• padmabati kund

କାଜୁ ଖାଇବାର 7 ଫାଇଦା


କାଜୁ ଏକ ସ୍ଵାଦିଷ୍ଟ ଶୁଖିଲାଫଳ ଅଟେ ଯାହାକୁ ଆମେ ପ୍ରାୟତଃ ଖିରୀ କିମ୍ବା ତରକାରୀରେ ବ୍ୟବହାର କରିଥାଉ।ଏହା ସାଧାରଣ ଭାବରେ ଅଧିକ ଦାମୀ ହୋଇଥାଏ ମାତ୍ର ଆମ ଶରୀର ପାଇଁ ଏହା ବହୁତ ଉପକାରୀ ହୋଇଥାଏ। କାଜୁର ସେବନ ଦ୍ଵାରା ହାଡଦୁର୍ବଳ ହେବା, ହୃଦରୋଗ ଓ ଉଚ୍ଚାରକ୍ତଚାପ ଇତ୍ୟାଦି ଭଳି ବଡ ବଡ ରୋଗରୁ ମୁକ୍ତି ମିଳିଥାଏ।

ବହୁତ ଲୋକ ଏହାକୁ ଖାଲି ଖାଇବାକୁ ପସନ୍ଦ କରିଥାନ୍ତି।ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ହେବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ। କାଜୁରେ ବହୁତ ମାତ୍ରାରେ ମାଗ୍ନେସିୟମ, କ୍ୟାଲସିୟମ, କପର, ଜିଙ୍କ, ଆଇରନ, ମାଙ୍ଗାନିଜ,ସିଲେନିୟମ ଭଳି ପୋଷାକ ତତ୍ତ୍ଵ ରହିଛି, ଯାହାକି ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ।ଆସନ୍ତୁ ଜାଣିବା ଦିନକୁ ଚାରୋଟିରୁ ପାଞ୍ଚୋଟି କାଜୁ ଖାଇବା ଦ୍ଵାରା ଆମକୁ କଣ ଫାଇଦା ମିଳିଥାଏ।

କାଜୁର ଫାଇଦା:

୧. ଆମ ପରିବେଶରେ ହେଉଥିବା ପ୍ରଦୂଷଣରେ ଆଖିରେ ବହୁତ ପ୍ରକାର ଇମ୍ଫେକ୍ସନ ହୋଇଥାଏ। କାଜୁରେ ଏକ ପ୍ରକାର ପୋଷାକ ତତ୍ତ୍ଵ ରହିଛି ଯାହାର ନାମ ହେଉଛି “ଜିଆ ଜାନ୍ଥିନ “,ଏହା ଆଖିର ରେଟିନାକୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ପ୍ରତିଦିନ କାଜୁ ଖାଇବା ଦ୍ଵାରା ଆପଣଙ୍କ ଆଖି ସୁସ୍ଥ ରହିଥାଏ।

୨.କାଜୁରୁ ତିଆରି ତେଲ ଆମ ତ୍ଵଚ୍ଚା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ।କାଜୁ ତେଲରେ ଥିବା ସିଲେନିୟମ,ଜିଙ୍କ,ମାଗ୍ନେସିୟମ,ଆଇରନ ଓ ଫସଫରସ ଆମ ତ୍ଵଚ୍ଚାରେ ଏକ ଚମକ ଆଣିଥାଏ।ଏହା କେବଳ ତ୍ଵଚ୍ଚା ପାଇଁ ଉପକାରୀ ନୁହେ ଏହା ମଧ୍ୟ କ୍ୟାନସର ପରି ବଡରୋଗକୁ ଦୂରେଇ ରଖିଥାଏ।

୩.ଯେଉଁ ଲୋକ ମାନଙ୍କର ଶରୀରର ହାଡ ଦୁର୍ବଳ ହେଇଯାଉଥାଏ ସେମାନେ କାଜୁ ଖାଇବା ନିହାତି ଆବଶ୍ୟକ। କାଜୁରେ ଥିବା କ୍ୟାଲସିୟମ,ମାଗ୍ନେସିୟମ ଓ ମିନେରଲ୍ସ ହାଡକୁ ଶକ୍ତ କରିବାରେ ସାହାର୍ଯ୍ୟ କରିଥାଏ।

୪.କାଜୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ କୋଲେଷ୍ଟରଲ ଜମା ହୋଇ ରହିନଥାଏ।ଯାହାକି ଆପଣଙ୍କୁ ହୃଦରୋଗରୁ ବଞ୍ଚାଇଥାଏ।ଏହା ଦ୍ଵାରା ଶରୀରର ମାଂସପେଶୀ ମଧ୍ୟ ସୁସ୍ଥ ରହିଥାଏ।

୫.କାଜୁରେ ଥିବା ମାଗ୍ନେସିୟମ ତତ୍ତ୍ଵ ଆପଣଙ୍କର ଇନସୁଲିନକୁ ନିୟନ୍ତ୍ରିତ କରିଥାଏ।ଯାହାକି ଆପଣଙ୍କୁ ମଧୁମେହ ରୋଗରୁ ରକ୍ଷା କରିଥାଏ।

୬.ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ଅଟେ।ଏଥିରେ ରହିଥିବା ପୋଷାକ ତତ୍ତ୍ଵ ପେଟରେ ଥିବା ଛୁଆକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ।

୭॰କାଜୁ ଖାଇବା ଫଳରେ ଆପଣ କଳା ଓ ଘନ କେଶ ମଧ୍ୟ ପାଇପାରିବେ।କାଜୁ ତେଲ ଆପଣଙ୍କ କେଶକୁ ବଢିବାରେ ସାହାର୍ଯ୍ୟ କରିଥାଏ ଓ କେଶକୁ କଳା ମଧ୍ୟ କରିଥାଏ।

#heath #body #fitness

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon