- padmabati kund
ଗ୍ରାଜୁଏସନ ଓ +2 ପାସମାନଙ୍କ ପାଇଁ ବାହାରିଲା ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଚାକିରୀ

ବର୍ତ୍ତମାନ କିଛିଦିନ ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ଯେଉଁମାନେ ବ୍ୟାଙ୍କ କ୍ଷେତ୍ରରେ ଚାକିରୀ କରିବା ପାଇଁ ଚାହୁଞ୍ଛନ୍ତି ସେମାନଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। ଓ ଗ୍ରାଜୁଏସନ କରିସାରିଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବ୍ୟାଙ୍କ କ୍ଷେତ୍ରରେ ପ୍ରକାଶ ପାଇଛି ନୂତନ ଚାକିରୀ।
ଆକାଉଟାଣ୍ଟ
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆକାଉଟାଣ୍ଟ ପଦ ପାଇଁ ଯୁକ୍ତଦୁଇ ପାସ କିମ୍ବା ତାଠାରୁ ଉର୍ଦ୍ଧ୍ଵ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ମାନଙ୍କ ପାଇଁ ଚାକିରୀର ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଏହି ନିଯୁକ୍ତି କରାଯିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ମାସିକ ଟ.11,000 ରୁ ଟ.14,000 ଦରମା ସହିତ ଅନ୍ୟାନ୍ୟ ଭତ୍ତା (ଇନିସେଣ୍ଟିଭ) ମଧ୍ୟ ଦିଆଯିବ।ପୂର୍ବରୁ ଅଭିଜ୍ଞତା ଥିବା କିମ୍ବା ଅଭିଜ୍ଞତା ନଥିବା ଉଭୟ ପ୍ରାର୍ଥୀମାନେ ଏହାକୁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ କ୍ଵିକରଜବସ (quikrjobs)ୱେବସାଇଟରେ ଆବେଦନ କରିପାରିବେ।
ଟ୍ରେନର
କଟକ ସହରରେ ବ୍ୟଙ୍କିଙ୍ଗ ସେକ୍ଟରରେ ଟ୍ରେନର ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ପାସ ହୋଇଥିବା ଆବଶ୍ୟକ ଓ ପ୍ରାର୍ଥୀ ଉଭୟ ଓଡିଆ,ଇଂରାଜୀ ଓ ହିନ୍ଦୀ ଭାଷା ଜାଣିଥିବା ଆବଶ୍ୟକ। ଯୋଗ୍ୟବିବେଚିତ ପ୍ରାର୍ଥୀ ମାନଙ୍କୁ ମାସିକ ଟ.8,000 ରୁ ଟ.12,000 ହଜାର ପର୍ଯ୍ୟନ୍ତ ଦରମା ଦିଆଯିବ। ଆବେଦନ କରିବା ପାଇଁ କ୍ଵିକରଜବସ (quikrjobs)ୱେବସାଇଟରେ ଲଗଇନ କରନ୍ତୁ।