• padmabati kund

ଯେବେ କୋଲକାତା ରାଇଡର୍ସ ଖେଳାଳୀ କଲେ ଶାହରୁଖଙ୍କ ଅଭିନୟ


କୋଲକାତାର ଖେଳାଳୀମାନେ ନିଜର ଜିତିବାକୁ ଭରପୁର ଉପଭୋଗ କରିଛନ୍ତି ଓ ଟିମର ମାଲିକ ଶାହରୁଖ ଖାନଙ୍କର କିଛି ଲୋକପ୍ରିୟ ଡାଇଲାଗରେ ନିଜେ ଅଭିନୟ କରି ସୋଶଲ ମେଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି।

ରେଡ ଚିଲ୍ଲି ଏଣ୍ଟରଟେନମେଣ୍ଟ ତରଫରୁ ଶେୟାର କରାଯାଇଥିବା ଏହି ଭିଡିଓରେ କୋଲକାତା ଟିମର କ୍ୟାପଟେନ ଦିନେଶ କାର୍ତ୍ତିକ ଓ ଖେଳାଳୀ କ୍ରିସ ଲୀନ, ସୁନୀଲ ନାରାଇନ,କୁଳଦୀପ ଯାଦବ, ପୀୟୂଷ ଚାୱଲାଙ୍କୁ ଶାହରୁଖ ଖାନଙ୍କ ଡାଇଲାଗ କହୁଥିବାର ଦେଖିବାକୁ ମିଳିଛି।118 ସେକେଣ୍ଡର ଏହି ଭିଡିଓ ରେ ଶାହରୁଖ ଖାନ ଙ୍କ ଅଭିନୀତ ଫିଲ୍ମ ଡନ 2, ଚେନ୍ନାଇ ଏକ୍ସେପ୍ରେସ୍ସ,ଦିଲୱାଲେ, ମେ ହୁଁ ନା,ରଇସ ର ଲୋକପ୍ରିୟ ଡାଇଲାଗ ରହିଛି।

ଏହି ଭିଡିଓ ଦେଖି ଶାହରୁଖ ଖାନ ମଜାକିଆ ଢଙ୍ଗରେ ଏହି ଭିଡିଓରେ ଟ୍ଵିଟ କରି ଲେଖିଛନ୍ତି ଯେ , " ମୁ ମୋ ଟିମକୁ ବହୁତ ଭଲପାଏ ଓ ଆପଣ କ୍ରିକେଟ ହିଁ ଖେଳନ୍ତୁ ଓ ଅଭିନୟ ମୋ ପାଇଁ ଛାଡି ଦିଅନ୍ତୁ..ହା..ହା."

ମୁମ୍ବାଇ ଇଣ୍ଡିଆନ ଠାରୁ କୋଲକାତା ହାରିବା ପରେ ଲଗାତର ଦୁଇଟି ମ୍ୟାଚ ପଞ୍ଜାବ ଓ ରାଜସ୍ଥାନ ବିରୁଦ୍ଧରେ ଜିତି ବର୍ତ୍ତମାନ ମଜଭୁତ ସ୍ଥିତିରେ ଅଛି।

#cricket #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon