ଆପଣଙ୍କୁ ଦିନଯାକ ଥକ୍କା ଲାଗିଥାଏ। କାରଣ ସକାଳେ ଆପଣଙ୍କର ପେଟ ସମସ୍ତ ପୋଷାକ ତତ୍ତ୍ଵ ଅବଶୋଷଣ କରିବାର କ୍ଷମତା ରଖିଥାଏ, ଏଣୁ ବ୍ରେକଫାଷ୍ଟ ନକରିବା ଦ୍ଵାରା ଆପଣଙ୍କୁ ଦିନଯାକର କାମ କରିବାକୁ ଶକ୍ତି ମିଳିନଥାଏ।