• ବେତାର ବ୍ୟୁରୋ

କେମିତି ରହିବ ଏ ସପ୍ତାହ : ମେ 14-20


ଜ୍ୟୋତିଷ ଶାସ୍ତ୍ରରେ ଏ ସପ୍ତାହ ଏକ ବିଶେଷ ସମୟ କାରଣ ଏହି ସପ୍ତାହରେ ସଙ୍କ୍ରାନ୍ତି (ସୂର୍ଯ୍ୟ ଚଳନ) ଓ ଅମାବାସ୍ୟା (ଚନ୍ଦ୍ର ଚଳନ) ଏକାଠି ସଂଗଠିତ ହେଉଛି । ପରସ୍ପର ବିରୋଧୀ (ସୂର୍ଯ୍ୟ –ଉତ୍ତପ୍ତ, ଚନ୍ଦ୍ର-ଶୀତଳ) ଏହି ଦୁଇ ମହାଜଗତିକ ଘଟଣା କିଛି ବିଶେଷ ଘଟଣା ଘଟାଇପାରେ ବୋଲି ଆଶା କରାଯାଉଛି ।

(ଏ ଭବିଷ୍ୟବାଣୀ କେବଳ ଜନ୍ମରାଶି ଅନୁସାରେ ଦିଆଯାଇଛି । ନିଜର ବ୍ୟକ୍ତିଗତ ଲଗ୍ନ ଓ ଦଶା ଅନୁସାରେ ଫଳାଫଳ ଅଧିକ ଭଲ କିମ୍ବା ଅଧିକ ଖରାପ ହେଇପାରେ । ଏହାକୁ କେବଳ ମାତ୍ର ଏକ ସୂଚନା ବୋଲି ଧରିନେବାକୁ ଅନୁରୋଧ ।)

ମେଷ: ଏ ସପ୍ତାହରେ ଆପଣ ନିଜର ଶରୀର, ବ୍ୟକ୍ତିତ୍ବ ଓ ସାମାଜିକ ପ୍ରତିଷ୍ଠାକୁ ଉଚ୍ଚ ଓ ସମ୍ମାନାସ୍ପଦ ରଖିବାକୁ ଚେଷ୍ଟା କରିବେ । ଆପଣଙ୍କ ରୋଜଗାର ବଢିବା ଆନୁମାନ କରାଯାଇପାରେ । ତେବେ ଏହି ସପ୍ତାହର ପ୍ରଥମ ଦୁଇଦିନ ଖର୍ଚ୍ଚ ବଢିପାରେ ।

ବୃଷ: ସପ୍ତାହଟି ଆପଣଙ୍କର ସୁଖ ଶାନ୍ତିରେ କାଟିବ । ଦୁରସ୍ଥାନକୁ ଯାତ୍ରା ସମ୍ଭାବନା ଅଛି। ପିତାଙ୍କ ସହିତ ସାମାନ୍ୟ ମତାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ। ବ୍ୟୟରେ ବୃଦ୍ଧି ଘଟିପାରେ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରିବେ।

ମିଥୁନ: : ଏ ସପ୍ତାହ ଆରମ୍ଭରେ ଆପଣ ନିଜ ମନ ମୁତାବକ କାର୍ଯ୍ୟ କରିବେ ଓ ସେଥିରେ ସଫଳ ମଧ୍ୟ ହେବେ । ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । କାହାଠୁ ଟଙ୍କା ପଇସା ଧାର କରିଥିଲେ, ଏ ସପ୍ତାହରେ ଫେରେଇବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।

କର୍କଟ: ଏ ସପ୍ତାହରେ ଆପଣ ନିଜ ପ୍ରତିଦ୍ଵନ୍ଦୀଙ୍କୁ ଠିକଣା ଜବାବ ଦେଇପାରିବେ ଓ ନିଜର ସମ୍ମାନ ବଜାୟ ରଖିବେ ।

ସିଂହ: ସପ୍ତାହଠାରୁ ଆପଣଙ୍କ ଘର ଓ ଚାକିରି ଜୀବନ ଖୁଶିରେ କଟିବ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ ଓ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ।

କନ୍ୟା: ଏ ସପ୍ତାହ ଆରମ୍ଭରୁ ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ , ନଚେତ ଅସୁବିଧା ଉପୁଜିପାରେ । ସପ୍ତାହ ଶେଷରେ ଜମି ସମ୍ବନ୍ଧୀୟ କୌଣସି କାମରୁ ଲାଭ ପାଇପାରନ୍ତି ।

ତୁଳା: ଏ ସପ୍ତାହ ଆରମ୍ଭରୁ ପ୍ରସ୍ତୁତ ରୁହନ୍ତୁ , କାରଣ ଆପଣଙ୍କ କେହି ଜଣାଶୁଣା ଲୋକ ଆପଣଙ୍କ ଉନ୍ନତିରେ ବାଧା ଦେଇପାରେ । ସପ୍ତାହ ଶେଷରେ ଯାହା ଆଶା କରୁଥିବେ ସେହି କାମରେ ସଫଳତା ପାଇପାରିବେ ।

ବିଛା: ଏସପ୍ତାହରେ ସ୍ଵାସ୍ଥ୍ୟାବସ୍ଥା ଭଲ ରହିବ । ଉଭୟ କର୍ମ କ୍ଷେତ୍ରରେ ତଥା ପରିବାରରେ ଆପଣ ପ୍ରଶଂସାର ପାତ୍ର ହେବେ ।

ଧନୁ: ଏ ସପ୍ତାହ ଆପଣଙ୍କ ପାଇଁ ଶୁଭମୟ ହେଇପାରେ । କୌଣସି କାମରେ ଲାଗିଥିଲେ ଏହି ସପ୍ତାହରେ ସଫଳତା ପାଇବେ ।

ମକର: ଏ ସପ୍ତାହରେ ନିଜ କର୍ମ ଜୀବନ ପ୍ରତି ଅଧିକ ଧ୍ୟାନ ଦେବେ । ପରିବାର ପାଇଁ କମ ସମୟ ଦେଇପାରନ୍ତି , ହେଲେ ଭବିଷ୍ୟତରେ ଏଥିପାଇଁ କିଛି ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ଚଳିତ ସପ୍ତାହରେ ଭଲ ରହିବ ।

କୁମ୍ଭ: ନିୟମ ମାନି ଚାଲିଲେ ଏ ସପ୍ତାହରେ କର୍ମ ବା ବାଣିଜ୍ୟରେ ସଫଳତା ପାଇପାରିବେ । ତେବେ ସପ୍ତାହର ପ୍ରଥମ ଦୁଇଦିନ କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ ।

ମୀନ: କୌଣସି ନିମନ୍ତ୍ରଣ ପାଇ ଦୂର ଜାଗାକୁ ଯାଇପାରନ୍ତି । ତେବେ ଖରାପ ପାଗ କିମ୍ବା ଟ୍ରାଫିକ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଇ ପାରନ୍ତି ।

#astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon