- padmabati kund
ଦେଖନ୍ତୁ : ଜଙ୍ଗଲ ବୁକ ଉପରେ ଆଧାରିତ 'ମୋଗଲି' ଟ୍ରେଲର

ଲୋକପ୍ରିୟ କାର୍ଟୁନ ସିରିଜ “ଦ ଜଙ୍ଗଲ ବୁକ”ର କାହାଣୀକୁ ଆଧାର କରି ରିଲିଜ ହେବାକୁ ଯାଉଛି ନୂଆ ଇଂରାଜୀ ଚଳଚିତ୍ର “ମୋଗଲି”। ଜଙ୍ଗଲରେ ବହୁତ ମସ୍ତି ତଥା ବିପଦର ସାମ୍ନା କରୁଥିବା ମାନବ ଶିଶୁ ମୋଗଲିର ଜୀବନର ଏକ ନୂଆ ଅଧ୍ୟାୟକୁ ନେଇ ଏହି ଚଳଚିତ୍ରଟି ନିର୍ମିତ ହୋଇଛି। ମୋଗଲି ଜଙ୍ଗଲରେ ବଞ୍ଚି ରହିବା ପାଇଁ କିପରି ସଂଘର୍ଷ କରୁଛି ଏହାକୁ ନେଇ କାହାଣୀଟି ଆଗେଇଛି।
ତେବେ ଏହା ଡିଜନି ବ୍ୟାନରରେ 2016ରେ ରିଲିଜ ହେଇଥିବା କାର୍ଟୁନ ଫିଲ୍ମ ନୁହେଁ । ଆମେରିକାର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ୱାର୍ଣ୍ଣର ବ୍ରଦର ତରଫରୁ ନିର୍ମିତ ହେଇଥିବା ଏହି ଚଳଚ୍ଚିତ୍ର ଏକ ବାସ୍ତବ ଫିଲ୍ମ ଯେଉଁଥିରେ ଚମତ୍କାର ସ୍ପେଶଲ ଇଫେକ୍ଟ ରହିଛି ।
ଏହି ଫିଲ୍ମ 2016ରେ ରିଲିଜ ହେବାର ଥିଲା । ହେଲେ ଡିଜନି ତରଫରୁ ଜଙ୍ଗଲ ବୁକର କାର୍ଟୁନ ଫିଲ୍ମ ରିଲିଜ ହେବା ଘୋଷଣା ଶୁଣି ଏହାକୁ 2018 ପାଇଁ ଘୁଞ୍ଚାଇ ଦିଆଗଲା । ଫିଲ୍ମଟି ଆସନ୍ତା ଅକ୍ଟୋବର ମାସ 19 ତାରିଖରେ ଇଂରାଜୀ ଭାଷାରେ ରିଅଲ 3 ଥ୍ରୀଡି ଓ ଆଇମାକ୍ସ ଥ୍ରୀଡିରେ ରିଲିଜ ହେବ।
ଟ୍ରେଲର
ଏହି ଚଳଚିତ୍ରଟିର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି। ଏହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି। ଏହି ଟ୍ରେଲରରେ ମୋଗଲି କହିଛି ଯେ ,”ମୁ ମଣିଷ ନୁହେଁ କି ମୁ ହେଟାବାଘ ମଧ୍ୟ ନୁହେଁ। “
ଏହାର ନିର୍ଦେଶନା ଦେଇଛନ୍ତି ଆଣ୍ଡି ସେର୍କିସ ଓ ମୋଗଲି ଭୂମିକାରେ ଅଭିନୟ କରିଛନ୍ତି ରୋହନ ଚାନ୍ଦ । ଏହା ସହିତ ଅଭିନୟ କରିଥିବା ଅନ୍ୟ କଳାକାରମାନେ ହେଉଛନ୍ତି କ୍ରିଷ୍ଟିଆନ ବେଲ ,ଫ୍ରାଏଡା ପିଣ୍ଟୋ,ମାଥ୍ୟୁ ରଇସ। ଫିଲ୍ମର ଭିଜୁଆଲ ବହୁତ ଚମତ୍କାର ହୋଇଥିବା ବେଳେ, ଏହାକୁ ସୁନ୍ଦର ଗୀତରେ ସଜାଇଛନ୍ତି ନୀତିଶ ସାହନୀ।
ଶେର ଖାନ ସହିତ ମୋଗଲିର ମୁହାଁମୁହିଁ ହେବା ଓ ବଘିରାର ମୋଗଲିକୁ ବଞ୍ଚାଇବାର ଉଦ୍ୟମ ଜଙ୍ଗଲ ବୁକର କାହାଣୀକୁ ଆଉଥରେ ମନେପକାଇଦେବ। 2016ରେ ରିଲିଜ ହୋଇଥିବା “ଦ ଜନଗଳ ବୁକ”ରେ ମୋଗଲିର ପିଲାଦିନ ଦେଖାଯାଇଥିଲା। ମୋଗଲିର ଜଙ୍ଗଲକୁ ଆସିବା,ଶେରଖାନ ମୋଗଲିକୁ ମାରିବା ପାଇଁ ଉଦ୍ୟମ କରିବା, ମୋଗଲିକୁ ଶେରଖାନ ଠାରୁ ବଞ୍ଚାଇବା ପାଇଁ ବଘିରା ମୋଗଲିକୁ ଜଙ୍ଗଲ ଠାରୁ ଦୂରକୁ ନେଇଯିବା ଓ ଶେଷରେ ମୋଗଲି ଓ ଶେରଖାନର ଯୁଦ୍ଧ ହୋଇ ଶେରଖାନର ମୃତ୍ୟୁ ହୋଇଯିବାକୁ ନେଇ କାହାଣୀଟି ଶେଷ ହୋଇଥିଲା। କିନ୍ତୁ ଏଥର “ମୋଗଲି” ଚଳଚିତ୍ରଟି ଦର୍ଶକ ମାନଙ୍କ ପାଇଁ ନୂଆ ବାର୍ତ୍ତା ରହିଛି। ଏଥିରେ ମୋଗଲି ଜଙ୍ଗଲରେ କିପରି ସଂଘର୍ଷ କରୁଛି ଦେଖାଯାଇଛି।
ଫିଲ୍ମଟି ଆସନ୍ତା ଅକ୍ଟୋବର ମାସ 19 ତାରିଖରେ ଇଂରାଜୀ ଭାଷାରେ ରିଅଲ 3 ଥ୍ରୀଡି ଓ ଆଇମାକ୍ସ ଥ୍ରୀଡିରେ ରିଲିଜ ହେବ।