• padmabati kund

ଟ.5,000ରୁ କମରେ ମିଳିବ ରେଡମିର ଏହି ସେଲଫି ଫୋନ


କମ ଦରରେ ଦାମୀ ସ୍ମାର୍ଟଫୋନର ଲୁକ ଓ ଫିଚର ଯୋଗାଉଥିବା ଚୀନ କମ୍ପାନୀ ଏମଆଇ ଏବେ ଏହାର Y1ର ପରିବର୍ଦ୍ଧିତ ସଂସ୍କରଣ Y2 ଭାରତରେ ଲଞ୍ଚ କରିବାକୁ ଯାଉଛି । ତେବେ କିଛି ଦିନ ପୂର୍ବରୁ ଏହି ଫୋନ ଚୀନରେ S2 ନାମରେ ଲଞ୍ଚ ହୋଇସାଇଛି । ଫୋନ ବିଷୟରେ ବିଶେଷ କିଛି ଜଣା ପଡିନଥିଲେ ମଧ୍ୟ ଏହାର ଦର ଟ5,000ରୁ କମ ରହିବ ଓ ଏହାର ସେଲଫି ଫିଚର ଅଧିକ ଉନ୍ନତ ହେବ ବୋଲି ଜଣାପଡୁଛି । ଏହା ଭାରତରେ ଜୁନ 7ରୁ ବିକ୍ରି ହେବ । ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ବିଶେଷତ୍ଵ ।

ରେଡମି

ରେଡମିର ଏହି Y2 ମଡେଲରେ ରହିଛି ୬.୫ ଇଞ୍ଚର ଡିସପ୍ଲେ। ସେଲଫି ପ୍ରେମୀଙ୍କ ପାଇଁ ଏହା ପ୍ରଥମ ପସନ୍ଦ ରହିବ କାରଣ ଏଥିରେ ୨୦ ମେଗାପିକ୍ସେଲର ସେଲଫି କ୍ୟାମେରା ସହିତ ରହିଛି ଏପରି ଏକ ସଫ୍ଟୱେୟାର ଯାହା ଆପଣଙ୍କ ଫଟୋ କିମ୍ବା ସେଲଫିକୁ ଅଧିକ ଉନ୍ନତ କରି ଉଠେଇବାର କ୍ଷମତା ରଖୁଛି । ଏହାର ପଛଭାଗରେ Y1 ପରି ୧୩ ମେଗାପିକ୍ସେଲର କ୍ୟାମେରା ରହିଛି।

ଏହି ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ଭର୍ସନ ୭.୦ ନଗେଟ ରହିଥିବା ବେଳେ ୪୦୦୦ ଏମ.ଏଚର ବ୍ୟାଟେରୀ ରହିଛି। ଏହି ସହିତ ୩ଜି.ବି ରାମ୍ ଓ ୩୨ ଜି.ବି ଇଣ୍ଟରନାଲ ମେମୋରୀ ରହିଛି, ଯାହାକୁ ଆପଣ ୨୫୬ ଜି.ବି ପର୍ଯ୍ୟନ୍ତ ବଢାଇପାରିବେ ଓ ସ୍ନାପଡ୍ରାଗନ ୪୫୦ ଚିପ୍ ସେଟ ପ୍ରୋସେସର ମଧ୍ୟ ରହିଛି।

ସବୁଠୁ ଆକର୍ଷଣୀୟ ରହିଛି ମୋବାଇଲର ଦାମ ,ସୂଚନା ମିଳୁଛି ଯେ ଏହି ସ୍ମାର୍ଟଫୋନର ଦାମ ମାତ୍ର ଟ ୪,୯୯୯ ରଖାଯାଇଛି ଓ ବହୁତ ଶୀଘ୍ର ଏହା ଭାରତରେ ଲଞ୍ଚ କରାଯିବ।

ଏହାଛଡା ଏଥିରେ ରହିଛି ଫିଙ୍ଗର ସେନ୍ସର , ଅର୍ଥାତ ଆପଣଙ୍କ ଗୋଟିଏ ଆଙ୍ଗୁଳି ଟିପ ସାହାଯ୍ୟରେ ଫୋନର ଲକ ଖୋଲିପାରିବେ ।

ଅନର

ସେହିପରି ସ୍ମାର୍ଟଫୋନର ଅନ୍ୟତମ କମ୍ପାନୀ ହନର କିଛି ମାସ ତଳେ ହନର୯ ଲାଇଟ ଓ ହନର ୭x ଲଞ୍ଚ କରିଥିଲା। କମ୍ପାନୀ ରେଡମି ଓ ସାମସଙ୍ଗ ର ଗ୍ରାହକ ମାନଙ୍କୁ ନିଜଆଡକୁ ଆକର୍ଷିତ କରିବା ପାଇଁ ଏହି ଦୁଇଟି ମଡେଲରେ ନୂଆ ଅଫର ରଖିଛି।ଯଦି କେହି ନୂଆ ଗ୍ରାହକ ଏହି ମୋବାଇଲକୁ କିଣୁଛନ୍ତି ତେବେ ତାଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବମ୍ପର ଏକ୍ସେଚେଞ୍ଜ ଡିଶକାଉଣ୍ଟ ଏବଂ ଡେବିଟ କାର୍ଡରେ ପେମେଣ୍ଟ କଲେ ୧୦ ପ୍ରତିଶତ ଡିଶକାଉଣ୍ଟ ମିଳିବ। ଏହି ମଡେଲରେ ଆଣ୍ଡ୍ରଏଡ ଭର୍ସନ ୮.୦ ରହିଛି ଓ ଭାରତରେ ଏହାର ଦାମ ଟ.୧୦,୯୯୯ ରହିଛି। ଡିଶକାଉଣ୍ଟ ପରେ ଏହି ମୋବାଇଲ ଆପଣଙ୍କୁ ମାତ୍ର ଟ.୭,୯୯୯ ରେ ମିଳିଯିବ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon