• padmabati kund

ନିୟମିତ ହେବ ବାଣିଜ୍ୟକର ବିଭାଗ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରୀ


ଠିକାରେ କାର୍ଯ୍ୟରତ ଥିବା ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କ ଚାକିରୀକୁ ନିୟମିତ କରିବାକୁ ନେଇ ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।ଅର୍ଥସଚିବ ଓ ବାଣିଜ୍ୟକର କମିଶନରଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାଦ୍ୱାରା 75 ଜଣ ଡାଟାଏଣ୍ଟ୍ରି ଅପରେଟର ନିୟମିତ ନିଯୁକ୍ତି ପାଇପାରିବେ।

ବାଣିଜ୍ୟ କର ବିଭାଗରେ 2005 ମସିହାରୁ ଠିକାରେ କାର୍ଯ୍ୟ କରୁଥିବା ଡାଟାଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କ ଚାକିରୀ ନିୟମିତ ହେବ।ଏଥିପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) 2017 ମେ 17 ରେ ଏକ ନିର୍ଦେଶ ଜାରିକରିଥିଲେ। ଏହି ନିର୍ଦ୍ଦେଶ ଅନୁସାରେ,” ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ହେବ ଏହି ବିଭାଗରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ କରାଯିବ।“

ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଦ୍ଵାରା ଜାରିହୋଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ଅର୍ଥସଚିବ ଓ ବାଣିଜ୍ୟକର କମିଶନର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟ ଏ ସମ୍ପର୍କିତ ସରକାରଙ୍କ ଆବେଦନକୁ ଖାରଜ କରି ସ୍ୟାଟ ନିୟମକୁ ଲାଗୁ ହେବାପାଇଁ ନିର୍ଦେଶ ଦେଇଛି।

ଆଇନଜୀବୀ ବି..ଏସ.ତ୍ରିପାଠୀ ଓ ଅତୁଲ ତ୍ରିପାଠୀ ଆବେଦନକାରୀଙ୍କ ତରଫରୁ ମାମଲାର ପରିଚାଳନା କରୁଥିଲେ।2005 ଓ ପରେ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ଭଳି ବାଣିଜ୍ୟକର ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। 6 ବର୍ଷରୁ ଅଧିକ ସମୟ ଠିକରେ ଥିବା ଏହି କର୍ମଚାରୀଙ୍କ ଚାକିରୀ ନିୟମିତ କରିବାକୁ 2013ରେ ସରକାର ନିୟମ ପ୍ରଣୟନ କରିଥିଲେ କିନ୍ତୁ ବାଣିଜ୍ୟକର ବିଭାଗ ତରଫରୁ ଏହି ନିୟମ ଲାଗୁହୋଇନଥିଲା। ବାଣିଜ୍ୟକର ବିଭାଗର ବଡ଼ବିଲ ସର୍କଲରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମକରୁଥିବା ଯତୀନ କୁମାର ଦାସ ଓ ଅନ୍ୟମାନେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ର ଦ୍ଵାରସ୍ଥ ହୋଇଥିଲେ। ଏ ସମ୍ପର୍କିତ ମାମଲା ଏକତ୍ର ଶୁଣାଣୀ କରି ସ୍ୟାଟ 2013 ସେପ୍ଟେମ୍ବର 17ରୁ ଆବେଦନକରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କର ଅଧୀନରେ ଚାକିରୀ କରୁଥିବା ଚାକିରୀଆ ମାନେ, ନିଜ ଚାକିରୀକୁ ନେଇ ଉପଯୁଥିବା ସମସ୍ୟା ବିଷୟରେ ଅଭିଯୋଗ କରିବା ପାଇଁ 1986 ମସିହାରେ ଏହି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଗଠନ କରଯାଇଥିଲା।

#job #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon