- padmabati kund
ଆଇପିଏଲ ଫାଇନାଲ: ଧୂମ ମଚାଇବେ ବଲିଉଡ ତାରକା

ଚଳିତ ଆଇପିଏଲ ସିଜିନର ଫାଇନାଲ ମ୍ୟାଚ ଆସନ୍ତା 27 ତାରିଖ ରବିବାର ସନ୍ଧ୍ୟା7 ଟାରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଆରମ୍ଭ ହେବାର ଦୁଇଘଣ୍ଟା ପୂର୍ବରୁ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। ଯେଉଥିରେ ଯୋଗଦେବେ ବହୁ ବଡ ବଡ ବଲିଉଡ କଳାକାର।ସଲମାନ ଖାନ, ଜ୍ୟାକଲିନ ଫର୍ଣ୍ଣାଡିଶ, ରଣବୀର କପୁର,କରିନା କପୁର ,ସୋନାମ କପୁର,ମାଧୁରୀ ଦୀକ୍ଷିତ ଓ କାଟ୍ରିନା କୈଫ ଭଳି ତାରକାମାନେ ଏହି ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ନିଜର ନାଚରେ ବିଭୋର କରିବେ।
ଆଇପିଏଲ 2018 ର ଫାଇନାଲ ମ୍ୟାଚ ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଗତ 22 ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ କ୍ଵାଲିଫାୟାର 1 ମ୍ୟାଚଟି ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଲାଯାଇଥିଲା।ଏହି ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ 2 ୱିକେଟରେ ହରାଇ ଫାଇନାଲରେ ନିଜ ସ୍ଥାନକୁ ପକ୍କା କରିସାରିଛି। ତେଣୁ ଫାଇନାଲ ମ୍ୟାଚ ଚେନ୍ନାଇ ଓ କ୍ଵାଲିଫାୟାର 2 ମ୍ୟାଚକୁ ଜିତିବା ଟିମ ମଧ୍ୟରେ ଖେଳାଯିବ।
ରଣବୀର ହୋଷ୍ଟ, କାଟ୍ରିନାଙ୍କ ଡାନ୍ସ
ଏହି ସନ୍ଧ୍ୟାରେ ସବୁଠାରୁ ବଡ ଆକର୍ଷଣ ହେଉଛି ମ୍ୟାଚ ପୂର୍ବରୁ ବଲିଉଡ କଳାକାର ମାନଙ୍କ ଡ୍ୟାନ୍ସ ପ୍ରଦର୍ଶନ।ବଲିଉଡର ଭାଇଜାନ ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣଡିଶ ଏହି ଅବସରରେ ନୃତ୍ୟ ପ୍ରଦର୍ଶନ କରିବେ। ଏହା ସହିତ ଶୁଣିବାକୁ ମିଳୁଛି ଯେ କାଟ୍ରିନା କୈଫ ମଧ୍ୟ 10 ମିନିଟ ପାଇଁ ଏହି ଇଭେଣ୍ଟରେ ନାଚିବେ।
କାଟ୍ରିନା ତାଙ୍କ ଅଭିନୀତ “ଟାଇଗର ଜିନ୍ଦା ହେ “ ଚଳଚ୍ଚିତ୍ରର ସୁପରହିଟ ଗୀତ “ସ୍ଵାଗ ସେ ସ୍ଵାଗତ” ଗୀତରେ ନୃତ୍ୟ ପ୍ରଦର୍ଶନ କରିବେ।ଏହା ପୂର୍ବରୁ 2016 ଆଇପିଏଲର ଉଦ୍ଦଘାଟନୀ ଅବସରରେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ।ଚଳିତ ସିଜିନରେ ନିଜର ଡ୍ୟାନ୍ସ ପାଇଁ କାଟ୍ରିନା ଅଭ୍ୟାସ କରିବା ମଧ୍ୟ ଆରମ୍ଭ କରିସାରିଲେଣି।
ରଣବୀର କପୁର ମ୍ୟାଚପୂର୍ବରୁ ହେଉଥିବା ଏହି ଶୋର ହୋଷ୍ଟ କରିବେ। ରଣବୀର କପୁର ହୋଷ୍ଟ କରିବା ପାଇଁ 1କୋଟି ଟଙ୍କା ନେଇଛନ୍ତି। ଏହି ଶୋଟି ଷ୍ଟାରପ୍ଲସରେ ସନ୍ଧ୍ୟା 5ରୁ ପ୍ରସାରିତ ହେବ। ଏହି ଶୋ'ର ନାମ ରହିଛି “କ୍ରିକେଟ ଫିନାଲେ ପାର୍ଟି ତୋ ବନତି ହେ”।
ପୂର୍ବପରି ଦର୍ଶକମାନେ ମ୍ୟାଚର କମେଣ୍ଟ୍ରି ମୋଟ 6ଟି ଭାଷାରେ ଶୁଣିପାରିବେ ଓ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଦର୍ଶକମାନେ ମାଲାୟଲମ ଓ ମରାଠୀ ଭାଷାରେ କମେଣ୍ଟ୍ରି ମଧ୍ୟ ଶୁଣିପାରିବେ।