• ବେତାର ବ୍ୟୁରୋ

ସୋନମ କପୁରଙ୍କ ବାହାଘର ଦୃଶ୍ୟ ଦେଖନ୍ତୁ


ନିଜ ବାହାଘରରେ ଅଯଥା ଟଙ୍କା ଖର୍ଚ୍ଚ ନ କରିବାକୁ ନିଷ୍ପତ୍ତି ନେଇଥିବା ସୋନମ କପୁର ଆଜି ମୁମ୍ବାଇରେ ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ନିଜ ମାଉସୀଙ୍କ ଘରେ ବିବାହ କରିଛନ୍ତି । ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହିତ ହେଉଥିବା ଏହି ବାହାଘରରେ ବଲିଉଡର କିଛି ନାମୀ ଅଭିନେତା, ଅଭିନେତ୍ରୀ, ଓ ସୋନମଙ୍କ ଆଗାମୀ ଫିଲ୍ମର ସହକଳାକାର ଯଥା କରିନା କପୁର ଓ ସ୍ଵରା ଭାସ୍କର ଆଦି ଯୋଗ ଦେଇଥିଲେ ।

ସୋନାମଙ୍କ ବିଭାଘର ହେଇଥିବା ସ୍ଥାନର ଦୃଶ୍ୟ । ଏହି ବିଭାଘର ଦୃଶ୍ୟଙ୍କୁ ନିଜ କ୍ୟାମେରାରେ ତୋଳି ଧରିଥିଲେ ପ୍ରସିଦ୍ଧ ଫୋଟୋଗ୍ରାଫର ମାନବ ମଙ୍ଗଳାନୀ ।

ଏହି ବାହାଘର ନିମନ୍ତେ ଅନିଲ କପୁରଙ୍କ କନ୍ୟାଙ୍କ ପାଇଁ ବିଶେଷ ଭାବେ ପ୍ରସ୍ତୁତ ହେଇଥିବା ଗାଡ ଲାଲ ରଙ୍ଗର ଲେହେଙ୍ଗାଙ୍କୁ ସୋନମ ପରିଧାନ କରିଥିଲେ । ଅଳଙ୍କାର ପାଇଁ ଏହି ପୋଷାକକୁ ମାନୁଥିବା ମଥାଚଦ୍ରିକା ଓ ଝୁମକା ମଧ୍ୟ ସେ ପିନ୍ଧିଥିଲେ । ସୋନମଙ୍କ ସ୍ଵାମୀ ଆନନ୍ଦ ଆହୁଜା ଏକ ହଲକା ସୁନା ରଙ୍ଗର ଶେରୱାନୀ ସହିତ ଏକ ରୁବିପଥରର ମାଳା ପିନ୍ଧି ବିବାହ ଉତ୍ସବକୁ ଆସିଥିଲେ ।

ଏହି ବାହାଘର ଶିଖ ଧର୍ମର ରୀତିନୀତି ଆନୁଯାୟୀ ସମ୍ପନ୍ନ ହେଇଥିଲା । ଏହାପରେ ମୁମ୍ବାଇରେ ଏକ ପଞ୍ଚତରକା ହୋଟେଲରେ ଅତିଥି ମାନଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଛି ।

ଅନିଲ କପୁରଙ୍କ ସହ ଏକ ଅନ୍ତରଙ୍ଗ ମୂହୁର୍ତ୍ତରେ ଅଭିନେତା ତଥା ନିମନ୍ତ୍ରିତ ଅତିଥି ଫୋଟୋ ଟ୍ଵିଟର

ଅମିର ଖାନ, ରାଣୀ ମୁଖାର୍ଜୀ , ଅମିତାଭ ବଚ୍ଚନ, ସୋନମଙ୍କ ବଡବାପା ବୋନୀ କପୁର ଓ ତାଙ୍କ ପୁତ୍ର ଅର୍ଜୁନ କପୁରଙ୍କ ସହିତ ରଣବିର ସିଂହ ଓ ଅନୁଷ୍କା ଶର୍ମା ପ୍ରଭୃତି ଏହି ବିଭାଘରରେ ଯୋଗ ଦେଇଥିଲେ । ଏହି ସମୟରେ ଅର୍ଜୁନ କପୁର ଓ ରଣବିର ସିଂହ, ଅନିଲ କପୁରଙ୍କୁ ଗେଲ କରୁଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଅନେକଙ୍କୁ ଆମୋଦ କରିଥିଲା ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon