• padmabati kund

ଓଡିଶାର 5 ଜିଲ୍ଲାରେ ହେବ ସରକାରୀ ଶିକ୍ଷକ, କ୍ଳର୍କ ନିଯୁକ୍ତି


ଓଡିଶା ସରକାରଙ୍କ ତରଫରୁ ଏହାର ବିଭିନ୍ନ ଜିଲ୍ଲାରେ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଚୁଆଲ) ଶିକ୍ଷକ, ଜୁନିଅର କ୍ଳର୍କ, ରାତ୍ର ଜଗୁଆଳି ଓ ଅନ୍ୟାନ୍ୟ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଅନୁଗୁଳ

ଅନୁଗୁଳ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଓ.ଟି.ଇ.ଟି ପାସ କରିଥିବା ପ୍ରାର୍ଥୀ ମାନଙ୍କ ପାଇଁ ପଦବୀ ବାହାରିଛି। ଅନୁଗୁଳରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବିଦ୍ୟାଳୟରେ ମୋଟ ୨୧ ଟି ଜୁନିଅର ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ମେ’ ମାସ ୩୧ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଗଜପତି

ଗଜପତି ଜିଲ୍ଲାରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ପଦବୀ ଗୁଡିକ ହେଉଛି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ,ପି.ଇ.ଟି., ଜୁନିଅର କ୍ଳର୍କ ,ପିଅନ, ରାତ୍ରି ଜଗୁଆଳି। ଉକ୍ତ ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ବୟସ ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ବି.ଇ.ଡି., ଗ୍ରାଜୁଏସନ କିମ୍ବା ବି.କମ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ।

ନବରଙ୍ଗପୁର

ନବରଙ୍ଗପୁରରେ ଶିକ୍ଷକ ,ଜୁନିଅର କ୍ଳର୍କ ଓ ପିଅନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବ, ବି.ଇ.ଡି କିମ୍ବା ଗ୍ରାଜୁଏସନ ର ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ। ଉପଯୁକ୍ତ ପ୍ରାର୍ଥୀ ନିଯୁକ୍ତି ପରେ ମାସିକ ଟ୮,୦୦୦ ରୁ ଟ୧୬,୦୦୦ ପର୍ଯ୍ୟନ୍ତ ଦରମା ଦିଆଯିବ। ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କାର ଚାଲାଣ କାଟିବାକୁ ଯାହାକି ପରେ ଫେରସ୍ତ କରାଯିବନାହିଁ।

ସୁନ୍ଦରଗଡ

ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷକ, ଜୁନିଅର କ୍ଳର୍କ ଓ ପିଅନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷକ ଓ ଜୁନିଅର କ୍ଳର୍କ ପାଇଁ ଆବେଦନକାରୀ ଙ୍କ ବୟସ ୩୧.୩.୨୦୧୮ ସୁଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଓ ପିଅନ ପଦ ପାଇଁ ଆବେଦନକାରୀଙ୍କ ବୟସ ୧୮ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବି.ଏ , ବି.ଏସ.ସି କିମ୍ବା ବି.ଇ.ଡି.ଶିକ୍ଷାଗତ ଯୋଗ୍ୟତା ଥିବା,ନିଯୁକ୍ତି ପାଇବାପରେ ପ୍ରାର୍ଥୀଙ୍କୁ ମାସିକ ଟ୧୦,୦୦୦ ହଜାର ଦରମା ଦିଆଯିବ। ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୫୦ ଟଙ୍କାର ଚାଲାଣ କାଟିବାକୁ ଯାହାକି ପରେ ଫେରସ୍ତ କରାଯିବ।

ରାୟଗଡା

ରାୟଗଡାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ମହିଳା ହଷ୍ଟେଲ ଓ ସ୍କୁଲ ରେ ମହିଳା ପରିଚାଳିକା ନିଯୁକ୍ତି ପାଇଁ ମୋଟ ୧୧୮ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆବେଦନ କରିବା ପାଇଁ ମାଟ୍ରିକ ପାସ କିମ୍ବା ଯୁକ୍ତଦୁଇ ପାସ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ। ଉଭୟ ବିବାହିତା ଓ ଅବିବାହିତ ମହିଳା ଆବେଦନ କରିପାରିବେ।

ଉପରୋକ୍ତ ପଦବୀ ବିଷୟରେ ଅଧିକ ଜାଣିବା ପାଇଁ ଓ ଆବେଦନ କରିବା ପାଇଁ ଓଡିଶା ସରକାରଙ୍କର ୱେବସାଇଟ odisha.gov.inରେ ନିଜ ନିଜର ଜିଲ୍ଲାର ନାମ ଉପରେ କ୍ଲିକ କରି ନିଉଜ ଅପଡେଟ (news update) ପୃଷ୍ଠାରେ ଚେକ କରିପାରିବେ।

#jobs #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon