• padmabati kund

ରୁପିମୁକ୍ତ କେଶ ପାଇଁ କରନ୍ତୁ ଏହି ୯ ଉପାୟ


କେଶରେ ରୁପି ହେବା ଏକ ବହୁତ ବଡ ସମସ୍ୟା । ଏହା ସହଜରେ କେଶରୁ ଦୂର ହୋଇନଥାଏ। ଏଥି ପାଇଁ ଆପଣ ବିଭିନ୍ନ ପ୍ରକାର ଶାମ୍ପୋ ଓ ମେଡ଼ିସିନର ବ୍ୟବହାର କରିଥାନ୍ତି। କିନ୍ତୁ ମେଡ଼ିସିନ ଅପେକ୍ଷା କିଛି ପ୍ରାକୃତିକ ଜିନିଷ ବ୍ୟବହାର କରିବା କେଶ ପାଇଁ ଭଲ। ସେହିପରି ଏକ ପ୍ରାକୃତିକ ଔଷଧୀୟ ଗୁଣ ସମ୍ପନ୍ନ ପଦାର୍ଥ ହେଉଛି ନିମ୍ବତେଲ। ଏହାର ବ୍ୟବହାର ଆପଣଙ୍କର କେଶରୁ ରୁପି ସମସ୍ୟା ଦୂର କରିବା ସହିତ କେଶମୂଳକୁ ମଜଭୁତ ମଧ୍ୟ କରିଥାଏ।

ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ନିମ୍ବ ତେଲକୁ କିପରି ବ୍ୟବହାର କରିବେ:

୧.ପ୍ରଥମେ କେଶର ମୂଳରେ ଭିନେଗାରକୁ ଲଗାନ୍ତୁ,ଏହାପରେ କେଶକୁ ଭଲଭାବରେ ଧୋଇଦିଅନ୍ତୁ। କେଶ ଶୁଖି ଗଲାପରେ ଏଥିରେ ନିମ୍ବତେଲକୁ ଲଗାନ୍ତୁ। କିଛି ସମୟ ରଖିବାପରେ ଏକ କପଡା ମାଧ୍ୟମରେ ଏହାକୁ ଶୁଖାଇଦିଅନ୍ତୁ।

୨.ଆପଣ ଘରେ ମଧ୍ୟ ନିମ୍ବତେଲକୁ ବ୍ୟବହାର କରି ଶାମ୍ପୋ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣ ବ୍ୟବହାର କରୁଥିବା ଶାମ୍ପୋରେ ୨ ଚାମଚ ନିମ୍ବତେଲ ମିଶାଇ କେଶରେ ଲଗାନ୍ତୁ।ଏହାକୁ ସପ୍ତାହରେ ଥରେ ଲଗାଇବା ଦ୍ୱାରା କେଶରୁ ରୁପି ସମସ୍ୟା ଦୂର ହେବା ସହିତ କେଶ ମଧ୍ୟବଢିବାରେ ସାହାଯ୍ୟ କରିଥାଏ ।

୩.ଅଧିକ ଗାଢ ନିମ୍ବତେଲକୁ କେଶରେ ପ୍ରୟୋଗ କରନ୍ତୁ ନାହିଁ। ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇପାରେ । ଗାଢ ନିମ୍ବତେଲ ରେ ଆପଣ ଅଲିଭ ଅଏଲ କିମ୍ବା ନଡିଆ ତେଲ ମିଶାଇ ଲଗାଇ ପାରିବେ।

୪.ପତଳା ନିମ୍ବତେଲକୁ ଆପଣ ସିଧାସଳଖ କେଶରେ ପ୍ରୟୋଗ କରିପାରିବେ। ପ୍ରୟୋଗ କରିସାରିବାର ଏକ ଘଣ୍ଟା ପରେ କେଶକୁ ଭଲ ଭାବରେ ଶାମ୍ପୋରେ ଧୋଇଦିଅନ୍ତୁ। ଏହାଦ୍ୱାରା କେଶରୁ ରୁପି ଦୂର ହେବ।

୫.ନିମ୍ବତେଲ ସହିତ ଅଲିଭ ତେଲକୁ ମିଶାଇ ଆପଣ କଣ୍ଡିସନର ପରି ମଧ୍ୟ ବ୍ୟବହାର କରିପାରିବେ। ଶାମ୍ପୋ କରିସାରିବା ପରେ ଏହାକୁ ଲଗାଇ ୨୦ ମିନିଟ ପରେ ଧୋଇଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶରେ ଚମକ ଆସିଥାଏ।

୬.ସମାନ ପରିମାଣର ନିମ୍ବତେଲ, ଟି’ ଟ୍ରୀ (ଚା' ଗଛ) ତେଲ ଓ ତୁଲସୀ ତେଲକୁ ମିଶାଇ କେଶ ମୂଳରେ ଲଗାନ୍ତୁ ଏହାଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ।

୭.ଅଳ୍ପ ନିମ୍ବତେଲ, ତୁଳସୀ ତେଲ, ଭୃଙ୍ଗରାଜ ତେଲ ଓ ଶିକାକାଇ ତେଲକୁ ମେଥି ଗୁଣ୍ଡ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶମୂଳରେ ଲଗାଇବା ଦ୍ୱାରା କେଶ ମଜଭୁତ ହେବା ସହିତ ରୁପି ମଧ୍ୟ ଦୂର ହୋଇଥାଏ।

୮.ଯଦି ଆପଣଙ୍କ କେଶ ମୂଳରେ କୁଣ୍ଡାଇ ହେଉଥାଏ ତେବେ ଆପଣ ନିମ୍ବ ତେଲ ସହିତ ଅଳ୍ପ ଲେମ୍ବୁରସ ମିଶାଇ ଲଗାଇବାଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହାର ପ୍ରତିଦିନ ବ୍ୟବହାରରେ ରୁପି ସମ୍ପୂର୍ଣ ଭାବରେ ଦୂର ହୋଇଥାଏ।

୯.ଗୋଟେ କପ ଦହି ସହିତ ଅଳ୍ପ ନିମ୍ବତେଲ ମିଶାଇ କେଶମୂଳରେ ଲଗାନ୍ତୁ ଓ ୨୦ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ। ଏହାଦ୍ୱାରା ମଧ୍ୟ ରୁପି ଦୂର ହୋଇଥାଏ।

#hair #body #fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon