• padmabati kund

ନଖ କାମୁଡିବା ଅଭ୍ୟାସ ଅଛି?ସହଜରେ ଦୂର କରନ୍ତୁ


ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ଖରାପ ଅଭ୍ୟାସ ରହିଛି। ବହୁ ସମୟରେ ଦେଖାଯାଏ ଆମେ ଖରାପ ଅଭ୍ୟାସ ଗୁଡିକୁ ବହୁତ ଶୀଘ୍ର ଆପଣେଇ ନେଇଥାଉ, ଯାହା ସହଜରେ ଛାଡିହୋଇ ନ ଥାଏ। ସେହିପରି କିଛି ଖରାପ ଅଭ୍ୟାସ ମଧ୍ୟରୁ ଗୋଟିଏ ଅଭ୍ୟାସ ହେଉଛି ନଖ କାମୁଡିବା ଅଭ୍ୟାସ। ନଖ କାମୁଡିବା ଏମିତି ଏକ ଅଭ୍ୟାସ ଯାହାଦ୍ୱାରା ଆପଣଙ୍କର ନଖ ଅସୁନ୍ଦର ଦେଖାଯାଇଥାଏ। ଏହା ସହିତ ଆପଣଙ୍କର ନଖ ,ଦାନ୍ତ ଓ ଦାନ୍ତମୂଳ ମଧ୍ୟ ଖରାପ ହୋଇଥାଏ।

ଯଦି ଆପଣଙ୍କର ଏହି ଖରାପ ଅଭ୍ୟାସ ରହିଛି ତେବେ କିଛି ସହଜ ଓ ସରଳ ଉପାୟକୁ ଆପଣେଇ ଏହାକୁ ଦୂର କରନ୍ତୁ।

୧. ଯଦି ଆପଣ ଏହି ଅଭ୍ୟାସ ଛାଡିବାକୁ ଚାହୁଞ୍ଛନ୍ତି, ତେବେ କଲରା ଏଥିଲାଗି ବହୁତ ସାହାର୍ଯ୍ୟ କରିବ। କଲରାର ଜୁସ ତିଆରି କରି ନଖକୁ ସେଥିରେ ଅଳ୍ପ ସମୟ ବୁଡାଇ ରଖନ୍ତୁ। ଏହାଦ୍ୱାରା ଯେତେବେଳେ ନଖ କାମୁଡିବେ କଲରାର ପିତା ସ୍ଵାଦ ଆପଣଙ୍କୁ ରୋକିବ। ଏପରି ବାରମ୍ବାର କଲେ ଏହି ଖରାପ ଅଭ୍ୟାସ ଦୂର ହୋଇଯିବ।

୨.ହାତ ନଖକୁ ମାନିକ୍ୟୋର କରନ୍ତୁ।ଏହାଦ୍ୱାରା ଆପଣଙ୍କ ନଖ ବହୁତ ସୁନ୍ଦର ଦେଖାଯିବ। ଏତେ ସୁନ୍ଦର ନଖକୁ ଆପଣ ସହଜରେ କାମୁଡିପାରିବେ ନାହିଁ।

୩.ନେଲ ବାଇଟିଙ୍ଗ ପଲିସର ବ୍ୟବହାର ଦ୍ଵାରା ମଧ୍ୟ ଆପଣ ଏହି ଖରାପ ଅଭ୍ୟାସ ଦୂର କରିପାରିବେ। ଏହି ନେଲ ବାଇଟିଙ୍ଗ ପଲିସ ଆପଣଙ୍କୁ ମେଡିକାଲ ଷ୍ଟୋର କିମ୍ବା ଅନଲାଇନରେ ମିଳିଯିବ।

୪.ନିଜର ଧ୍ୟାନକୁ ନଖ ଉପରେ ନରଖି ଅନ୍ୟ କାମରେ ଲଗାନ୍ତୁ। ଯାହାଦ୍ୱାରା ଆପଣଙ୍କ ନଖ ବ୍ୟସ୍ତ ରହିବ ଓ ଆପଣ ନଖକୁ କାମୁଡି ପାରିବେ ନାହିଁ।ଆପଣ ଚୁଇଙ୍ଗମ ମଧ୍ୟ ଚୋବାଇ ପାରିବେ ଏହାଦ୍ୱାରା ଆପଣଙ୍କ ପାଟି ବ୍ୟସ୍ତ ରହିବ ଓ ନଖ କାମୁଡିବେ ନାହିଁ।

୫.ହାତରେ ନଖକୁ ସବୁବେଳେ ଛୋଟ ଛୋଟ ରଖନ୍ତୁ।ଏହାଦ୍ୱାରା ପାଟିରେ ନଖକୁ କାମୁଡି ପାରିବେ ନାହି ଓ ଏହି ଅଭ୍ୟାସ ଧୀରେ ଧୀରେ ଦୂର ହୋଇଯିବ।

୬.ନିମ୍ବତେଲ ଓ ରସୁଣ ମଧ୍ୟ ବ୍ୟବହାର କରିପାରିବେ। ତୁଳାରେ ଅଳ୍ପ ନିମ୍ବତେଲ ନେଇ ନଖରେ ଲଗାଇ ଏହାକୁ ଶୁଖିବାକୁ ଦିଅନ୍ତୁ। ସେହିପରି ରସୁଣକୁ ମଧ୍ୟ ନଖରେ ଘଷନ୍ତୁ ଓ ଶୁଖିବାକୁ ଦିଅନ୍ତୁ। ନିମ୍ବର ପିତା ସ୍ଵାଦ ଓ ରସୁଣର ସ୍ଵାଦ ଆପଣଙ୍କୁ ନଖ କାମୁଡିବାରୁ ରୋକିବ।

ନଖ କାମୁଡିବା ଏକ ବହୁତ ଖରାପ ଅଭ୍ୟାସ । ଏହାଦ୍ୱାରା ଜଣାପଡେ କି ଆପଣ ଆଗକୁ ବହୁତ ବଡ ରୋଗରେ ପଡିବାକୁ ଯାଉଛନ୍ତି,କିମ୍ବା ଆପଣ ବହୁତ ରାଗୁଛନ୍ତି ଓ ଚିନ୍ତାରେ ରହୁଛନ୍ତି। ଯାହାକି ଶରୀର ପାଇଁ ଆଦୌ ଭଲ ନୁହେଁ। ତେଣୁ ଏମିତି ଏକ ଖରାପ ଅଭ୍ୟାସକୁ ଜଲଦି ଛାଡିବା ପାଇଁ ଚେଷ୍ଟା କରନ୍ତୁ।

#nail #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon