- padmabati kund
ହିନ୍ଦୀ, ଓଡିଆରେ କେଉଁ ସିରିଏଲ ଲୋକପ୍ରିୟ

ହିନ୍ଦୀ ହେଉ ବା ଓଡିଆ, ଟିଭି ସିରିଏଲ ଲୋକମାନଙ୍କର ବହୁତ ପସନ୍ଦ। ଆଜିକାଲି ଲୋକମାନଙ୍କ ପସନ୍ଦକୁ ଆଖିଆଗରେ ରଖି ବହୁ ଟିଭି ଚ୍ୟାନେଲ ଭିନ୍ନଭିନ୍ନ ଧରଣର ସିରିଏଲ ସବୁ ତିଆରି କରୁଛନ୍ତି। ସେଗୁଡିକ ମଧ୍ୟରୁ କୌଣସି ସିରିଏଲ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ଓ ଆଉ କିଛି ଲୋକମାନଙ୍କ ମନରେ ଘର କରିପାରିନଥାଏ। ଟେଲିଭିଜନ ଶୋ ରେଟିଙ୍ଗ ଅନୁଷ୍ଠାନ BARC ଅନୁସାରେ ସେହିପରି କିଛି ଲୋକପ୍ରିୟ ସିରିଏଲ ମଧ୍ୟରୁ କେଉଁ ସିରିଏଲ ରହିଛି ସବୁଠୁ ଉଚ୍ଚରେ ଆସନ୍ତୁ ଜାଣିବା।
ହିନ୍ଦୀ ଟିଭି ସିରିଏଲ
ହିନ୍ଦୀ ସିରିଏଲ ପାଇଁ ପ୍ରକାଶିତ ସଦ୍ୟ ରେଟିଙ୍ଗ ରିପୋର୍ଟ ଅନୁସାରେ ଜୀ ଟିଭି ଚ୍ୟାନେଲର ସିରିଏଲ ଗୁଡିକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଟପ 5 ରେ ଥିବା ସିରିଏଲ ଗୁଡିକ ମଧ୍ୟରେ ରହିଛି ଜୀ ଅନମୋଲର “କୁମକୁମଭାଗ୍ୟ” ,”ମେହେକ” ଓ ଜୀ ଟିଭିର “କୁମକୁମଭାଗ୍ୟ”,”କୁଣ୍ଡଳୀ ଭାଗ୍ୟ” ଓ”ଇଷ୍କ ଶୁଭାନ ଆଲ୍ଲା”।
ଜୀ ଟିଭିରେ ପ୍ରସାରିତ ସିରିଏଲ କୁମକୁମ ଭାଗ୍ୟ, ରକଷ୍ଟାର(ଅଭି) ଓ ଜଣେ ସାଧାରଣ ଝିଅର(ପ୍ରଜ୍ଞା)ର ଭଲପାଇବାକୁ ନେଇ ଆଧାରିତ। ପ୍ରଥମରୁ ଦୁହେଁ ଦୂହିଁଙ୍କୁ ପସନ୍ଦ କରୁନଥିଲେ ମଧ୍ୟ କିପରି ଦୁଇଜଣଙ୍କ ମଧ୍ୟରେ ଭଲପାଇବା ସୃଷ୍ଟି ହୋଇଛି ଏହାକୁ ନେଇ କାହାଣୀଟି ଆଗେଇଛି।ଏହି ସିରିଏଲଟି ପୁନର୍ବାର ଆରମ୍ଭରୁ ଜୀ ଅନମୋଲରେ ପ୍ରସାରିତ ହେଉଛି ଓ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।
“କୁଣ୍ଡଳୀଭାଗ୍ୟ”ରେ ରହିଛି ଦୁଇ ଭଉଣୀଙ୍କର କାହାଣୀ। ସେମାନେ କିପରି ତାଙ୍କ ମା ସହିତ କିପରି ପୁଣିଥରେ ଦେଖା ହେଉଛି ଓ ପ୍ରସିଦ୍ଧ ଧନୀ ଲୁଥ୍ରା ପରିବାର ସହିତ ସେମାନଙ୍କ ଜୀବନ କିପରି ଆଗଉଛି। ଜୀଟିଭି “ଇଷ୍କ ଶୁଭାନ ଆଲ୍ଲା “ ଓ ଜୀ ଅନମୋଲରେ ପ୍ରସାରିତ “ମେହେକ”କୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।
ଓଡିଆ ସିରିଏଲ
ଜୀ ସାର୍ଥକରେ ପ୍ରସାରିତ ସିରିଏଲ “ତୋ ଅଗଣାର ତୁଳସୀ ମୁଁ”,”ସିନ୍ଦୁର ବିନ୍ଦୁ”,”ଜୀବନ ସାଥୀ”ଓ “କମେଡି ଟକ୍କର”କୁ ବର୍ତ୍ତମାନ ଦର୍ଶକ ମାନେ ଖୁବ ପସନ୍ଦ କରୁଥିବା ବେଳେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ “ତାରାତାରିଣୀ” ମଧ୍ୟ ରହିଛି ଟପ5 ରେଟିଙ୍ଗରେ।
ତୁଳସୀ ଓ ଚନ୍ଦନର ଭଲପାଇବାର କାହାଣୀରୁ ଆରମ୍ଭ ହୋଇ ବର୍ତ୍ତମାନ ସେମାନଙ୍କର ଝିଅ କେଟିର ଜୀବନକୁ ନେଇ “ତୋ ଅଗଣର ତୁଳସୀ ମୁଁ”ଓ ସମାଜରୁ ଦୁଷ୍ଟ ଓ ଖଳ ପ୍ରକୃତି ଲୋକଙ୍କୁ ନଷ୍ଟ କରିବା ଲକ୍ଷ୍ୟରେ ଏ.ସି.ପି ନୀଳିମାର କାହାଣୀ ଉପରେ ଆଧାରିତ “ସିନ୍ଦୁର ବିନ୍ଦୁ” ରହିଛି ଚାହିଦାରେ। ତରଙ୍ଗରେ ପ୍ରସାରିତ “ତାରା ତାରିଣୀ”ରେ ରହିଛି ଏକାଭଳି ଦେଖାଯାଉଥିବା ଦୁଇ ଚେହେରାର ଝିଅ, କିନ୍ତୁ ସେମାnଙ୍କର କାହାଣୀ ଅଲଗା।
ବିବାହ,ଭଲପାଇବାରେ ଆଦୌ ବିଶ୍ଵାସ କରୁନଥିବା ଆଦି ଓ ଖୋଲା ହୃଦୟ ରଖୁଥିବା ଝିଅ ଭକ୍ତିର ଭଲପାଇବାକୁ ନେଇ ପ୍ରସ୍ତୁତ ସିରିଏଲ “ଜୀବନ ସାଥୀ” ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ “କମେଡି ଟକ୍କର“କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।