- ବେତାର ବ୍ୟୁରୋ
କେମିତି ରହିବ ଏ ସପ୍ତାହ: ମେ' ୭ ରୁ ୧୩

ମେଷ: କର୍ମକ୍ଷେତ୍ର ରେ ସଫଳତା ମିଳିପାରେ। ଆୟ ବୃଦ୍ଧି ସହିତ ବ୍ୟୟ ମଧ୍ୟ ବୃଦ୍ଧି ହେବ। ଧୈର୍ଯ୍ୟ ସହିତ ସବୁ ପରିସ୍ଥିତିକୁ ସାମ୍ନା କରନ୍ତୁ,ଓ କ୍ରୋଧ କୁ ନିୟନ୍ତ୍ରଣରେ ରଖନ୍ତୁ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଉଚିତ ଫଳ ପାଇବେ।
ବୃଷ: ସପ୍ତାହଟି ଆପଣଙ୍କର ସୁଖ ଶାନ୍ତିରେ କାଟିବ । ଦୁରସ୍ଥାନକୁ ଯାତ୍ରା ସମ୍ଭାବନା ଅଛି। ପିତାଙ୍କ ସହିତ ସାମାନ୍ୟ ମତାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ। ବ୍ୟୟରେ ବୃଦ୍ଧି ଘଟିପାରେ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରିବେ।
ମିଥୁନ: କାର୍ଯ୍ୟରେ ସଂପୂର୍ଣ୍ଣ ମନୋନିବେଶ କରିବେ। ଧର୍ମକାର୍ଯ୍ୟରେ ମନ ବଳେଇବେ। ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ମାନେ ସହଯୋଗର ହାତ ବଢାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।
କର୍କଟ: ମନରେ ଦ୍ଵନ୍ଦ ଉପୁଜିପାରେ ଯାହାଦ୍ୱାରା ଆପଣଙ୍କୁ ସଠିକ ନିର୍ଣ୍ଣୟ ନେବାରେ ଅସୁବିଧା ହେବ। ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ଦୁରସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀ ମାନେ ସଫଳତା ପାଇଁ କଠିନ ପରିଶ୍ରମ କରିବେ।
ସିଂହ: ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ । ଧାର୍ମିକ କାମରେ ବ୍ୟସ୍ତ ରହିବେ। ପିତାଙ୍କ ସହିତ ମତାନ୍ତର ଘଟିପାରେ। ଚାକିରୀକ୍ଷେତ୍ରରେ ଉନ୍ନତି ହୋଇପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଦିଅନ୍ତୁ ।
କନ୍ୟା: କିଛି ପୁରୁଣାକଥା ସାମ୍ନାକୁ ଆସିପାରେ। ମା’ ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ସନ୍ତାନଙ୍କ ବ୍ୟବହାରରେ ପରିବର୍ତନ ଦେଖାଦେବ। ଧୈର୍ଯ୍ୟ ରଖନ୍ତୁ ଓ ସନ୍ତାନଙ୍କର ଯତ୍ନ ନିଅନ୍ତୁ।
ତୁଳା: ଭବିଷ୍ୟତ ପାଇଁ ଉଚିତ ନିଷ୍ପତ୍ତି ନେବେ। ପାରିବାରିକ ଜୀବନରେ ସାମାନ୍ୟ କଳହ ଦେଖାଦେଇପାରେ , ମାତ୍ର ବ୍ୟସ୍ତ ନହୋଇ ଧୈର୍ଯ୍ୟ ରଖିବେ। ଆପଣଙ୍କ ସ୍ଵାସ୍ଥ୍ୟରେ ଅବନତି ଦେଖାଦେଇପାରେ। ନିଜର କର୍ମକ୍ଷେତ୍ର ଓ ପରିବାରକୁ ଅଲଗା ରଖିବାକୁ ଚେଷ୍ଟା କରିବେ।
ବିଛା: ସାହସ ବୃଦ୍ଧି ପାଇବା। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ ଓ ସଫଳତା ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖ ଓ ଶାନ୍ତିପୂର୍ଣ୍ଣ ରହିବ।
ଧନୁ: ମାନସିକ ଦୁଶ୍ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପାରିବାରିକ ଜୀବନ ସୁଖମୟ ରହିବ। କର୍ମକ୍ଷେତ୍ରରେ ଅଯଥା କଥାକୁ ଧ୍ୟାନ ଦିଅନ୍ତୁ ନାହି ଓ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ ମାନେ ନିଜ ପରିଶ୍ରମର ଫଳ ପାଇବେ।
ମକର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ। ନୂତନ ଘର କିମ୍ବା ଯାନବାହାନ କିଣିବାର ସମ୍ଭାବନା ରହିଛି। ବ୍ୟୟ ବୃଦ୍ଧିରେ ସମ୍ଭାବନା ରହିଥିବା ବେଳେ ଆୟରେ ମଧ୍ୟ ସମାନ ପରିମାଣର ବୃଦ୍ଧି ଘଟିବ।
କୁମ୍ଭ: ଦେଶ ବାହାରକୁ ଯାତ୍ରାର ସମ୍ଭାବନା ରହିଛି। ନୂତନ ଗାଡି କିମ୍ବା ଘର କିଣିପାରନ୍ତି। କଥାବାର୍ତ୍ତାରେ ଶାଳୀନତା ରଖନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ। ଛାତ୍ରଛାତ୍ରୀ ମାନଙ୍କ ସାମ୍ନାରେ ବାଧା ସୃଷ୍ଟି ହେଲେ ମଧ୍ୟ ସେମାନେ କଠିନ ପରିଶ୍ରମ କରିବେ।
ମୀନ: ଆୟରେ ବୃଦ୍ଧି ଘଟିବ। ଧାର୍ମିକ କାର୍ଯ୍ୟରେ ମନ ବଳେଇବେ। ଆପଣଙ୍କ ପରିବାର ସମାଜ ସାମ୍ନାରେ ପ୍ରଶଂସିତ ହେବ। କିନ୍ତୁ ଭାଇଭଉଣୀଙ୍କ ସହ ସାମାନ୍ୟ ଝଗଡା ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।