• ବେତାର ବ୍ୟୁରୋ

ଆରମ୍ଭ ହେଲା ଇସ୍ରାଏଲ-ଇରାନ ଯୁଦ୍ଧ : ଆଗକୁ କ’ଣ


ଇସ୍ରାଏଲ-ସିରିୟା ସୀମାରେ ରକେଟ ମାଡର ଦୃଶ୍ୟ ଫଟୋ -ରଏଟର୍ସ

ପାରମ୍ପରିକ ଶତ୍ରୁ ଭାବେ ପରିଚିତ ଇସ୍ରାଏଲ ଓ ଇରାନ ଭିତରେ ମିସାଇଲ ( କ୍ଷେପଣାସ୍ତ୍ର) ମାଡ ଆରମ୍ଭ ହେଇସାରିଛି । ତେବେ ଯୁଦ୍ଧସ୍ଥଳ ବା ରଣକ୍ଷେତ୍ର ପାଲଟିଛି ଗୃହଯୁଦ୍ଧହରେ କ୍ଷତିଗ୍ରସ୍ତ ସିରିଆ , ଯାହାର କିଛି ଅଂଶ ଇସ୍ରାଇଲ ଅଧୀନରେ ରହିଛି ।

ଏବେ ପରିସ୍ଥିତି ଗୁରୁତର ରହିଥିବା ବେଳେ ଆଗକୁ କଣ ହେବ ସେ ବିଷୟରେ କୌଣସି ଦେଶ ଅନୁମାନ କରି ନାହାନ୍ତି । ତେବେ ଏହି ଘଟଣା ଆଗାମୀ ଦିନରେ ତୈଳ ଦର ବୃଦ୍ଧି କରିପାରେ ।

ଇସ୍ରାଇଲ ସମୟ ଅନୁସାରେ ସେଠାରେ ଗୁରୁବାର ଭୋର ବେଳେ (ଭାରତୀୟ ସମୟ ସକାଳ ସାଢେ ଆଠ) ସିରିଆସ୍ଥିତ ଇରାନ ସାମରିକ ଘାଟିରୁ ଲଗାତାର 20ଟି ମିସାଇଲ ଛଡା ଯାଇଥିଲା । ହେଲେ ଇସ୍ରାଇଲର ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ପ୍ରାୟ ସବୁ ଇରାନୀ ମିସାଇଲକୁ ଅକାମି କରିଦେଇଥିଲା ।

ଇସ୍ରାଏଲର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ “ ପ୍ରାୟ 12ଟି ଇରାନୀ ମିସାଇଲକୁ ଆମର ଇରୋନ ଡ଼ୋମ ମିସାଇଲ ପ୍ରତିରକ୍ଷା ବିଭାଗ ଅକାମୟ କରିଦେଇଥିଲା । ଆଉ ବାକି ଗୁଡିକ ସିରିୟାର ଆକାଶ ସୀମାରେ ହିଁ ନଷ୍ଟ ହେଇଯାଇଥିଲା।“

ସିରିଆର ଶାସକଙ୍କୁ ଗୃହଯୁଦ୍ଧରୁ ମୁକୁଳିବା ପାଇଁ ସାହାଯ୍ୟ କରୁଥିବା ଇରାନ ତରଫରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ଇରାନର ରକେଟ ଗୁଡିକୁ ଅକାମି କରିବା ପାଇଁ ଇସ୍ରାଏଲିର ଅତ୍ୟାଧୁନିକ ଆଣ୍ଟି-ମିସାଇଲ ସିଷ୍ଟମ ଆଗୁଆ ଗୁପ୍ତଚର ସୂଚନା ପାଇଁ ପ୍ରସ୍ତୁତ ରହିଥିଲେ ବୋଲି ଇସ୍ରାଏଲର ଇଂରାଜୀ ଖବର ପରିବେଷଣ କରୁଥିବା ୱେବସାଇଟ ହାରେଜ କହିଛି ।

ବିଳମ୍ବିତ ରାତିରେ ହେଇଥିବା ଏହି କ୍ଷେପଣାସ୍ତ୍ର ବ ରକେଟ ଯୁଦ୍ଧରେ ସେଠାକାର ଆକାଶ ଝଲସି ଉଠିଥିଲା । ଏହାପରେ ଇସ୍ରାଏଲର ଆନ୍ଧକାରଭେଦୀ ଡ୍ରୋନ ରାତିସାରା ସେଠାକାର ଆକାଶରେ ଘୂରିବୁଲୁଥିଲା, ଯାହାକୁ କେବଳ ଶୁଣି ହେଉଥିଲା ହେଲେ ଦେଖି ହେଉ ନ ଥିଲା ବୋଲି କିଛି ଇସ୍ରାଇଲ ନାଗରିକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ।

ଏହାପରେ ଇସ୍ରାଏଲର ବାୟୁସେନା ପକ୍ଷରୁ ସିରିଆରେ ଥିବା ଇରାନୀ ସୈନ୍ୟସ୍ଥଳ ଓ ଯୁଦ୍ଧାସ୍ତ୍ର କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା, ଯଦିଓ ସିରିଆ ସରକାରଙ୍କ ମିଡିଆ ଏ ବିଷୟରେ କହିଛି ଯେ ଇସ୍ରାଏଲର ମିସାଇଲ ତାଙ୍କ ଦେଖରେ କୌଣସି କ୍ଷତି କରି ପରି ନାହିଁ, ଅନ୍ୟ କିଛି ସିରିଆ ଗଣମାଧ୍ୟମ ଲେଖିଛନ୍ତି ଯେ ଇସ୍ରାଏଲର ମିସାଇଲ ଏପରି ଭାବେ ଛଡା ଯାଇଥିଲା ଯେ ତାହା କେବଳ ଇରାନୀ ସୈନ୍ୟଘାଟିର ହିଁ କ୍ଷତି କରିଥିଲା ।

“ବନ୍ୟା କରିଦେବୁ”

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ଫିସ ତରଫରୁ କୁହାଯାଇଛି ଯେ ଯଦି ଇରାନ “ପୁନର୍ବାର ଇସ୍ରାଇଲ ଉପରକୁ ମିସାଇଲ ବର୍ଷା କରେ, ତାହେଲେ ଆମେ ସେଠାରେ ମିସାଇଲର ବନ୍ୟା କରିଦେବୁ।“

ରୁଷର ରାଷ୍ଟ୍ରପତି ପୁଟିନ, ଯେ କି ଉଭୟ ସିରିଆ ଓ ଇରାନର ସରକାରଙ୍କ ଉତ୍ତମ ବନ୍ଧୁ, ଉତ୍ତେଜନା ନ ବଢେଇବାକୁ ପରାମର୍ଶ ଦେଇଛନ୍ତି ।

ଇସ୍ରାଏଲ ମଧ୍ୟ ଏହାର ନାଗରିକମାନଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି । ଏହାର ସରକାରୀ ମୁଖପାତ୍ର କହିଛନ୍ତି ଯେ,”ଆମେ ଆଶା କରୁଛୁ ଏ ଘଟଣା ଏହିଠାରେ ଶେଷ ହେବ ବୋଲି। ତେବେ ଆମେ ଏ ଘଟଣା (ଇରାନର ମିସାଇଲ ମାଡ)କୁ ଗମ୍ଭୀରତାର ସହିତ ନେଇଛୁ ଓ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଅଛୁ ।“

#war #international #world

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon