• padmabati kund

ପଣସରେ ରହିଛି ଏତିକି ଔଷଧୀୟ ଗୁଣ


ବର୍ତ୍ତମାନ ଗ୍ରୀଷ୍ମୠତୁରେ ଗାଁ ଗହଳିରେ ସବୁଆଡେ ଗୋଟିଏ ଫଳର ଚାହିଦା ରହିଛି। ତାହା ହେଉଛି ପଣସ। ଲୋକମାନେ ପଣସ ଖାଇଲା ପରେ ସବୁବେଳେ ପଣସର ମଞ୍ଜିକୁ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ପଣସ ମଞ୍ଜିରେ ବହୁତ ଔଷଧୀୟ ଗୁଣ ରହିଛି, ଯାହାକି ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରା ଯୋଗାଇବାରେ ସାହାର୍ଯ୍ୟ କରିଥାଏ।

ଆଜିକାଲି ଝିଅମାନେ ନିଜ ତ୍ଵଚାକୁ ସୁନ୍ଦର କରିବା ପାଇଁ ବହୁତ ବିଉଟି ପ୍ରଡ଼କଟ୍ସ ବ୍ୟବହାର କରିଥାନ୍ତି, କିନ୍ତୁ ସେଥିରେ ତାଙ୍କୁ ଉପଯୁକ୍ତ ପରିଣାମ ମିଳିନଥାଏ। କିନ୍ତୁ ଆପଣ ଅଦରକାରୀ ଭାବୁଥିବା ପଣସ ମଞ୍ଜିର ବ୍ୟବହାରରେ ମଧ୍ୟ ସୁନ୍ଦର ତ୍ଵଚ୍ଚା ପାଇପାରିବେ।

୧.ପଣସ ମଞ୍ଜିରେ ବହୁତ ମାତ୍ରାରେ ତନ୍ତୁ (ଫାଇବର) ରହିଛି, ଯାହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ସପ୍ତାହକୁ ଦୁଇରୁ ତିନିଥର ପଣସ ମଞ୍ଜି ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ ଓ ପେଟ ସଫାହୋଇଯାଇଥାଏ। ଏବଂ ଏହାଦ୍ୱାରା ଆପଣଙ୍କ ତ୍ଵଚାରେ ହେଉଥିବା ସମସ୍ୟା ମଧ୍ୟ ଦୂର ହେବା ସହିତ ଓ ଆପଣଙ୍କ ରଙ୍ଗ ମଧ୍ୟ ଗୋରା ହୋଇଥାଏ।

୨.କିଛି ପଣସ ମଞ୍ଜିକୁ ନେଇ ଥଣ୍ଡା କ୍ଷୀରରେ ମିଶାଇ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ। ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ଦିଅନ୍ତୁ। ଶୁଖିଗଲା ପରେ ମୁହଁକୁ ଥଣ୍ଡପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରାରେ ଏକ ନୂଆ ଚମକ ଆସିବ ଓ ବୟସ ଆଗରୁ ଆପଣଙ୍କ ତ୍ଵଚ୍ଚା ଅଧିକ ବୟସ୍କ ଦେଖାଯିବା ନାହିଁ।

୩.ପଣସମଞ୍ଜିକୁ ଗୁଣ୍ଡ କରି ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ କେଶର ମୂଳରେ ଲଗାନ୍ତୁ। ଏକଘଣ୍ଟା ପରେ ଶାମ୍ପୋ ସାହାଯ୍ୟରେ କେଶକୁ ଧୋଇନିଅନ୍ତୁ। ଏହାଦ୍ଵାରା ଆପଣଙ୍କ କେଶ ମୋଟା କଳା ଓ ମଜଭୁତ ହୋଇଥାଏ।

୪.ପଣସମଞ୍ଜି ରେ ବହୁତ ମାତ୍ରାରେ କାର୍ବୋହାଇଡ୍ରେଟ ଓ କ୍ୟାଲୋରୀ ରହିଛି ଯାହାକି ଆପଣଙ୍କୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ଫୃକ୍ଟୋଜ ଓ ଶୁକ୍ରୋଜ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ମଧ୍ୟ କୋଲେଷ୍ଟ୍ରରଲ ର ପରିମାଣ କମ ରହିଥାଏ।

୫.ପଣସ ମଞ୍ଜିରେ ଥିବା ପୋଟାସିୟମ ଆମ ଶରୀରର ସୋଡିଅମ ସ୍ତରକୁ ନିୟନ୍ତ୍ରିତ ରଖିଥାଏ। ଏହାଦ୍ଵାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ହୃଦଘାତରୁ ମଧ୍ୟ ଏହା ରକ୍ଷା କରିଥାଏ।

୬.ଏଥିରେ ଭିଟାମିନ ଏ ଭରପୁର ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କର ଦ୍ରୁଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଭିଟାମିନ ଏ ଅଭାବରୁ ଯାହାଙ୍କୁ ଅନ୍ଧାରକଣା ହୋଇଥାଏ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ଅଟେ।

#body #health #fitn

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon