• padmabati kund

ଦୁଇବର୍ଷ ତଳେ ରେସ 3କୁ ମନା କରିଥିଲେ ସଲମାନ : କାରଣ ପଢନ୍ତୁ


ଫିଲ୍ମର ପ୍ରସଂଶକମାନଙ୍କୁ ବହୁତ ସମୟ ଅପେକ୍ଷା କରେଇବା ପରେ ଓ କିଛି ସସପେନ୍ସ ପରେ ବହୁ ପ୍ରତୀକ୍ଷୀତ ଫିଲ୍ମ “ରେସ 3”ର ଟ୍ରେଲର ଲଞ୍ଚ କରାଯାଇଛି । ଟ୍ରେଲର ଲଞ୍ଚ ପରେ ହୋଇଥିବା ପ୍ରେସ କନଫରେନ୍ସରେ ଫିଲ୍ମ ତିଆରିକୁ ନେଇ ବହୁତ କଥା ସାମନାକୁ ଆସିଛି। ରେସ3 ରେ କାମ କରିବା ପାଇଁ ସଲମାନ ରାଜି ନଥିଲେ ,ଏକଥା ନିଜେ ସଲମାନ ଖାନ ପ୍ରେସ କନଫେରେନ୍ସରେ କହିଛନ୍ତି।

ଫିଲ୍ମର ସ୍କ୍ରିପ୍ଟ ବିଷୟରେ ଶୁଣିବାପରେ ରେସ3ରେ କାମ କରିବା ପାଇଁ ସଲମାନଙ୍କର କଣ ମତ ଥିଲା ବୋଲି ପ୍ରଶ୍ନ କରଯାଇଥିଲା । ଏଥିରେ ସଲମାନ ଖାନ କହିଥିଲେ ଯେ,” ମୁ ଏହି ଫିଲ୍ମର ସ୍କ୍ରିପ୍ଟ ଗତ ଦୁଇବର୍ଷ ଆଗରୁ ଶୁଣିଥିଲି। ହେଲେ ଏହାର ସ୍କ୍ରିପ୍ଟ ମୋ ମୁଣ୍ଡରେ ପଶି ନ ଥିଲା । ପରେ ଫିଲ୍ମ ନିର୍ମାତା ରମେଶ ସିପପୀ ଅନୁରୋଧ କରିଥିଲେ ଏହାକୁ ଆଉ ଥରେ ଶୁଣିବା ପାଇଁ। ଏହା ପରେ ମୁଁ ଠିକ କରିଥିଲି ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ,କାରଣ ମୁ ଯେଉଁପରି ଫିଲ୍ମ ଆଗରୁ ତିଆରି କରିଛି ତା ଠାରୁ ରେସ 3 ସମ୍ପୂର୍ଣ ଅଲଗା। ରେସ 3 ପାଇଁ ମୁ ନିଜକୁ ଫିଟ ଭାବୁନଥିଲି। ଏହାପରେ ଫିଲ୍ମର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରାଗଲା । ଏହାପରେ ମୋତେ ଲାଗିଲା ଫିଲ୍ମଟି ଗୋଟେ ଭଲ ମ୍ୟୁଜିକାଲ ଆକ୍ସନ ବୋନାଞ୍ଜା ଫିଲ୍ମ ହୋଇପାରିବ ଯାହାକି ଦର୍ଶକ ମାନେ ଖୁବ ପସନ୍ଦ କରିବେ।“

ଟିପ୍ସ ଫିଲ୍ମ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଆକ୍ସନ ଥ୍ରୀଲର ଫିଲ୍ମର ନିର୍ଦେଶନା ଦେଇଛନ୍ତି ରେମୋ ଡିସୁଜା। ରେସ ର ପ୍ରଥମ ସଂସ୍କରଣ ଓ ଦ୍ଵିତୀୟ ସଂସ୍କରଣ ରେ ଏହାର ନିର୍ଦେଶନା ଭାର ସମ୍ଭାଳିଥିଲେ ଆବାସ ମୁସ୍ତାନ । ରେସ 3 ରେ ନିର୍ଦେଶନା ଦେବାକୁ ନେଇ ରେମୋ କହିଛନ୍ତି ଯେ ,”ଏତେ ବଡ ବଡ ଷ୍ଟାର ଓ ଏତେ ବଡ ଫିଲ୍ମ ପାଇ ସେ ବହୁତ ଚାପଗ୍ରସ୍ତ ଥିଲେ ମାତ୍ର ସମସ୍ତ କଳାକାର ଓ ସମ୍ପୂର୍ଣ ଟିମ ବହୁତ ସହଯୋଗ କରିଛନ୍ତି।“

ଫିଲ୍ମରେ ସଲମାନ ଖାନଙ୍କ ସହିତ ଅନିଲ କପୁର,ଜାକଲିନ ଫର୍ନାଡିଶ,ଡେଜି ସାହା ,ବବି ଦେଓଲ ଓ ସାକିବ ସଲିମ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମ ଟି ଆସନ୍ତା ଇଦ୍ଦରେ (ଜୁନ 15)ରେ ରିଲିଜ ହେବ। ଫିଲ୍ମର ଟ୍ରେଲର ମାତ୍ର କିଛି ଘଣ୍ଟା ମଧ୍ୟରେ ୟୁ ଟ୍ୟୁବରେ 6 ମିଲିୟନ ଦର୍ଶକ ଦେଖି ସାରିଥିବା ବେଳେ ଏହା ନିଶ୍ଚିତ ଭାବରେ ଇଦରେ ବହୁ ଲୋକପ୍ରିୟ ହେବ ଓ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।

#movies #entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon