• ବେତାର ବ୍ୟୁରୋ

କେମିତି ରହିବ ଏ ସପ୍ତାହ : ମେ 21ରୁ27


ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବେ ଓ କାହାର ହେଇପାରେ ମାନସମ୍ମାନ ବୃଦ୍ଧି ।

(ଏ ଭବିଷ୍ୟବାଣୀ କେବଳ ଜନ୍ମରାଶି ଅନୁସାରେ ଦିଆଯାଇଛି । ନିଜର ବ୍ୟକ୍ତିଗତ ଲଗ୍ନ ଓ ଦଶା ଅନୁସାରେ ଫଳାଫଳ ଅଧିକ ଭଲ କିମ୍ବା ଅଧିକ ଖରାପ ହେଇପାରେ । ଏହାକୁ କେବଳ ମାତ୍ର ଏକ ସୂଚନା ବୋଲି ଧରିନେବାକୁ ଅନୁରୋଧ ।)

ମେଷ: ମନ ଭିତରେ ବହୁତ ଖୁସି ଓ ଆନନ୍ଦ ଅନୁଭବ କରିବେ।ସମସ୍ତ କାର୍ଯ୍ୟ ମାନଯୋଗ ଦେଇ କରିବେ ଓ କୃତକାର୍ଯ୍ୟ ମଧ୍ୟ ହେବେ।ପାରିବାରିକ ଜୀବନ ଚିନ୍ତାପୂର୍ଣ୍ଣ ରହିବ।ମା’ଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।ସନ୍ତାନଙ୍କର କାର୍ଯ୍ୟରେ ଖୁସି ପାଇବେ।ଛାତ୍ରଛାତ୍ରୀ ମାନେ ନିଜର କାର୍ଯ୍ୟର ଉଚିତ ଫଳାଫଳ ପାଇବେ।

ବୃଷ:ସପ୍ତାହଟି ଆପଣଙ୍କ ପାଇଁ କଷ୍ଟପୂର୍ଣ୍ଣ ରହିବ।ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ।ନିଜର କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ।ମାନସିକ ଚିନ୍ତାଗ୍ରସ୍ତ ହେବେ ଓ ଏହା ଆପଣଙ୍କର ଜୀବନ ଉପରେ ପ୍ରଭାବ ପକାଇବ। ଦୁରସ୍ଥାନକୁ ଯାତ୍ରାର ସୁଯୋଗ ରହିଛି।ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ:ଆୟରେ ବୃଦ୍ଧି ଘଟିବ।ପାରିବାରିକ ବିଶୃଙ୍ଖଳା ଦେଖାଦେଇପାରେ।ଶରୀରରେ ସାମାନ୍ୟ ଆଘାତ ପାଇବାର ସମ୍ଭାବନା ରହିଛି।କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ।ନୂଆକଥା ଶିଖିବା ପାଇଁ ଆଗ୍ରହ ଦେଖିବେ।

କର୍କଟ:ସପ୍ତାହର ଆରମ୍ଭରେ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ।ଏହା ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତାରେ ପ୍ରଭାବ ପକାଇବ।ତେଣୁ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ଭାଇଭଉଣୀ ସମ୍ପୂର୍ଣ୍ଣ ସହଯୋଗ କରିବେ।କର୍ମକ୍ଷେତ୍ରରେ ଉନ୍ନତି ର ସମ୍ଭାବନା ଅଛି।ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରନ୍ତୁ।

ସିଂହ:କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।ଅଯଥା ଖର୍ଚ୍ଚ ବଢ଼ିପାରେ।ନିଜର କଠିନ ପରିଶ୍ରମର ସଠିକ ଫଳାଫଳ ପାଇବେ।ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରନ୍ତୁ।ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।କୋର୍ଟକଚେରୀ ମାମଲାରେ ଜୟଯୁକ୍ତ ହେବେ।

କନ୍ୟା:ମନ ଭିତରେ ଏଣୁତେଣୁ ଚିନ୍ତା ଧାରା ଆସିପାରେ।ନୂତନ ଚାକିରୀ ର ସୁଯୋଗ ରହିଛି।କାର୍ଯ୍ୟରେ ଉଚିତ ଫଳାଫଳ ପାଇବେ।ମହିଳା ମାନଙ୍କୁ କର୍ମକ୍ଷେତ୍ରରେ ଉନ୍ନତି ମିଳିବ।ସନ୍ତାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।ପାରିବାରିକ ଶାନ୍ତି ବଜାୟ ରହିବ।

ତୁଳା:ସପ୍ତାହଟି ଆପଣଙ୍କର ଭଲରେ କଟିବ।କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାର ସହ ଅଧିକ ସମୟ ବିତାଇ ପାରିବେ ନାହିଁ।ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବ।ସାମାଜିକ ସମୃଦ୍ଧି ଘଟିପାରେ।ଛାତ୍ରଛାତ୍ରୀ ମନେ ପରିଶ୍ରମର ଫଳ ପାଇବେ।

ବିଛା:ଦୁରସ୍ଥାନକୁ ଯାତ୍ରାର ସୁଯୋଗ ରହିଛି।ମନରେ ସାହାସିକତା ବଢିବ।ପିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିପାରେ।ଭାଇଙ୍କ ସହ ଭଲ ସଂପର୍କ ରହିବ।ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ମନ ବଳାଇବେ।କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିବେ।

ଧନୁ:ସପ୍ତାହଟି ବହୁତ ଭଲରେ କଟିବ।ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। କଥାବାର୍ତ୍ତା ଶୈଳୀରେ ପରିବର୍ତ୍ତନ କରନ୍ତୁ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀ ମାନେ ଆଶାପୂର୍ବକ ସଫଳତା ପାଇବେ।

ମକର:କାର୍ଯ୍ୟକ୍ଷେତ୍ରରେ ନିଜର ନିଷ୍ପତ୍ତି ଆପଣଙ୍କୁ ବଢ଼ିପାରେ ସାହାର୍ଯ୍ୟ କରିବ।କ୍ରୋଧ ଉପରେ ସଂଯମ ରଖନ୍ତୁ।ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।ବ୍ୟୟରେ ବୃଦ୍ଧି ଘଟିବ । ପାରିବାରିକ ଶାନ୍ତି ବଜାୟ ରହିବ।

କୁମ୍ଭ:କଥାବାର୍ତ୍ତା ଶୈଳୀରେ ପରିବର୍ତ୍ତନ କର୍ମକ୍ଷେତ୍ରରେ ଉନ୍ନତି ଆଣିବ।ଆୟ ସହ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ।ଦୁରସ୍ଥାନକୁ ଯାତ୍ରାର ସୁଯୋଗ ରହିବ।ସ୍ୱାସ୍ଥ୍ୟପ୍ରତି ସଜାଗ ରୁହନ୍ତୁ ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ଛାତ୍ରଛାତ୍ରୀ ଶ୍ରେଣୀରେ ଭଲ ଫଳାଫଳ ପାଇବେ।ରାତ୍ରୀରେ କ୍ଷୀର ପିଅନ୍ତୁ ନାହିଁ।

ମୀନ:ଏହି ସପ୍ତାହରେ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିବେ।ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।କୌଣସି ସୁଯୋଗକୁ ହାତଛଡା କରନ୍ତୁ ନାହିଁ।ପରିବାରରେ ପ୍ରେମ ଭରି ରହିବ। ସନ୍ତାନଙ୍କର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଆଶା କରୁଥିବା କାର୍ଯ୍ୟରୁ ସଫଳତା ପାଇବେ।

#astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon