- padmabati kund
ଶ୍ରୀଦେବୀଙ୍କ ମୃତ୍ୟୁ ପଛରେ ଦାଉଦ ହାତ : ପୂର୍ବତନ ପୋଲିସ ଅଧିକାରୀ

ହିନ୍ଦୀ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ 3 ମାସ ହୋଇସାରିଲାଣି। ଗତ ଫେବୃୟାରୀ25 ତାରିଖରେ ଦୁବାଇରେ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିବା ସମୟରେ ବାଥଟବରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା।କିନ୍ତୁ ଏବେ ତିନି ମାସ ପରେ ତାଙ୍କ ମୃତ୍ୟୁର ଏକ ନୂଆ କାରଣ ଆଗକୁ ଆସିଛି । ଶ୍ରୀଦେବୀଙ୍କର ମୃତ୍ୟୁରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ହାତ ରହିଛି ବୋଲି ଦିଲ୍ଲୀ ପୋଲିସର ଜନୈକ ପୂର୍ବତନ ଏ.ସି.ପି. ବେଦ ଭୂଷଣ ମତ ଦେଇଛନ୍ତି।
ଦାଉଦ ହୋଟେଲ
ଏ.ସି.ପି ବେଦଭୂଷଣଙ୍କ ମତରେ , ଶ୍ରୀଦେବୀଙ୍କ ମୃତ୍ୟୁ ଅଚାନକ ହୋଇନାହିଁ ଓ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି କହିଛନ୍ତି। ଏହି ଘଟଣା ପଛରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପୃକ୍ତି ରହିଛି ବୋଲି ମଧ୍ୟ ସେ କହିଛନ୍ତି,କାରଣ ଦାଉଦ ଇବ୍ରାହିମର ଦୁବାଇ ରାଜପରିବାର ସହିତ ଭଲ ସମ୍ପର୍କ ଅଛି।
ନିଜ ସନ୍ଦେହକୁ ଦୂର କରିବା ପାଇଁ ଏ.ସି.ପି ବେଦଭୂଷଣ ଏକ ଟିମ ସହିତ ଗୋଟିଏ ରାତି ପାଇଁ ଶ୍ରୀଦେବୀ ରହୁଥିବା ହୋଟେଲ “ଜୁମେରାହ ଟାୱାରସ”ରେ ରହିଥିଲେ। ଉକ୍ତ ହୋଟେଲଟି ମଧ୍ୟ ଦାଉଦ ଇବ୍ରାହିମର ଅଟେ।ସେ ବର୍ତ୍ତମାନ ଶ୍ରୀଦେବୀଙ୍କର ମୃତ୍ୟୁର କାରଣକୁ ଆଉଥରେ ଯାଞ୍ଚ କରିବାପାଇଁ ସୁପ୍ରିମକୋର୍ଟ ସମୁଖରେ ଆବେଦନ କରିବାକୁ ଯୋଜନା କରୁଛନ୍ତି।
ଏ.ସି.ପିଙ୍କ ଯାଞ୍ଚ ଅନୁସାରେ, କୌଣସି ପ୍ରମାଣ ନଛାଡି ଜଣେ ବ୍ୟକ୍ତିକୁ ବାଥଟବରେ ଜୋରଜବରଦସ୍ତ କରି ବୁଡାଇ ମାରିବା ସହଜ ଅଟେ।ଯଦିଓ ତାଙ୍କୁ ଶ୍ରୀଦେବୀଙ୍କ ହୋଟେଲ ରୁମକୁ ପ୍ରବେଶ କରିବାକୁ ଅନୁମତି ମିଳିନଥିଲା,କିନ୍ତୁ ହୋଟେଲରେ ଥିବା ବାଥଟବରେ ଜଣେ ବୁଡି ମରିପାରିବ ନାହିଁ ବୋଲି ସେ କହିଛନ୍ତି।
ମାମଲାର ଯାଞ୍ଚ କରିବାରେ ଦୁବାଇ ପୋଲିସ ଅବହେଳା କରିଛି ବୋଲି ମଧ୍ୟ ବେଦଭୂଷଣ ଦାବି କରିଛନ୍ତି।
ସେ କହିଛନ୍ତି ଯେ ଦୁବାଇ ପୋଲିସ ଘଟଣାର ସଠିକ ଯାଞ୍ଚ ନକରି ଏକ ନିଷ୍ପତ୍ତିରେ ପହଞ୍ଚିଯାଇଥିଲା।ସେ ଦୁବାଇ ପୋଲିସ ଠାରୁ ଶ୍ରୀଦେବୀଙ୍କର ରକ୍ତର ନମୁନା ଓ ମୁଣ୍ଡରେ କେତେ ପାଣି ପଶିଥିଲା ଜାଣିବା ପାଇଁ ରିପୋର୍ଟ ମଗାଇଥିଲେ।ମାତ୍ର ଦୁବାଇ ପୋଲିସ ତାଙ୍କୁ କେବଳ ପୋଷ୍ଟମର୍ଟମ ରିପୋର୍ଟ ଧରାଇ ଦେଇଥିଲା।
ଟ.୨୪୦ କୋଟିର ବୀମା
ଏହା ସହିତ ଏ.ସି.ପି କହିଛନ୍ତି ଯେ ଓମାନରେ ଶ୍ରୀଦେବୀ ପ୍ରାୟ 240 କୋଟି ଟଙ୍କାର ଜୀବନ ବୀମା କରାଇଥିଲେ,ଏହାର ସର୍ତ୍ତ ଅନୁସାରେ ଯଦି ଶ୍ରୀଦେବୀଙ୍କର ମୃତ୍ୟୁ ଦୁବାଇରେ ହୁଏ ତେବେ ଏହା ମିଳିବ ଓ ମୃତ୍ୟୁ ମଧ୍ୟ ଦୁବାଇରେ ହେଲା। ଏହି ଘଟଣାକୁ ନେଇ ବେଦଭୂଷଣଙ୍କର ସନ୍ଦେହ ଆହୁରି ଦୃଢ ହୋଇଥିଲା। ଶ୍ରୀଦେବୀ ବଲିଉଡର ଜଣେ ବହୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଥିଲେ, ତାଙ୍କ ମୃତ୍ୟୁଘଟଣାର ସଠିକ ଯାଞ୍ଚ ହେବା ଆବଶ୍ୟକ।