- padmabati kund
‘ଶମଶେରା’ରେ ରଣବୀରଙ୍କ ନୂଆ ଅବତାର

ଗତ ଦଶବର୍ଷ ମଧ୍ୟରେ ବଲିଉଡରେ ଚକୋଲେଟ ବୟ ଭାବରେ ପରିଚିତ ଥିବା ରଣବୀର କପୁରଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ତାଙ୍କର ଆଗାମୀ ଫିଲ୍ମ ‘ଶମଶେରା’ରେ । ଏଥିରେ ରଣବୀର ଜଣେ ଡକାୟତର ଭୂମିକରେ ଅଭିନୟ କରୁଥିବା ବେଳେ, ଫିଲ୍ମରେ ରଣବୀରଙ୍କର ଲୁକ ବହୁତ ଚର୍ଚ୍ଚାରେ ରହିଛି।
ବଲିଉଡର ସବୁଠାରୁ ବଡ ପ୍ରଡ଼କ୍ସନ ହାଉସ ଭାବରେ ପରିଚିତ ୟଶରାଜ ଫିଲ୍ମ ଏହାର ଆଗାମୀ ଫିଲ୍ମ ‘ଶମଶେରା – କରମ ସେ ଡକାୟତ, ଧରମ ସେ ଆଜାଦ’ ବିଷୟରେ ଟ୍ଵିଟର ପୃଷ୍ଠାରେ ଅଫିସିଆଲ ଘୋଷଣା କରିସାରିଛି। ଫିଲ୍ମଟିର ଟାଇଟିଲରୁ ଏହା ଗୋଟିଏ ଆକ୍ସନ-ଆଡଭେଞ୍ଚର ଫିଲ୍ମ ହୋଇଥିବା ବୋଲି ଜଣାପଡୁଛି। ହ୍ରୀତିକ ରୋଶନଙ୍କ ଅଭିନୀତ ସଫଳ ଫିଲ୍ମ ‘ଅଗ୍ନୀପଥ’ରେ ନିଜର ନିର୍ଦେଶନା ଆରମ୍ଭ କରିଥିବା ନିର୍ଦ୍ଦେଶକ କରନ ମଲହୋତ୍ରା ‘ଶମଶେରା’ର ନିର୍ଦେଶନା ଦେଉଛନ୍ତି।
ୟଶରାଜ ଫିଲ୍ମସର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ‘ଶମଶେରା’ ଟିଜର ମଧ୍ୟ ରିଲିଜ ହୋଇଯାଇଛି । 45 ସେକେଣ୍ଡର ଏହି ଟିଜରରେ ରଣବୀରଙ୍କର ଏକ ଭୟଙ୍କର ଲୁକ ଦେଖିବାକୁ ମିଳିଛି ଯେଉଥିରେ ସେ ଏକ କୁଖ୍ୟାତ ଡକାୟତ ଚେହେରା ସହିତ ଗୋଟିଏ ହାତରେ କୁରାଢୀ ଓ ଅନ୍ୟ ହାତରେ ଧନୁଶର ସହିତ ଠିଆ ହୋଇଛନ୍ତି।
ରିଲିଜ ସମୟ
‘ଶମଶେରା’ରେ ନିଜ ଚରିତ୍ରକୁ ନେଇ ରଣବୀର କହିଛନ୍ତି ଯେ, “ବହୁତ ଦିନ ଧରି ସେ ଯେମିତି ଏକ ଚରିତ୍ର ଆଶା କରିଥିଲେ ତାଙ୍କୁ ସେହିପରି ଏକ ଚରିତ୍ର ମିଳିଛି ‘ଶମଶେରା’ ଫିଲ୍ମରେ। ଗୋଟେ ହିରୋ ଭାବରେ ମୁ ଫିଲ୍ମରେ ଯାହା ଯାହା କରିବାକୁ ଚାହୁଁଥିଲି ସେ ସବୁ ଏହି ଫିଲ୍ମରେ ଅଛି। ଏପରି ଏକ ଭିନ୍ନ ଚରିତ୍ରକୁ ନେଇ ବହୁତ ଉତ୍ସାହିତ ଅଛି ଓ ଏହା ମୋ ପାଇଁ ଏକ ବହୁତ ବଡ ଚ୍ୟାଲେଞ୍ଜ ।“
ଶୁଣିବାକୁ ମିଳୁଛି ଯେ ସଞ୍ଜୟ ଦତ୍ତ ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ବିପରୀତ ଭୂମିକାରେ ଅଭିନୟ କରିପାରନ୍ତି। କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଭିନୟ କରିବେ ସେ ବିଷୟରେ କିଛି ଘୋଷଣା କରାଯାଇନାହିଁ।
ଫିଲ୍ମର ସୁଟିଙ୍ଗ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହେବ ଓ ୨୦୧୯ ମଧ୍ୟ ଭାଗରେ ଏହା ରିଲିଜ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ରଣବୀରଙ୍କ ଅଭିନୀତ ଫିଲ୍ମ ‘ସଞ୍ଜୁ’ ଆସନ୍ତା ଜୁନ ୨୯ ତାରିଖରେ ରିଲିଜ ହେବାକୁ ଯାଉଛି। ‘ସଞ୍ଜୁ’ରେ ସେ ସଞ୍ଜୟ ଦତ୍ତଙ୍କ ଚରିତ୍ର ରେ ଅଭିନୟ କରିଛନ୍ତି ଓ ଫିଲ୍ମରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି।