- ବେତାର ବ୍ୟୁରୋ
କେମିତି ରହିବ ଏ ସପ୍ତାହ : ମେ' 28-ଜୁନ3

(ଏ ଭବିଷ୍ୟବାଣୀ କେବଳ ଜନ୍ମରାଶି ଅନୁସାରେ ଦିଆଯାଇଛି । ନିଜର ବ୍ୟକ୍ତିଗତ ଲଗ୍ନ ଓ ଦଶା ଅନୁସାରେ ଫଳାଫଳ ଅଧିକ ଭଲ କିମ୍ବା ଅଧିକ ଖରାପ ହେଇପାରେ । ଏହାକୁ କେବଳ ମାତ୍ର ଏକ ସୂଚନା ବୋଲି ଧରିନେବାକୁ ଅନୁରୋଧ ।)
ମେଷ: ମାନସମ୍ମାନରେ ବୃଦ୍ଧି ଘଟିବ। ଯାହାବି ନିଷ୍ପତ୍ତି ନେବେ ସେଥିରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି। ସନ୍ତାନଙ୍କ ପାଇଁ ଖୁସି ଅନୁଭବ କରିବେ। ଗର୍ଭବତୀ ମହିଳାମାନେ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।
ବୃଷ: କଥାବାର୍ତ୍ତା ଉପରେ ଧ୍ୟାନ ଦିଅନ୍ତୁ ଓ ନିଜ ହିଂସା ଉପରେ ଆୟତ୍ତ ରଖନ୍ତୁ। କର୍ମକ୍ଷେତ୍ରରେ ସଫଳତା ସହିତ ବିଫଳତା ଲାଗି ରହିବ। ପିତାଙ୍କ ସ୍ଵାସ୍ଥ୍ୟରେ ଅବନତି ଦେଖାଯାଇପାରେ। ସନ୍ତାନମାନେ ନିଜ ଶିକ୍ଷାପ୍ରତି ମନୋନିବେଶ କରିବେ। ଆୟବ୍ୟୟ ଉଭୟ ସମ୍ମାନ ରହିବ। ଗୃହରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇପାରେ। ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରନ୍ତୁ।
ମିଥୁନ: ନୂଆନୂଆ କଥା ଶିଖିବା ପାଇଁ ମନ ବଳାଇବେ।ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ, ତେଣୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ଓ ଯାନବାହାନ ଧୀରେ ଚଲାନ୍ତୁ। ନୂତନ ଚାକିରୀର ସମ୍ଭାବନା ଅଛି।ରୋଜଗାର ପାଇଁ ନୂଆ ଦିଗ ପାଇବେ।
କର୍କଟ: ଧୈର୍ଯ୍ୟର ସହ କାମ କରନ୍ତୁ ଓ ଯାନବାହାନ ସାବଧାନତାର ସହ ଚଲାନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରନ୍ତୁ, ସଫଳତା ପାଇବେ।
ସିଂହ: ସାହସ ଓ ଶକ୍ତି ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟ ମନଲଗାଇ କରିବେ । ଆୟରେ ବୃଦ୍ଧି ଘଟିପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ,କିନ୍ତୁ ମା’ଙ୍କ ସ୍ଵାସ୍ଥ୍ୟରେ ଅବନତି ଦେଖାଯାଇପାରେ। ଛାତ୍ରଛାତ୍ରୀ ମାନେ ପାଠପଢାରେ ସାମାନ୍ୟ କଷ୍ଟ ଅନୁଭବ କରିବେ।
କନ୍ୟା: ପରିବାର ମଧ୍ୟରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ ଓ ଅତିଥିଙ୍କ ଆଗମନ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି ମିଳିପାରେ। ପିତାଙ୍କ ସହିତ କଳହ ହୋଇପାରେ। ତେଣୁ କାର୍ଯ୍ୟ ସବୁ ଧୈର୍ଯ୍ୟର ସହ କରନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅନ୍ତୁ।
ତୁଳା: ସପ୍ତାହଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ। କର୍ମକ୍ଷେତ୍ରରେ ଓ ପରିବାରରେ ହସଖୁସି ସହ ଦୁଃଖ ମଧ୍ୟ ଲାଗି ରହିବ।ମା’ଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ରହିବ ଓ ପରିବାର ମଧ୍ୟରେ କଳହ ଦେଖାଦେବ।ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶିକ୍ଷାର୍ଥୀମାନେ ପାଠପଢାରେ ମନ ଦିଅନ୍ତୁ।
ବିଛା: ପରିବାରରେ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ସନ୍ତାନସନ୍ତତିଙ୍କ ବ୍ୟବହାର ଆପଣଙ୍କୁ ଖୁସି କରିବ। ଯାହାବି କାମ କରିବେ ମନଯୋଗ ଦେଇ କରିବେ। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।
ଧନୁ: ମାନସିକ ଦୁଶ୍ଚିନ୍ତା ଲାଗିରହି,ଯାହାଦ୍ୱାରା ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ । ସମସ୍ତ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ। ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ପରିଶ୍ରମର ଫଳ ମିଳିବ।
ମକର: ମନୋବଳ ବୃଦ୍ଧି ଘଟିବ। ଯାନବାହାନ ସାବଧାନତାର ସହ ଚଲାନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ।ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିଯିବାକୁ ଯୋଜନା ବନେଇବେ।
କୁମ୍ଭ: ଏହି ସପ୍ତାହରେ ଦୁରସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି,ଯାହାକି ଆପଣଙ୍କ ପାଇଁ ସଫଳମୟ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ। ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରନ୍ତୁ ଓ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।
ମୀନ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ସନ୍ତାନ ମାନଙ୍କ ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କଥା ପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରିଶ୍ରମ କରନ୍ତୁ,ଉଚିତ ଫଳାଫଳ ପାଇବେ।